ରାଜନୀତି ରାଜ୍ୟ

ଧାନ କିଣା ହ୍ରାସ ପାଇଁ କେନ୍ଦ୍ରର ନିଷ୍ପତ୍ତିକୁ ପ୍ରତିବାଦ: ରାଜଭବନ ସାମ୍ନାରେ ବିଜେଡିର ବିକ୍ଷୋଭ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ଭୁବନେଶ୍ବର: ଧାନ କିଣା ପ୍ରସଙ୍ଗକୁ ନେଇ କେନ୍ଦ୍ର ବିରୋଧରେ ରାସ୍ତାକୁ ଓହ୍ଲାଇଛି ବିଜେଡି। ଆଜି ଦଳ ପକ୍ଷରୁ ଏକ ବିକ୍ଷୋଭ ସମାବେଶ ରାଜଭବନ ସମ୍ମୁଖରେ ଆୟୋଜନ କରାଯାଇଥିଲା। ଏଥିରେ ବିଜେଡିର ବରିଷ୍ଠ ବିଧାୟକ ଓ ନେତାମାନେ ଯୋଗ ଦେଇ କେନ୍ଦ୍ରର ଚାଷୀ ମାରଣ ନୀତିକୁ ସମାଲୋଚନା କରିଥିଲେ। ଏହା ପରେ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଦଳ ପକ୍ଷରୁ ଏକ ସ୍ମାରକପତ୍ର ରାଜ୍ୟପାଳଙ୍କୁ ପ୍ରଦାନ କରାଯାଇଥିଲା। କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତିକୁ ପୁନର୍ବିଚାର ନକଲେ ଆନ୍ଦୋଳନ ଆହୁରି ତୀବ୍ର ହେବ ବୋଲି ବିଜେଡି ପକ୍ଷରୁ ଚେତାବନୀ ଦିଆଯାଇଛି।

ଆଜି ବିକ୍ଷୋଭ ସମାବେଶରେ ବିଜେଡି ନେତାମାନେ ଅଭିଯୋଗ କରିଥିଲେ ଯେ କେନ୍ଦ୍ର ସରକାର ବଜେଟ୍‌ର କ୍ରୟ ପାଣ୍ଠିରେ ୨୦,୦୦୦ କୋଟି ଟଙ୍କା ହ୍ରାସ କରିଛନ୍ତି। ଓଡ଼ିଶାରୁ ଉଷୁନା ଚାଉଳ ଉଠାଣ ପରିମାଣ କମାଇଦେବା ଫଳରେ ଲକ୍ଷ ଲକ୍ଷ ଚାଷୀଙ୍କ ଧାନ ବିକ୍ରି ପ୍ରଭାବିତ ହେବ। ପଶ୍ଚିମ ଓଡିଶାର ଚାଷୀମାନେ ଏହା ଦ୍ୱାରା ସାଂଘାତିକ ଭାବେ କ୍ଷତିଗ୍ରସ୍ତ ହେବେ। ପୂର୍ବରୁ ଓଡିଶାରୁ ୧୮ ଲକ୍ଷ ମେଟ୍ରିକ୍ ଟନ୍ ଚାଉଳ ଉଠୁଥିବାବେଳେ ବର୍ତ୍ତମାନ ତାହାକୁ ମାତ୍ର ୪ ଲକ୍ଷ ମେଟ୍ରିକ୍ ଟନ୍‌କୁ ହ୍ରାସ କରାଯାଇଛି। ଏହା ଦ୍ବାରା ରାଜ୍ୟର ବହୁ ଚାଷୀ ସେମାନଙ୍କ ଫସଲ ବିକ୍ରି କରିପାରିବେ ନାହିଁ। କେନ୍ଦ୍ର ସରକାର ତାଙ୍କ ନିଷ୍ପତ୍ତି ପରିବର୍ତ୍ତନ କରି ଓଡ଼ିଶାର କୃଷକମାନଙ୍କ ସମସ୍ତ ଖାଦ୍ୟଶସ୍ୟ ଉଠାଇବାକୁ ପଦକ୍ଷେପ ନେବା ପାଇଁ ଦାବି ହୋଇଥିଲା।

ସେହିପରି ବାରମ୍ବାର ଦାବି ସତ୍ତ୍ବେ ଧାନର ଏମ୍‌ଏସ୍‌ପି ୨୯୩୦ ଟଙ୍କା କରାଯାଉ ନଥିବାରୁ କେନ୍ଦ୍ରକୁ ସମା‌ଲୋଚନା କରାଯାଇଥିଲା। ବିଜେଡି ଭୁବନେଶ୍ବର ଜିଲ୍ଲା ସଭାପତି ତଥା ବିଧାୟକ ସୁଶାନ୍ତ ରାଉତଙ୍କ ନେତୃତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ବରିଷ୍ଠ ନେତା ଅରୁଣ ସାହୁ, ଦେବୀ ପ୍ରସାଦ ମିଶ୍ର, ଜିତୁ ମିତ୍ର, ରାଜେନ୍ଦ୍ର ସାହୁ, ସଞ୍ଜୟ ଦାସବର୍ମା, ଅନନ୍ତ ନାରାୟଣ ଜେନା, ବ୍ୟୋମକେଶ ରାୟ, ପ୍ରଣବ ବଳବନ୍ତରାୟ, ଉମାକାନ୍ତ ସାମନ୍ତରାୟ, ଦେବୀରଞ୍ଜନ ତ୍ରିପାଠୀ, ରୁଦ୍ର ମହାରଥୀ, ବିଷ୍ଣୁପଦ ରାଉତରାୟ, ମେୟର ସୁଲୋଚନା ଦାସ, ଅରୂପ ପଟ୍ଟନାୟକ, ଚିନ୍ମୟ ସାହୁ ଓ ଦୁର୍ଗା ସାମନ୍ତରାୟଙ୍କ ସମେତ ଦଳର ବହୁ ନେତା ଯୋଗ ଦେଇଥିଲେ। ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା (ପିଏମଜିକେଏୱାଇ)କୁ ବନ୍ଦ କରିବା ନିଷ୍ପତ୍ତି ପ୍ରତିବାଦରେ ବୁଧବାର ଦିନ ୩୦ଟି ଜିଲ୍ଲାର ସବୁ ଗ୍ରାମ ପଞ୍ଚାୟତ ମୁଖ୍ୟାଳୟରେ ବିଜେଡି ପକ୍ଷରୁ ଆନ୍ଦୋଳନ କରାଯିବ।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ
କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର