ଖେଳ ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧୋନୀଙ୍କ ଫଟୋ ସେୟାର କଲେ କୋହଲି : ନେଟିଜେନ୍ସ କହିଲେ- ଅବସର ନେବ କି ?

ନୂଆଦିଲ୍ଲୀ, ୨୬|୦୮: ଭାରତୀୟ କ୍ରିକେଟ୍ ଟିମ୍ ଏବେ ଏସିଆ କପ୍ ପାଇଁ ୟୁଏଇରେ ରହିଛି । ଶନିବାରଠୁ ଏହି ଟୁର୍ଣ୍ଣାମେଣ୍ଟ୍ ଆରମ୍ଭ ହେବ । ଭାରତର ଅଭିଯାନ ପାକିସ୍ତାନ ବିପକ୍ଷରେ ରବିବାରଠୁ ଆରମ୍ଭ ହେବ । ଯାହାକୁ ନେଇ ପ୍ରଶଂସକ ଖୁବ୍ ଉତ୍ସାହିତ ଅଛନ୍ତି । ଏହି ମୁକାବିଲା ଜରିଆରେ ଭାରତର ଷ୍ଟାର୍ ବ୍ୟାଟର ବିରାଟ କୋହଲି ନିଜର ପୁରୁଣା ଫର୍ମ ଫେରି ପାଇବା ନେଇ ଲକ୍ଷ୍ୟ ରଖିଛନ୍ତି । କିନ୍ତୁ ଟୁର୍ଣ୍ଣାମେଣ୍ଟ ଆରମ୍ଭରୁ ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କୁ ମନେ ପକାଇଛନ୍ତି କୋହଲି ।

କୋହଲି ଧୋନୀଙ୍କ ସହ ଏକ ଫଟୋ ସେୟାର କରିଛନ୍ତି । ଯାହା ସହ ଏକ ଭାବବିହ୍ୱଳ ପୋଷ୍ଟ ମଧ୍ୟ ଲେଖିଛନ୍ତି । ଏହା ଉପରେ ନେଟିଜେନ୍ସ ମଧ୍ୟ କମେଣ୍ଟ ଦେଇଛନ୍ତି । ତେବେ କୋହଲି ଯେଉଁ ଫଟୋ ପୋଷ୍ଟ କରିଛନ୍ତି ସେଥିରେ ଧୋନୀଙ୍କ ଚେହେରା ଦେଖାଯାଉନି । କିନ୍ତୁ ତାଙ୍କ ଟି ସାର୍ଟରେ ୭ ଲେଖାଯାଇଛି । କୋହଲି ଏହି ନମ୍ବରକୁ ନିଜ ପୋଷ୍ଟରେ ମେନସନ୍ ମଧ୍ୟ କରିଛନ୍ତି ।

ରନ୍ ମେସିନ୍ ପୋଷ୍ଟରେ ଲେଖିଛନ୍ତି ଯେ, ଏହି ବ୍ୟକ୍ତି ମୋତେ ଉପ ଅଧିନାୟକ କରିଥିଲେ । ଯାହା ଖୁବ୍ ସୁଖଦ ଥିଲା । ଏହା ତାଙ୍କ କ୍ୟାରିଅରର ସବୁଠାରୁ ରୋମାଞ୍ଚିତ ମୁହୂର୍ତ୍ତ ଥିଲା । ଉଭୟଙ୍କ ମଧ୍ୟରେ ଭଲ ପାର୍ଟନରସିପ୍ ଥିଲା । ଏହାସହ ସେ ୭ ଏବଂ ୧୮ ଲେଖିଛନ୍ତି । ଅର୍ଥାତ କୋହଲିଙ୍କ ଜର୍ସି ନମ୍ବର ୧୮ ଓ ଧୋନୀଙ୍କ ୭ ।

ତେବେ ଏହି ପୋଷ୍ଟ ପରେ ଜଣେ ୟୁଜର କମେଣ୍ଟରେ ଲେଖିଛନ୍ତି ଯେ, ସେ ଭାବିଲେ କି ଏହା ଅବସର ବାବଦରେ ଏକ ପୋଷ୍ଟ୍ । ସୂଚନାଯୋଗ୍ୟ କୋହଲି ଧୋନୀଙ୍କ ନେତୃତ୍ୱରେ ୨୦୦୮ରେ ପଦାର୍ପଣ କରିଥିଲେ । ଉଭୟଙ୍କ ପାର୍ଟନରସିପରେ ଭାରତ ଅନେକ ମ୍ୟାଚ୍ ଜିତିଛି । ଧୋନୀ କୋହଲିଙ୍କ କ୍ୟାରିଅର ଗଢିବାରେ ବଡ ଭୂମିକା ନେଇଛନ୍ତି । ଧୋନୀ ତାଙ୍କ ଉପ ଅଧିନାୟକ ଦାୟିତ୍ୱ ମଧ୍ୟ ଦେଇତିଲେ । ଏହାପରେ ଅଧିନାୟକ ଭାର ପ୍ରଦାନ କରିଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ