ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧାନ ଏମ୍‌ଏସ୍‌ପି ୧୪୩ ଟଙ୍କା ବଢ଼ିଲା

ନୂଆଦିଲ୍ଲୀ : ଖରିଫ ବିପଣନ ଋତୁ ୨୦୨୩-୨୪ ପାଇଁ ସାଧାରଣ ଧାନର କ୍ବିଣ୍ଟାଲ୍‌ ପିଛା ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍‌ଏସ୍‌ପି)ରେ ୧୪୩ ଟଙ୍କା ବୃଦ୍ଧି କରାଯାଇଛି। ଫଳରେ ଧାନର ଏମ୍ଏସ୍‌ପି ୨୦୪୦ ଟଙ୍କାରୁ ବୃଦ୍ଧି ପାଇ ୨୧୮୩ ଟଙ୍କା ହୋଇଛି। ସେହିପରି ଏ-ଗ୍ରେଡ୍‌ ଧାନର ଏମ୍‌ଏସ୍‌ପି ୧୪୩ ଟଙ୍କା ବୃଦ୍ଧି ପାଇ ୨୨୦୩ ଟଙ୍କା ହୋଇଛି। ମୁଗ ଓ ରାଶି ଏମ୍‌ଏସ୍‌ପିରେ ୮୦୦ ଟଙ୍କାରୁ ଅଧିକ ବୃଦ୍ଧି ହୋଇଛି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏମ୍ଏସ୍‌ପି ଦରକୁ ମଞ୍ଜୁରି ମିଳିଛି।

ଆଗାମୀ ଖରିଫ ଋତୁ ପାଇଁ ହାଇବ୍ରିଡ୍‌ ଯଅର କ୍ବିଣ୍ଟାଲ ପିଛା ଏମ୍ଏସ୍‌ପି ୨୧୦ ଟଙ୍କା ବୃଦ୍ଧି ପାଇ ୩୧୮୦ ଟଙ୍କା କରାଯାଇଥିବା ବେଳେ ମାଲଦାଣ୍ଡି ମାଣ୍ଡିଆ ମୂଲ୍ୟ ୨୩୫ ଟଙ୍କା ବୃଦ୍ଧି ପାଇ ୩୨୨୫ ଟଙ୍କା ହୋଇଛି। ବଜରା, ମାଣ୍ଡିଆ ଓ ମକା ଏସ୍‌ଏମ୍ଏପି ଯଥାକ୍ରମେ ୧୫୦ ଟଙ୍କା, ୨୬୮ ଟଙ୍କା ଓ ୧୨୮ ଟଙ୍କା ବୃଦ୍ଧି ପାଇ କ୍ବିଣ୍ଟାଲ ପିଛା ଯଥାକ‌୍ରମେ ୨୫୦୦ ଟଙ୍କା, ୩୮୪୬ ଟଙ୍କା ଓ ୨୦୯୦ ଟଙ୍କା ହୋଇଛି। ହରଡ଼ ଏମ୍ଏସ୍‌ପି ୪୦୦ ଟଙ୍କା ବୃଦ୍ଧି ପାଇ ୭୦୦୦ ଟଙ୍କା ହୋଇଛି। ମୁଗ ଏସ୍‌ଏମ୍‌ପି ୮୦୩ ଟଙ୍କା ବୃଦ୍ଧି ପାଇ ୮୫୫୮ ଟଙ୍କା ‌ହୋଇଛି। ହରଡ଼ ଏମ୍‌ଏସ୍‌ପି ୩୫୦ ଟଙ୍କା ବୃଦ୍ଧି ପାଇ ୬୯୫୦ ଟଙ୍କା ହୋଇଥିବା ବେଳେ ଚିନାବାଦାମ ଏମ୍‌ଏସ୍‌ପି ୫୨୭ ଟଙ୍କା ବୃଦ୍ଧି ପାଇ ୬୩୭୭ ଟଙ୍କା ହୋଇଛି।

ସୂର୍ଯ୍ୟମୁଖୀ ମଞ୍ଜି ଏମ୍ଏସ୍‌ପି ୩୬୦ ଟଙ୍କା ବୃଦ୍ଧି ପାଇ ୬୭୬୦ ଟଙ୍କା ହୋଇଥିବା ବେଳେ ହଳଦିଆ ସୋୟାବିନ ଦାମ୍‌ ୩୦୦ ଟଙ୍କା ବୃଦ୍ଧି ପାଇ ୪୬୦୦ ଟଙ୍କା ହୋଇଛି। ରାଶିର କ୍ବିଣ୍ଟାଲ୍‌ ପିଛା ଏମ୍ଏସ୍‌ପି ୮୦୫ ଟଙ୍କା ବୃଦ୍ଧି ପାଇ ୮,୬୩୫ ଟଙ୍କା, କଳା ରାଶି ମୂଲ୍ୟ ୪୪୭ ଟଙ୍କା ବୃଦ୍ଧି ପାଇ ୭୭୩୪ ଟଙ୍କା ଓ କପା (ମଧ୍ୟମ ମାନ)ର କ୍ବିଣ୍ଟାଲ ପିଛା ଏମ୍ଏସ୍‌ପି ୫୪୦ ଟଙ୍କା ବୃଦ୍ଧି ପାଇ ୬୬୨୦ ଟଙ୍କା ହୋଇଛି। କପା (ଲମ୍ବା ମାନ) ଏମ୍ଏସ୍‌ପି ୬୪୦ ଟଙ୍କା ବୃଦ୍ଧି ପାଇ ୭୦୨୦ ଟଙ୍କା ହୋଇଛି।

ନୂଆ ଏମ୍ଏସ୍‌ପି ଯୋଗୁଁ ବାଜରା କ୍ଷେତ୍ରରେ ଚାଷୀମାନେ ଉତ୍ପାଦନ ଖର୍ଚ୍ଚ ତୁଳନାରେ ୮୨ ପ୍ରତିଶତ ଲାଭ ପାଇବେ, ବିରି କ୍ଷେତ୍ରରେ ତାହା ୫୮ ପ୍ରତିଶତ, ସୋୟାବିନରେ ୫୨ ପ୍ରତିଶତ ଓ ହରଡ଼ କ୍ଷେତ୍ରରେ ୫୧ ପ୍ରତିଶତ ରହିଛି। ଅନ୍ୟ ଫସଲଗୁଡ଼ିକରେ ଉତ୍ପାଦନ ଖର୍ଚ୍ଚ ତୁଳନାରେ ଚାଷୀମାନଙ୍କ ଆନୁମାନିକ ଲାଭ ୫୦ ପ୍ରତିଶତରୁ ଅଧିକ ରହିବ। ୨୦୨୨-୨୩ରେ ଦେଶରେ ଖାଦ୍ୟଶସ୍ୟ ଉତ୍ପାଦନ ରେକର୍ଡ ୪୪୦.୦୫ ନିୟୁତ ଟନ୍ ଟପିବ ବୋଲି ଆକଳନ କରାଯାଇଛି ଯାହା ବିଗତ ପାଞ୍ଚ ବର୍ଷ ଭିତରେ ସର୍ବାଧିକ ହେବ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ