ଖେଳ ଦେଶ ବିଦେଶ

ଧୋନୀଙ୍କ ରେକର୍ଡ ଭାଙ୍ଗିଲେ ପନ୍ତ : କମ୍ ଟେଷ୍ଟରେ ଓ୍ୱିକେଟ୍ ପଛରେ କରିଛନ୍ତି ବେଶୀ ଶିକାର

ସେଞ୍ଚୁରିୟନ,୨୯|୧୨: ଘରୋଇ ଦକ୍ଷିଣ ଆଫ୍ରିକା ଓ ଭାରତ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟରେ ୱିକେଟ୍‌ କିପର ରିଷଭ ପନ୍ତ ଏକ ବିରଳ ରେକର୍ଡ ଭଙ୍ଗ କରିଛନ୍ତି । କମ୍‌ ଟେଷ୍ଟ ଖେଳି ୱିକେଟ୍‌ ପଛରେ ୧୦୦ ୱିକେଟ୍‌ ନେବାରେ ସହାୟତା କରିବାରେ ପନ୍ତ ରେକର୍ଡ କରିଛନ୍ତି ।

ପୂର୍ବରୁ ଭାରତୀୟ ୱିକେଟ୍‌ କିପରଙ୍କ ମଧ୍ୟରେ ମହେନ୍ଦ୍ର ସିଂ ଧୋନି ଓ ରିଦ୍ଧିମାନ ଶାହା ୩୬ଟି ଲେଖାଏଁ ଟେଷ୍ଟ ଖେଳି ୱିକେଟ୍‌ ପଛରେ ୧୦୦ ୱିକେଟ୍‌ ନେବାରେ ସହାୟତା କରିଥିଲେ । ପନ୍ତ ସେମାନଙ୍କ ଠାରୁ ୧୦ଟି ଟେଷ୍ଟ କମ୍‌ ଖେଳି ଏହି ସଫଳତା ଅର୍ଜନ କରିଛନ୍ତି ।

ମଙ୍ଗଳବାର ତେମ୍ବା ବଭୁମାଙ୍କ କ୍ୟାଚ୍‌ ଧରିବା ସହ ପନ୍ତ ୧୦୦ତମ ୱିକେଟ୍‌ ନେବାରେ ସହାୟକ ହୋଇଥିଲେ । ଅନ୍ୟ ଭାରତୀୟଙ୍କ ମଧ୍ୟରେ କିରନ ମୋରେ ୩୯ଟେଷ୍ଟ, ନୟନ ମୋଙ୍ଗିଆ ୪୧ ଓ ସୟଦ କିରମାନି ୪୨ଟେଷ୍ଟ ଖେଳି ୧୦୦ ୱିକେଟ୍‌ ନେବାରେ ସହାୟତା କରାଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ