ଖେଳ ଦେଶ ବିଦେଶ

ଧାଓ୍ୱନଙ୍କ ସହ ଟି୨୦ ସିରିଜରେ କିଏ କରିବେ ଓପନିଂ ? ଏହି ବ୍ୟାଟସମ୍ୟାନଙ୍କ ନାଁ ନେଲେ ଗାଭାସ୍କର, କହିଲେ…

ସିଡନୀ,୦୩/୧୨: ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହୋଇଛି । ଏବେ ଟି୨୦ ସିରିଜ୍ ଖେଳିବେ ଉଭୟ ଦଳ । ମ୍ୟାଚରେ କିଏ ଓପନିଂ କରିବ ତାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି । ଦିନିକିଆ ସିରିଜର ଗୋଟିଏ ବି ମ୍ୟାଚରେ ଭାରତ ଭଲ ଆରମ୍ଭ କରିନଥିଲା । ଶିଖର ଧାଓ୍ୱନ ଭଲ ଫର୍ମରେ ଥିଲେ ମଧ୍ୟ ତାଙ୍କର ସାଥି ଓପନର କିଏ ହେବ ତାହା ସ୍ପଷ୍ଟ ହୋଇନାହିଁ । ଏହାମଧ୍ୟରେ ଦଳର ପୂର୍ବତନ ଅଧିନାୟକ ସୁନିଲ ଗାଭାସ୍କର ନିଜର ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଯେ, ଶିଖର ଧାଓ୍ୱନ କେଏଲ ରାହୁଲଙ୍କ ସହ ଓପନିଂ କରିବା ଆବଶ୍ୟକ । ରାହୁଲ ଆଇପିଏଲରେ ୬୭୦ ରନ୍ କରିଥିଲେ । ତାଙ୍କୁ ଅରେଞ୍ଜ୍ କ୍ୟାପ୍ ମିଳିଛି । ଧାଓ୍ୱନ ମଧ୍ୟ ଦିଲ୍ଲୀ ପାଇଁ ୬୧୮ ରନ୍ କରିଛନ୍ତି । ଉଭୟ ଭଲ ଫର୍ମରେ ରହିଛନ୍ତି । ସେମାନେ ୧୪ରୁ ୧୫ ଓଭର ଯାଏଁ ରହିଲେ ହାର୍ଦ୍ଦିକ ପାଣ୍ଡ୍ୟା, ଶ୍ରେୟସ ଆୟାର ଭଲ ସ୍କୋର କରିପାରିବେ ।

ସୂଚନାଯୋଗ୍ୟ, ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଓପନିଂ କରିଥିବା ମୟଙ୍କ ଅଗ୍ରଓ୍ୱାଲ ୨୨ ରନ୍ କରିଥିବା ବେଳେ ଦ୍ୱିତୀୟ ମ୍ୟାଚରେ ୨୮ ରନ୍ କରିପାରିଥିଲେ । ତୃତୀୟ ଦିନିକିଆରେ ଶୁଭମନ ଗିଲଙ୍କୁ ସ୍ଥାନ ମିଳିଥିଲେ ମଧ୍ୟ ସେ ୩୩ ରନ୍ କରିଥିଲେ । ଧାଓ୍ୱନ ପ୍ରଥମ ଦିନିକିଆରେ ୭୪ ରନ୍ କରିଥିଲେ ।

କେଏଲ ରାହୁଲ ଟି୨୦ରେ ଓପନିଂ କରି ଏବେସୁଦ୍ଧା ୧୦ ଟି ଅର୍ଦ୍ଧଶତକ ଲଗାଇଛନ୍ତି । ଶିଖର ଧାଓ୍ୱନଙ୍କ ବ୍ୟାଟରୁ ମଧ୍ୟ ଟି୨୦ରେ ୧୦ଟି ଅର୍ଦ୍ଧଶତକ ଲାଗିଛି । ଏପରିକି ମୟଙ୍କ ଅଗ୍ରଓ୍ୱାଲ ମଧ୍ୟ ଆଇପିଏଲରେ ଭଲ ପ୍ରଦର୍ଶନ କରିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ