ଦେଶ ବିଦେଶ ସ୍ୱାସ୍ଥ୍ୟ

ଧୀରେଧୀରେ କାୟା ମେଲାଉଛି ଓମିକ୍ରନ୍: ଏହି ଦେଶରୁ ମିଳିଲା ୨୨ଟି ନୂଆ କେସ୍

ନୂଆଦିଲ୍ଲୀ: କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଧୀରେଧୀରେ ସମଗ୍ର ବିଶ୍ୱରେ ନିଜର କାୟା ମେଲାଉଛି । ଏଭଳି ସ୍ଥିତିରେ ବର୍ତ୍ତମାନ ବ୍ରିଟେନରେ ୨୨ଟି ନୂଆ ମାମଲା ଦେଖାଦେଇଛି । ଫଳରେ ଏଣିକି ଆଗକୁ ଏଥିରେ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ତେବେ ବ୍ରିଟେନ ସ୍ୱାସ୍ଥ୍ୟ କହିଛନ୍ତି ଯେ, ଏହି ଭାରିଆଣ୍ଟର ପ୍ରଭାବ କିପରି ରହୁଛି, ତାହା ଆସନ୍ତା ୧୪ ଦିନ ମଧ୍ୟରେ ସ୍ପଷ୍ଟ ହୋଇଯିବ । ବୈଜ୍ଞାନିକମାନେ ବର୍ତ୍ତମାନ ଏହାର ପ୍ରଭାବ ବିଷୟରେ ଜାଣିବା ପାଇଁ ପ୍ରୟାସ ଜାରି ରଖିଥିବା ସେ କହିଛନ୍ତି ।

ଏହା ମଧ୍ୟରେ ଜାପାନରେ ମଧ୍ୟ ଓମିକ୍ରନ ଭାରିଆଣ୍ଟର ମାମଲା ବଢ଼ିବାରେ ଦେଖାଦେଇଛି । ତେଣୁ ସେଠାରେ ବୁଷ୍ଟର ଡୋଜ୍ ଦିଆଯିବାକୁ ନିଷ୍ପତ୍ତି ହୋଇଛି । ଚଳିତ ବର୍ଷ ଫେବୃଆରୀରେ ଜାପାନରେ ଭ୍ୟାକ୍ସିନେସନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ୯ ମାସ ପରେ ଏବେ ବୁଷ୍ଟର ଡୋଜ୍ ଦେବା ପାଇଁ ପ୍ରସ୍ତୁତି ଚାଲିଛି । ଗତ ମଙ୍ଗଳବାର ଜାପାନରେ ଏହି ଭାରିଆଣ୍ଟର ପ୍ରଥମ ମାମଲା ଚିହ୍ନଟ ହୋଇଥିଲା । ତେଣୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଜାପାନର ସୀମାକୁ ସିଲ୍ କରିଦିଆଯିବା ସହ ଅନ୍ତର୍ଜାତୀୟ ପର୍ଯଟକଙ୍କ ଆଗମନରେ ମଧ୍ୟ ରୋକ୍ ଲାଗୁ ହୋଇଛି । ସୂଚନାଯୋଗ୍ୟ ଯେ, ସମଗ୍ର ବିଶ୍ୱରେ ଏହି ଭାରିଆଣ୍ଟକୁ ଆଶଙ୍କା ପ୍ରକାଶ ପାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ଏହାର ପ୍ରଭାବ ନେଇ ସ୍ପଷ୍ଟ ତଥ୍ୟ ସାମନାକୁ ଆସିନାହିଁ । ତେଣୁ ବ୍ରିଟେନ, ଇସ୍ରାଏଲ ପରି ଦେଶ ଅନ୍ତରାଷ୍ଟ୍ରୀୟ ଯାତ୍ରୀଙ୍କ କ୍ଷେତ୍ରରେ କଟକଣା ଲାଗୁ କରିଛନ୍ତି । ଭାରତ ମଧ୍ୟ ଏ କ୍ଷେତ୍ରରେ ନିୟମକୁ କଠୋର କରିଥିବା ଜଣାପଡ଼ିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ