ଦେଶ ବିଦେଶ ସ୍ପେଶାଲ ରିପୋର୍ଟ

ଧର୍ମେନ୍ଦ୍ରଙ୍କ ସହ ବଲିଉଡ ସିନେମାରେ ଅଭିନୟ କରିବେ ଅମିତାଭ ବଚନଙ୍କ ନାତି । ଜାଣନ୍ତୁ କେବେ ହେଉଛି ରିଲିଜ

ବ୍ୟୁରୋ : ବଲିଉଡର ବିଗ୍ ବି ଅମିତାଭ ବଚ୍ଚନଙ୍କ କ୍ରେଜ ଆଜି ବି ଜାରି ରହିଛି । କୋଟି କୋଟି ସିନେପ୍ରେମୀଙ୍କ ହୃଦୟରେ ଏବେ ବି ଅମିତାଭଙ୍କ ପାଇଁ ସମର୍ଥନ ରହିଛି । ହେଲେ ଏବେ ଖବର ଆସିଛି କି ଅମିତାଭ ବଚନଙ୍କ ପରେ ତାଙ୍କ ପୁଅ ଅଭିଷେକ ବଚନ ଓ ଏବେ ତାଙ୍କ ନାତି ଅଗସ୍ତ୍ୟ ନନ୍ଦା ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଦିନେଶ ବିଜନଙ୍କ ସହ ମିଳିତ ଭାବେ ଏହି ସିନେମାର ଘୋଷଣା କରିଛନ୍ତି । ଏହି ସିନେମାରେ ଅଗସ୍ତ୍ୟ ଭେଟେରାନ ଅଭିନେତା ଧର୍ମେନ୍ଦ୍ରଙ୍କ ସହ ସ୍କ୍ରିନ ସେୟାର କରିବେ ।

୨୦୨୨ ରେ ଏହା ବଲିଉଡ ପ୍ରଶଂସକଙ୍କ ପାଇଁ ଏକ ଖୁସିର ଖବର ନେଇ ଆସିଛି । ହଁ ଏହା ପୂର୍ବରୁ ଅଗସ୍ତ୍ୟ ନନ୍ଦା ଆର୍ଚିଜ ନାମକ ଏକ ସିନେମାରେ ଅଭିନୟ କରିଥିଲେ । ହେଲେ ଏବେ ଧର୍ମେନ୍ଦ୍ରଙ୍କ ଜନ୍ମଦିନରେ ନିର୍ଦ୍ଦେଶକ ଶ୍ରୀରାମ ରାଘବନ ଘୋଷଣା କରିଛନ୍ତି କି ଆଇକେକେଆଇଏସ୍ ନାମରେ ଏକ ସିନେମା ରିଲିଜ କରିବାକୁ ଯାଉଛନ୍ତି । ଏଥିରେ ଧର୍ମେନ୍ଦ୍ର ଓ ଅଗସ୍ତ୍ୟାଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ।

ଏହି ସିନେମା ଲେଫ୍ଟନାଣ୍ଟ ଜେନେରାଲ ଅରୁଣ କ୍ଷେତ୍ରପାଲଙ୍କ ଜୀବନୀ ଉପରେ ଆଧାରିତ । ଅରୁଣ କ୍ଷେତ୍ରପାଲ ସବୁଠାରୁ କମ୍ ବୟସରେ ପରମ ବୀର ଚକ୍ର ପାଇଥିବା ଜଣେ ବ୍ୟକ୍ତି । ଯେ କି, ତାଙ୍କ ଜୀବନରେ ନିର୍ଭରେ ଯୁଦ୍ଧ ଲଢୁଥିଲେ । କୁହାଯାଉଛି କି ଏହି ସିନେମାର ସୁଟିଂ ୨୦୨୩ ଶେଷ ସୁଦ୍ଧା ସମାପ୍ତ ହେବ । ଏହି ସିନେମାର ଘୋଷଣା ବେଳେ ନିର୍ଦ୍ଦେଶକ ଓ କଳାକାରମାନେ ବେଶ୍ ଖୁସିଥିବା ଦେଖିବାକୁ ମିଳିଥିଲା ।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ