ଖେଳ ଦେଶ ବିଦେଶ

ଧୋନୀଙ୍କୁ ବଡ ସମ୍ମାନ ଦେଲା ଆଇସିସି, ଦଶନ୍ଧିର ଟି-୨୦ ଓ ଦିନିକିଆ ଦଳର କଲା ଅଧିନାୟକ

ନୂଆଦିଲ୍ଲୀ ୨୭।୧୨: ଆଇସିସି ଏମଏସ ଧୋନୀଙ୍କୁ ବହୁତ ବଡ ସମ୍ମାନ ଦେଇ ଦଶନ୍ଧିର ଆଇସିସି ଟି ୨୦ ଏବଂ ଦିନିକିଆ ଦଳର ଅଧିନାୟକ କରିଛି। ଆଇସିସି ଟି-୨୦ ଦଳରେ ଧୋନୀଙ୍କ ସମେତ ଚାରି ଜଣ ଭାରତୀୟ ଖେଳାଳି ଅଛନ୍ତି। ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା, ବିରାଟ କୋହଲି ଓ ଯଶପ୍ରୀତ ବୁମରାଙ୍କୁ ଆଇସିସି ଟି-୨୦ ଦଳରେ ସ୍ଥାନ ମିଳିଛି।

ସେହି ପରି ଧୋନୀଙ୍କ ବ୍ୟତୀତ ରୋହିତ ଶର୍ମା ଓ ବିରାଟ କୋହଲିଙ୍କୁ ମଧ୍ୟ ଆଇସିସିର ଦଶନ୍ଧିର ଦିନିକିଆ ଦଳରେ ସାମିଲ। ଆଇସିସି ନିଜର ଟି-୨୦ ଦଳରେ ଛଅ ହିଟର ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ୍, ବିରାଟ କୋହଲି, ଏବି ଡିଭିଲିୟର୍ସ ଓ ଗ୍ଲେନ ମ୍ୟାକ୍ସଓ୍ଵେଲଙ୍କୁ ସାମିଲ କରିଛି। ଏମ ଏସ ଧୋନୀଙ୍କୁ ଅଧିନାୟକ ବ୍ୟତୀତ ଓ୍ଵିକେଟ୍ କିପିଂ ଦାୟିତ୍ଵ ଦିଆଯାଇଛି।

କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା ଓ ଲସିଥ ମାଲିଙ୍ଗା ଦଳରେ ମହତ୍ଵପୂର୍ଣ୍ଣ ଖେଳାଳି ଭାବେ ସାମିଲ । ଆଇସିସି ଦିନିକିଆ ଦଳରେ ଭାରତର ତିନି, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକାର ୨-୨, ବାଂଲାଦେଶ, ଇଂଲଣ୍ଡ, ନ୍ୟୁଜିଲାନ୍ଡ ଓ ଶ୍ରୀଲଙ୍କାର ଜଣେ ଖେଳାଳିଙ୍କୁ ସାମିଲ କରିଛି।

ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଟିମ୍

ରୋହିତ ଶର୍ମା, କ୍ରିସ୍ ଗେଲ୍, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡିଭିଲିୟର୍ସ, ଗ୍ଲେନ ମ୍ୟାକ୍ସଓ୍ଵେଲ, ଏମଏସ ଧୋନୀ, କିରଣ ପୋଲାର୍ଡ, ରଶିଦ ଖାନ, ଯଶପ୍ରୀତ ବୁମରା, ଲସିଥ ମାଲିଙ୍ଗା।

ଆଇସିସିର ଦଶନ୍ଧିର ଶ୍ରେଷ୍ଠ ଦିନିକିଆ ଦଳ

ରୋହିତ ଶର୍ମା, ଡେଭିଡ୍ ଓ୍ଵାର୍ଣ୍ଣର, ବିରାଟ କୋହଲି, ଏବି ଡିଭିଲିୟର୍ସ, ସାକିବ ଉଲ ହାସନ, ଏମଏସ ଧୋନୀ, ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଡ, ଇମ୍ରାନ ତାହିର ଓ ଲସିଥ ମାଲିଙ୍ଗା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ