ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାନବିକା ପ୍ରାପ୍ୟ ୨୪ ଘଣ୍ଟା ନୁହେଁ, ୨୪ ଦିନ ହେଲା ମିଳିନି

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟା ସ୍ବାଭାବିକ ଢଙ୍ଗରେ ଚାଲିଛି ବୋଲି ପ୍ରଶାସନ ତରଫରୁ କୁହାଯାଇଛି। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ୮୨ହଜାର ଚାଷୀ ସରକାରୀ ମଣ୍ଡି ଜରିଆରେ ଧାନ ବିକ୍ରି କରିଛନ୍ତି। କିନ୍ତୁ ବହୁ ଚାଷୀଙ୍କ ନିକଟକୁ ଏ ପର୍ଯ୍ୟନ୍ତ ସେମାନଙ୍କର ପ୍ରାପ୍ୟ ଆସି ନାହିଁ। ଯାହାକୁ ନେଇ ଚାଷୀ ମହଲରେ ତୀବ୍ର ଅସନ୍ତୋଷ ପରିଲକ୍ଷିତ ହୋଇଛି। ସେପଟେ ଖୁବଶୀଘ୍ର ଚାଷୀଙ୍କ ଆକାଉଣ୍ଟ୍‌କୁ ତାଙ୍କର ପ୍ରାପ୍ୟ ଆସିଯିବ ବୋଲି ପ୍ରଶାସନ ତରଫରୁ କୁହାଯାଇଛି। କିନ୍ତୁ ଚାଷୀ ଏ ପର୍ଯ୍ୟନ୍ତ ତାଙ୍କର ମୂଲ୍ୟ ପାଇପାରି ନାହାନ୍ତି। ଜିଲ୍ଲାରେ ଆହୁରି ପ୍ରାୟ ୪୮ହଜାର ଚାଷୀ ଧାନ ବିକ୍ରି କରିବାକୁ ଅପେକ୍ଷା କରି ରହିଛନ୍ତି।

ଗଞ୍ଜାମ ଜିଲ୍ଲା ପାଇଁ ୬୦ଲକ୍ଷ କ୍ବିଣ୍ଟାଲ୍‌ ଟାର୍ଗେଟ ଆବଶ୍ୟକ ରହିଥିବା ସେ କହିଛନ୍ତି। ଧାନ ବିକ୍ରି କରିବାର ୨୪ଘଣ୍ଟା ମଧ୍ୟରେ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ଟଙ୍କା ଯିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। କିନ୍ତୁ ତାହା ପାଳନ କରାଯାଉ ନାହିଁ। ଧାନ ବିକି ଚାଷୀମାନେ ୨୪ ଦିନ ହେଲାଣି ପ୍ରାପ୍ୟ ନପାଇ ଅପେକ୍ଷା କରି ରହିଛନ୍ତି। ବହୁ ଗରିବ ଚାଷୀ ଋଣ ପରିଶୋଧ ଚିନ୍ତାରେ ରହିଥିବା ବେଳେ ଆଉ କିଏ ଅନ୍ୟାନ୍ୟ କାମ ପାଇଁ ଜଗି ରହିଛି। ହେଲେ ଚାଷୀଙ୍କ ପାଖକୁ ଟଙ୍କା ଆସିପାରୁ ନାହିଁ। ଗତ ୧୩ତାରିଖରୁ ଏଭଳି ସମସ୍ୟା ସୃଷ୍ଟି ହୋଇଥିବା ବେଳେ ପ୍ରାୟ ୧୭ହଜାର ଚାଷୀ ତାଙ୍କର ପ୍ରାପ୍ୟ ପାଇପାରି ନଥିବା ଶ୍ରୀ ନାହାକ କହିଛନ୍ତି। ଏ ଦିଗରେ ଦୃଷ୍ଟି ଦେଇ ତୁରନ୍ତ ଚାଷୀଙ୍କ ଆକାଉଣ୍ଟ୍‌କୁ ଟଙ୍କା ପଠାଇବାକୁ ସେ ଦାବି କରିଛନ୍ତି। ଏ ସମ୍ପର୍କରେ ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ପି. ମୁଣ୍ଡା କହନ୍ତି, ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟ୍‌କୁ ପର୍ଯ୍ୟାୟ କ୍ରମେ ଟଙ୍କା ଯାଉଛି। ନିକଟରେ ରାଜ୍ୟ ସରକାର ୩ହଜାର କୋଟି ଟଙ୍କାର ଫଣ୍ଡ ରିଲିଜ୍‌ କରିଛନ୍ତି। ଏଣୁ ସମସ୍ତ ଚାଷୀ ଖୁବଶୀଘ୍ର ତାଙ୍କର ପ୍ରାପ୍ୟ ପାଇବେ ବୋଲି ସେ କହିଛନ୍ତି।

ଗଞ୍ଜାମରେ ୮୨ ହଜାର ଚାଷୀ ବିକିଲେଣି ୩୬ ଲକ୍ଷ କୁଇଣ୍ଟାଲ୍‌

ଫଣ୍ଡ୍‌ ଅଭାବରୁ ଟଙ୍କା ମିଳିନି: ଜିଲ୍ଲା ମୁଖ୍ୟଯୋଗାଣ ଅଧିକାରୀ
ଗଞ୍ଜାମ ଜିଲ୍ଲାରେ ଚଳିତ ଖରିଫ୍‌ ଧାନକ୍ରୟ ପ୍ରକ୍ରିୟାରେ ସାମିଲ ହେବା ପାଇଁ ମୋଟ ୧ଲକ୍ଷ ୩୧ହଜାର ୨୩୭ଜଣ ଚାଷୀଙ୍କ ତାଲିକା ପ୍ରସ୍ତୁତ କରାଯାଇଛି। ତନ୍ମଧ୍ୟରୁ ୮୨ହଜାର ୨୫୨ଜଣ ଚାଷୀ ଧାନ ବିକ୍ରି କରି ସାରିଲେଣି। ଜିଲ୍ଲାରୁ ୪୩ଲକ୍ଷ ୧୩ହଜାର କ୍ବିଣ୍ଟାଲ୍‌ ଧାନ କ୍ରୟ କରିବାକୁ ଟାର୍ଗେଟ ଆସିଛି। ତନ୍ମଧ୍ୟରୁ ୩୬ଲକ୍ଷ ୮୭ହଜାର କ୍ବିଣ୍ଟାଲ୍‌ ଧାନ କ୍ରୟ ହୋଇ ସାରିଲାଣି। ଆଉ ପ୍ରାୟ ୬ଲକ୍ଷ କ୍ବିଣ୍ଟାଲ୍‌ ଧାନ କ୍ରୟ କରାଯିବ। ସେପଟେ ଧାନ ବିକ୍ରି କରିବା ପାଇଁ ୪୮ହଜାରରୁ ଅଧିକ ଚାଷୀ ଅପେକ୍ଷା କରି ରହିଛନ୍ତି। ଧାନକ୍ରୟ ପ୍ରକ୍ରିୟା ମାର୍ଚ୍ଚ ଶେଷ ପର୍ଯ୍ୟନ୍ତ ଚାଲିବ। ଏଣୁ ଟାର୍ଗେଟ ବୃଦ୍ଧି କରି ସମସ୍ତ ଚାଷୀଙ୍କ ଧାନ କ୍ରୟ କରିବାକୁ ଋଷିକୁଲ୍ୟା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ଦାବି କରିଛନ୍ତି।

ପ୍ରକାଶ ଥାଉ କି ଗତ ଡିସେମ୍ବର ୧୬ତାରିଖରୁ ଗଞ୍ଜାମ ଜିଲ୍ଲାରେ ଧାନକ୍ରୟ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବର୍ତ୍ତମାନ ସୁଦ୍ଧା ଜିଲ୍ଲାର ଧରାକୋଟ, ଦିଗପହଣ୍ଡି, ଜଗନ୍ନାଥପ୍ରସାଦ, ସାନଖେମୁଣ୍ଡି ଓ ସୋରଡ଼ା ବ୍ଲକ୍‌ରୁ ୯୦ରୁ ୯୫ ପ୍ରତିଶତ ଧାନ ସଂଗ୍ରହ ସରିଲାଣି। ତଥାପି ଏହି ବ୍ଲକ୍‌ରେ ଆହୁରି ବହୁ ଚାଷୀ ଧାନ ଧରି ଅପେକ୍ଷା କରିଛନ୍ତି। ଦିଗପହଣ୍ଡି ବ୍ଲକ୍‌ରେ ୮ହଜାର ୪୦୩ଜଣ ଚାଷୀଙ୍କ ମଧ୍ୟରୁ ୫ହଜାର ୩୬୧ଜଣ ଚାଷୀ ଧାନ ବିକ୍ରି କରି ସାରିଲେଣି। ବ୍ଲକ୍‌କୁ ମିଳିଥିବା ଟାର୍ଗେଟରୁ ୯୮ ପ୍ରତିଶତ ଧାନ କିଣା ସରିଛି। କିନ୍ତୁ ୬୩ ପ୍ରତିଶତ ଚାଷୀ ଧାନ ବିକ୍ରି କରିଛନ୍ତି। ଏଣୁ ଟାର୍ଗେଟ ବୃଦ୍ଧି କରିବାକୁ ଚାଷୀ ମହଲରେ ଦାବି ହୋଇଛି।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।