ଝାରସୁଗୁଡା ୨୫/୦୫: ଝାରସୁଗୁଡାରୁ ପ୍ରଥମ ଥର ପାଇଁ ଜବତ ହେଲା ବ୍ରାଉନ ସୁଗାର । ଝାରସୁଗୁଡା ଏୟାରପୋର୍ଟ ଛକରୁ ଟାଉନ ଥାନା ପୋଲିସ ପ୍ରାୟ ୧୬.୯୪୦ ଗ୍ରାମ (ପ୍ରାୟ 17ଗ୍ରାମ) ବ୍ରାଉନ ସୁଗାର ଜବତ କରିଛି । ଏହି ଘଟଣାରେ ସମ୍ପୃକ୍ତ ମଙ୍ଗଳ ବଜାର ଅଂଚଳର ୩ଜଣ ଯୁବକକୁ ପୋଲିସ ଗିରଫ ମଧ୍ୟ କରିଛି ।
ସେମାନଙ୍କ ଠାରୁ 2ଟି KTM ବାଇକ, ୧୩ହଜାର ୯୦ଟଙ୍କା, ଗୋଟିଏ ମୋବାଇଲ ଜବତ କରିଛି। ଏହି ବ୍ରାଉନ ସୁଗାର କଲିକତା, ରାଞ୍ଚି ଅଂଚଳରୁ ଆସୁଥିବାବେଳେ ଅଭିଯୁକ୍ତମାନେ ଏହାକୁ ଝାରସୁଗୁଡାର ବିଭିନ୍ନ ସ୍ଥାନରେ ବିକ୍ରି କରୁଥିଲେ ।
ତେବେ ଗତକାଲି ଅପରାହ୍ନରେ ରାଉରକେଲା ପଟୁ ବ୍ରାଉନସୁଗାର ଆସୁଥିବା ପୋଲିସ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବିଭିନ୍ନ ସ୍ଥାନରେ ନାକ ଚେକିଙ୍ଗ କରିବାସହ ଅଭିଯୁକ୍ତ ମାନଂକୁ ଏୟାରପୋର୍ଟ ଛକରୁ ଗିରଫ କରିଥିଲା । ଅଭିଯୁକ୍ତ ମାନେ ମଙ୍ଗଳବଜାର ଅଂଚଳର ଜିତେଶ କୁମ୍ଭାର, ଏମଡି ମୁମତାଜ ଓ ଇରସାଦ ଖାନ ବୋଲି ପୋଲିସ ସୂଚନା ଦେଇଛି । ମେଡିକାଲ ପରେ ଆଜି ଅଭିଯୁକ୍ତମାନଂକୁ କୋର୍ଟ ଚାଲାଣ କରାଯିବ ।