ଦେଶ ବିଦେଶ ମନୋରଞ୍ଜନ

ଧୀରେନ୍‌ଙ୍କ ପୁଲିସ ଅବତାର

ଜଣେ କୁଆଁରୀ ଝିଅର ମର୍ଡର ହୁଏ। ଝିଅଟିକୁ ହତ୍ୟା କରିଥିବା ଅପରାଧୀକୁ ଆଇଆଇସି ଧୀରେନ୍ ଏନକାଉଣ୍ଟର କରନ୍ତି। ଏହାପରେ ବି ଅଳ୍ପକେ ବର୍ତ୍ତିଯାଇଥିବା ଉକ୍ତ ଅପରାଧୀ ପୁଣି କୁଆଁରୀ ଝିଅମାନଙ୍କୁ ହତ୍ୟ କରିଚାଲେ। ଶେଷରେ ଜଣାପଡ଼େ କାହାଣୀର ନାୟକ ଆଇଆଇସି ଧୀରେନ୍ ହିଁ ସବୁ କୁଆଁରୀ ଝିଅମାନଙ୍କୁ ହତ୍ୟା କରୁଛନ୍ତି। ହେଲେ କାହିଁକି? ଏକ ରହସ୍ୟମୟ, ଥ୍ରିଲର୍ ଏବଂ ଆକ୍ସନ୍ ପୃଷ୍ଠଭୂମିର ଚଳଚ୍ଚିତ୍ର ‘ଆଇଆଇସି ଧୀରେନ୍’।

ମା’ ଧନଲକ୍ଷ୍ମୀ ପ୍ରଡକ୍ସନ୍ ନିବେଦିତ ନୂଆ ଓଡ଼ିଆ ଚଳଚ୍ଚିତ୍ର ‘ଆଇଆଇସି ଧୀରେନ୍’ର ପ୍ରଯୋଜନା କରୁଛନ୍ତି ଧୀରେନ୍ ତ୍ରିପାଠୀ ଏବଂ ସହ ପ୍ରଯୋଜନା କରୁଛନ୍ତି ସ୍ମିତା ତ୍ରିପାଠୀ। ନିର୍ଦ୍ଦେଶନା ଦେଉଛନ୍ତି ଅଜୟ ରଥ ଏବଂ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଆର୍.କେ ରବିକୁମାର ଓ କାଳୀପ୍ରସାଦ ପଣ୍ଡା। ଏଥିରେ ମୁଖ୍ୟ ଚରିତ୍ର ଅର୍ଥାତ୍ ଆଇଆଇସି ଧୀରେନ୍ ଭୂମିକାରେ ଅଛନ୍ତି ପ୍ରଯୋଜକ ଧୀରେନ୍ ତ୍ରିପାଠୀ। ତାଙ୍କ ବିପକ୍ଷର ନାୟିକା ସାଜିଛନ୍ତି ଅର୍ପିତା। ଅର୍ପିତା ଆଇଆଇସି ଏବଂ ଇପ୍‌ସିତା ଅନ୍ୟତମ ଏସ୍‌ଆଇ ଭୂମିକାରେ ଅବତୀର୍ଣ୍ଣ ହେଇଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ