ଅପରାଧ ରାଜ୍ୟ

ଧଳସାମନ୍ତ ସହଯୋଗୀଙ୍କ ହତ୍ୟା ଧମକ; ଥାନାରେ ମାମଲା

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
କଟକ : ଧଳସାମନ୍ତ ସହଯୋଗୀଙ୍କ ଘରେ ବିବାହ କରିଥିବା ଜଣେ ବ୍ୟକ୍ତିଙ୍କୁ ଏବେ ମିଳୁଛି ହତ୍ୟା ଧମକ। ଜୀବନ ଭୟରେ ସମ୍ପୃକ୍ତ ବ୍ୟକ୍ତି ଘର ଛାଡ଼ି ବାହାରେ ରହୁଛନ୍ତି। ଏ ନେଇ ସେ ଲାଲବାଗ ଥାନାରେ ଏତଲା ଦେଇ ତାଙ୍କୁ ନ୍ୟାୟ ପ୍ରଦାନ ପାଇଁ ଦାବି କରିଛନ୍ତି। ଧଳସାମନ୍ତଙ୍କ ସହଯୋଗୀମାନେ ଅଭିଯୁକ୍ତ ହୋଇଥିବାରୁ ପୁଲିସ ଏହି ଘଟଣାକୁ ଗୁରୁତର ସହିତ ନେଇଛି। ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ଦିଵାନ୍‌ବଜାରର ସେକ୍ ରାଜୀବଙ୍କର ୨୦୦୮ରେ କାଫଲାବଜାରର ଅଫସିନ୍ ଖାଁଙ୍କ ସହିତ ବିବାହ ହୋଇଥିଲା। ଅଫସିନ୍‌ଙ୍କ ପରିବାର ସଦସ୍ୟ ଧଳସାମନ୍ତଙ୍କ ସହଯୋଗୀ ହୋଇଥିବାରୁ ରାଜୀବଙ୍କୁ ଭୟଭୀତ କରି ରଖୁଥିଲେ। ଶ୍ବଶୁର ଘର ଲୋକେ ତାଙ୍କୁ ମାଡ଼ ମାରିବା ସହିତ ବନ୍ଧୁକ ଦେଖାଇ ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଧଳସାମନ୍ତ ଭାଇ ୨୦୧୬ରେ ଗିରଫ ହେବା ପରେ ଅଫସିନ୍‌ଙ୍କ ଭାଇ ବି ଗ୍ୟାଙ୍ଗଷ୍ଟର୍‌ ସହଯୋଗୀ ଅଭିଯୋଗରେ ଗିରଫ ହୋଇ ଜେଲ୍ ଯାଇଥିଲା। ଏପଟେ ରାଜୀବଙ୍କ ପ୍ରତି ଶ୍ବଶୁର ଘର ଲୋକଙ୍କ ନିର୍ଯାତନା ବଢ଼ିଚାଲିଥିଲା। ନିର୍ଯାତନାରେ ଅତିଷ୍ଠ ହୋଇ ରାଜୀବ ଏବେ ଘର ଛାଡ଼ି ବାହାରେ ରହୁଛନ୍ତି।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।