ରାଜ୍ୟ ସ୍ପେଶାଲ ରିପୋର୍ଟ

ଧାନଚାଷକୁ ଚାଷୀଙ୍କ ନା: ବର୍ଷା ଅଭାବ, ଜଳସେଚନର ଅସୁବିଧାରୁ ଅଣଧାନ ପ୍ରତି କରୁଛନ୍ତି ଆଗ୍ରହ

ରାୟଗଡ଼ା: ଜିଲ୍ଲାରେ ଚଳିତ ବର୍ଷ ଧାନ ଚାଷକୁ ପ୍ରାଧାନ୍ୟ ନଦେଇ କପା ଓ ମିଲେଟ ଚାଷକୁ ଅଧିକ ପ୍ରାଧାନ୍ୟ ଦେଉଛି ଚାଷୀ। ବର୍ଷା ଅଭାବ ସହ ଜଳସେଚନର ସୁବିଧା ନଥିବାରୁ ଏବଂ ଅଧିକ ଲାଭ ପାଇଁ ଚାଷୀ ଏବେ ଧାନ ଚାଷ ଛାଡ଼ି କପା ଓ ମିଲେଟ ଚାଷ ପ୍ରତି ମନ ବଳାଇଛନ୍ତି। ଜଳସେଚନ ସୁବିଧା ନଥିବାରୁ ଛାଷ କାର୍ଯ୍ୟ ହୋଇପାରୁନି।କିନ୍ତୁ ଜମିକୁ ପାଣି ଯୋଗାଣ ନିମନ୍ତେ କାର୍ଯ୍ୟକାରି ହେଉଛି ଉଠା ଜଳସେଚନ ପ୍ରକଳ୍ପ।ଲକ୍ଷାଧିକ ଟଙ୍କା ବ୍ୟୟରେ ଏହି ପ୍ରକଳ୍ପ ଦ୍ବାରା ଚାଷ ଜମିକୁ ଜଳଯୋଗାଣ ପାଇଁ ନିର୍ମାଣ ହୋଇଥିବା ଟ୍ୟୁବଲଗୁଡିକ କିଛି ଦିନ ପରେ ଅଚଳ ହୋଇପଡୁଛି। ଫଳରେ ଚାଷୀଙ୍କ ସୁବିଧା ଲାଗି ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ କରୁଥିଲେ ହେଁ ସରକାରୀ ଯୋଜନା ଚାଷୀ ପାଇ ନପାଇବା ସଦୃଶ୍ୟ ହେଉଛଇ।

ସରକାରଙ୍କ ସବୁ ଯୋଜନା ସତ୍ତ୍ବେ ଉପେକ୍ଷିତ ହେଉଛନ୍ତି ଚାଷୀକୁଳ। ଜିଲ୍ଲାରେ ଅଧାରୁ ଅଧିକ ଉଠା ଜଳସେଚନ ପ୍ରକଳ୍ପ ଭାଙ୍ଗି ଅଚଳ ହୋଇ ପଡିଥିବା ବେଳେ ଚିରସ୍ରୋତା ନଦୀ ନାଗାବଳୀ ଓ ଝଞ୍ଜାବତି ନଦୀ ସହ କେନାଲ ଶୁଖିଲା ପଡ଼ିଥିବା ବେଳେ ବର୍ଷାର ଅଭାବ ଫଳରେ ଶତାଧିକ ହେକ୍ଟର ଜମି ପଡିଆ ପଡିଛି। ଜଳସେଚନ ସୁବିଧା ନଥିବାରୁ ଉକ୍ତ ଜମିରେ କୃଷି କାର୍ଯ୍ୟ କରିବା ଅସମ୍ଭବ ହୋଇପଡୁଛି। ତେଣୁ ଅନ୍ୟ ଉପାୟ ନପାଇ ଚାଷୀ ନିଜ ପରିବାର ପ୍ରତିପୋଷଣ ପାଇଁ ଧାନ ଚାଷ ଛାଡି ଅଣଧାନ ଚାଷ ପ୍ରତି ମନ ବଳାଉଛନ୍ତି। କାରଣ ଅଣ ଧାନ ଚାଷ କଲେ ଅଧିକ ପାଣିର ଆବଶ୍ୟକ ନଥାଏ। ଧାନ ଚାଷ କଲେ କେବଳ ଜଳସେଚନର ଅସୁବିଧା ନୁହେଁ ବରଂ ଏଥିସହ ଧାନ ମଣ୍ଡିକୁ ନେଲେ ଉଚିତ ଦର ମିଳୁନଥିବା ବେଳେ କଟନିଛଟନି କରାଯାଇ ହଇରାଣ କରାଉଛି ବୋଲି ଚାଷୀ ଅଭିଯୋଗ କରିଛନ୍ତି।

ଧାନ ଅପେକ୍ଷା କପା ଓ ମାଣ୍ଡିଆ ଚାଷରେ ସେମାନେ ଅଧିକ ଲାଭ ପାଉଥିବାରୁ ଏବଂ ବାହାର ବେପାରି ଘର ବାରଣ୍ଡାକୁ ଆସି ଅଧିକ ମୂଲ୍ୟ ଦେଇ ନେଇଯାଉଥିବାରୁ ସେମାନେ ଧାନ ଚାଷ ଛାଡି ଅଣ ଧାନ ଚାଷ କରୁଛନ୍ତି ବୋଲି ଚାଷୀ ମୀନାରାଓ ତାଡିଙ୍ଗି ଓ ସଲମନ ରେଡ୍ଡୀ ପ୍ରକାଶ କରିଛନ୍ତି। ଚାରିପଟେ ନଦୀ ସୁଦ୍ଧା ଜଳସେଚନର ସୁବିଧା ନଥିବା ଚାଷୀ ଅଭିଯୋଗ କରିଛି।

ମିଳିଥିବା ସୁଚନା ଅନୁସାରେ ରାୟଗତା ଜିଲ୍ଲାରେ ସମୁଦାୟ ୩୭୦ଟି ନଳକୂପ ମଧ୍ୟରୁ ୯୯ଟି ନଳକୂପ ଅଚଳ ହୋଇ ପଡିଥିବା ବେଳେ ୮୭୮ଟି ଲିଫ୍ଟ ପଏଣ୍ଟ ମଧ୍ୟରୁ ୧୭୦ଟି ଲିଫ୍ଟ ପଏଣ୍ଟ ଦୀର୍ଘ ଦୀନ ହେଲାଣି ଅଚଳ ହୋଇ ପଡିରହିଛି। ସେହିପରି ଜିଲ୍ଲାରେ ୧,୯୩,୫୦୪ ହେକ୍ଟର ଚାଷ ଜମିରୁ ଜଳସେଚନ ସୁବିଧା ନଥିବାରୁ ୫୦,୧୮୦ ହେକ୍ଟର ଜମିରେ ଚାଷ ହୋଇଥିବା ବେଳେ ୧,୪୩,୩୨୪ ହେକ୍ଟର ଚାଷ ଜମି ଜିଲ୍ଲାରେ ପଡିଆ ପଡିଛି। କେବଳ ସେତିକି ନୁହେଁ ଖରିଫ-୨୦୨୨ ରେ ଧାନ ଜିଲ୍ଲାର ୪୬,୪୬୪ ହେକ୍ଟର ଜମିରେ ଚାଷ କରାଯାଇଥିବା ବେଳେ ଖରିଫ-୨୦୨୩ ରେ ଏହା ଖସି ଜିଲ୍ଲାର ୪୦,୭୪୯ ହେକ୍ଟର ଜମିରେ ଚାହ କରାଯାଇଛି। ଅର୍ଥାତ୍ ଚଳିତ ବର୍ଷ ଖରିଫରେ ୫,୭୧୫ ହେକ୍ତର ଜମିରେ ଧାନ ଚାଷ କରିନାହାନ୍ତି ଚାଷୀ। କିନ୍ତୁ ଖରିଫ-୨୦୨୨ ରେ ମିଲେଟ୍ ୪୨,୨୨୧ ହେକ୍ଟର ଜମିରେ ଚାଷ କରାଜାଇଥିଲା ବେଳେ ଚଳିତ ଖରିଫ-୨୦୨୩ ରେ ୪୩,୩୦୪ ହେକ୍ଟର ଜମିରେ ଚାଷ କରାଯାଇଛି। ଅର୍ଥାତ୍ ମିଲେଟ ଗତବର୍ଷ ଅପେକ୍ଷା ଚଳିତ ବର୍ଷ ଅଧିକ ୧,୦୮୩ ହେକ୍ଟର ଜମିରେ ଅଧିକ ଚାଷ ହୋଇଛି।

ସେହିପରି ଖରିଫ-୨୦୨୨ ରେ କପା ୪୫,୯୬୭ ହେକ୍ଟର ଜମିରେ ଚାଷ ହୋଇଥିଲା ବେଳେ ଚଳିତ ଖରିଫ-୨୦୨୩ ରେ ଏହା ବଡି ୪୯,୦୯୭ ହେକ୍ଟର ଜମିରେ କପା ଚାଷ କରାଯାଇଛି। ଯଦି ଦର କଥା କହିବା ତାହାହେଲେ ମଣ୍ଡିରେ ଧାନ କୁଇଟାଂଲ ପିଛା ୨,୧୮୦ ଟଙ୍କା ରହିଥିବା ବେଳେ କପା ମଣ୍ଡିରେ କୁଇଟାଂଲ ପିଛା ଦର ୭,୦୨୦ ଟଙ୍କା ଓ ମିଲେଟ୍ ମଣ୍ଡିରେ କୁଇଣ୍ଟାଲ ପିଛା ୩,୮୪୬ ଟଙ୍କା ରହିଛି। ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ ଧାନ ଚାଷ କମିବାକୁ ସ୍ୱୀକାର କରିବା ସହ ଅଧିକ ଲାଭ ପାଉଥିବାରୁ ଚାଷୀ ଧାନ ଚାଷ ଛାଡି ଅଣଧାନ ଚାଷକୁ ଗୁରୁତ୍ୱ ଦେଉଛନ୍ତି ବୋଲି କହିଛନ୍ତି ଜିଲ୍ଲା ମୂଖ୍ୟ କୃଷି ଅଧିକାରୀ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।