ଖେଳ ଦେଶ ବିଦେଶ

ଧୋନୀଙ୍କ ଷ୍ଟାର୍ ପ୍ଲେୟାର ଦେଲେ ବିସ୍ଫୋରକ ବୟାନ, ଆଇପିଏଲକୁ ନେଇ କହିଲେ…

ନୂଆଦିଲ୍ଲୀ, ୨୨।୦୨ : ଆଇପିଏଲ ମେଗା ଅକ୍ସନ ପରେ ଚେନ୍ନାଇ ସୁପର କିଙ୍ଗସର ଜଣେ ଖେଳାଳି ଖୁସି ନାହାଁନ୍ତି । ଏହି ଖେଳାଳିଙ୍କ ଏକ ବୟାନକୁ ନେଇ ଏବେ ଚର୍ଚ୍ଚା ଜୋର୍ ଧରିଛି । ଆଇପିଏଲ ନିଲାମୀରେ ଅସନ୍ତୁଷ୍ଠ ଥିଲା ଏହି କ୍ରିକେଟର ଖେଳାଳିଙ୍କୁ ପଶୁ ବୋଲି କହିଛନ୍ତି । କେଉଁ ଖେଳାଳିଙ୍କୁ ଟିମ୍ କେତେ ଟଙ୍କାରେ କିଣିବା ବା ବିକ୍ରି କରିବ ତାହା ଠିକ୍ ନୁହେଁ ବୋଲି କହିଛନ୍ତି ଏହି ଷ୍ଟାର୍ କ୍ରିକେଟର୍ ।

ଭାରତୀୟ ଦଳର ପୂର୍ବତନ ବ୍ୟାଟର ତଥା ସିଏସକେ ପ୍ଲେୟାର ରବିନ ଉଥାପ୍ପା ଆଇପିଏଲକୁ ନେଇ ବୟ ବୟାନ ଦେଇଛନ୍ତି । ସେ କହିଛନ୍ତି ଯେ, ଆଇପିଏଲ ମହା ନିଲାମୀ ଏକ ପରୀକ୍ଷା ଭଳି ଲାଗୁଛି । ଯାହା ଆପଣ ବହୁ ପୂର୍ବରୁ ଲେଖିଥିଲେ ଓ ଫଳାଫଳ ଏବେ ଆସିବ । ସତ କହିବାକୁ ଗଲେ ନିଲାମିକୁ ଦେଖିଲେ ଖେଳାଳିମାନେ ପଶୁ ଭଳି ଲାଗନ୍ତି । ଯାହାଙ୍କ ଉପରେ ନିଲାମ ଡାକ ହୁଏ । ଏହା ଠିକ୍ ନୁହେଁ । ପ୍ରଦର୍ଶନ ଆଧାରରେ କୌଣସି ଖେଳାଳିଙ୍କ ଉପରେ ଟିପ୍ପଣୀ ଦେବା ଟିକ୍ କିନ୍ତୁ କିଏ କେତେ ଟଙ୍କାରେ ବିକ୍ରି ହେଲେ ସେନେଇ କିଛି କହିବା ଭଲ ନୁହେଁ ।

ସେ ଆହୁରି କହିଛନ୍ତି ଯେ, ଅନେକ ଖେଳାଳି ଅଧିକ ଟଙ୍କାରେ ବିକ୍ରି ହୁଅନ୍ତି ନାହିଁ । ଏହା ଦ୍ୱାରା ସେମାନଙ୍କ ମନରେ କଣ ଘଟେ ତାହା ଭାବି ହେବ ନାହିଁ । ଭଲ ଭାବନା ମନରେ ଆସିନଥାଏ । ଏପରି ଅନେକ ଖେଳାଳିଙ୍କୁ ସେ ସମବେଦନା ଜଣାଇଛନ୍ତି । ଯଦି କୌଣସି ଖେଳାଳିଙ୍କୁ ଟିମ୍ ନକିଣେ ତେବେ ତାହା ଆହୁରି ଦୁଃଖ ଦେଇଥାଏ ।

ସୂଚନାଯୋଗ୍ୟ, ଉଥାପ୍ପାଙ୍କୁ ଚେନ୍ନାଇ ୨ କୋଟି ଟଙ୍କାରେ କିଣିଛି । ତାଙ୍କ ବେସ୍ ପ୍ରାଇସ୍ ୨ କୋଟି ଥିଲା । ସେ ଚେନ୍ନାଇରେ ସାମିଲ ହେବେ ବୋଲି ଆଶା କରୁଥିଲେ । ପୂର୍ବରୁ ତାଙ୍କର ଚେନ୍ନାଇ ପାଇଁ ଖେଳିବାକୁ ଇଚ୍ଛା ଥିଲା । ସେ ଓ ତାଙ୍କ ପରିବାର ଲୋକେ ମଧ୍ୟ ଖୁସି ଥିବା କହିଥିଲେ ଉଥାପ୍ପା ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ