ରାଜ୍ୟ ସ୍ପେଶାଲ ରିପୋର୍ଟ

ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିବାକୁ ବବିଙ୍କୁ ଦାୟିତ୍ବ , ୨୪ରେ ହୋଇପାରେ ହାଇ ଭୋଲଟେଜ୍‌ ଲଢ଼େଇ

ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ .

ଅନୁଗୁଳ : ଢେଙ୍କାନାଳ ଲୋକସଭା ଆସନରୁ ଲଢ଼ିବା ପାଇଁ କ୍ଷେତ୍ର ପ୍ରସ୍ତୁତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଘନ ଘନ ଗସ୍ତ କରି କର୍ମୀଙ୍କ ମନରେ ଜୋସ୍‌ ଭରିବା ସହ ୨୦୨୪ ଲଢ଼େଇ ପାଇଁ ପ୍ରସ୍ତୁତ ହେବାକୁ କହୁଛନ୍ତି। ଏଠାରୁ ଧର୍ମେନ୍ଦ୍ର ଲଢ଼ିବା ନେଇ ସଙ୍କେତ ମିଳିବା ପରେ ବିଜେଡି ତା ରଣନୀତି ବଦଳାଇଛି। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାର ପର୍ଯ୍ୟବେକ୍ଷକ ଭାବେ ଦଳର ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କୁ ଦାୟିତ୍ବ ଦିଆଯାଇଛି। ଧର୍ମେନ୍ଦ୍ରଙ୍କ ମୁକାବିଲା ପାଇଁ ବବି ସଂଗଠନ ଦାୟିତ୍ବ ନିଜ କାନ୍ଧକୁ ନେଇଥିବା ଅନୁମାନ କରାଯାଉଥିଲା ବେଳେ ଆସନ୍ତା ସାଧାରଣ ନିର୍ବାଚନରେ ଏଠାରେ ହାଇଭୋଲଟେଜ୍‌ ଲଢ଼େଇ ଏକପ୍ରକାର ନିଶ୍ଚିତ ବୋଲି କୁହାଯାଉଛି।

ବିଜେଡି ଆଜି ୩୦ଟି ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କରିଛି। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲା ପାଇଁ ବବି ଦାସଙ୍କୁ ଦଳ ଦାୟିତ୍ବ ଦେବା ପରେ ଏହାକୁ ନେଇ ଆଲୋଚନା ଆରମ୍ଭ ହୋଇଯାଇଛି। ଆସନ୍ତା ସାଧାରଣ ନିର୍ବାଚନ ବବିଙ୍କ ନେତୃତ୍ବରେ ଦଳ ଏଠାରେ ନିର୍ବାଚନ ଲଢ଼ିବ। ବବି ଦାସ ଦଳର ଅନ୍ୟତମ କ୍ଷମତାକେନ୍ଦ୍ର ହୋଇଥିବାରୁ ବିଜେଡି ଏହି ରଣନୀତି ଧର୍ମେନ୍ଦ୍ରଙ୍କୁ ମୁକାବିଲା କରିବା ପାଇଁ ବୋଲି ରାଜନୀତି ପଣ୍ଡିତମାନେ ଅନୁମାନ କରୁଛନ୍ତି। କାରଣ ବିଜେପିର ‌ଚେହେରା କୁହାଯାଉଥିବା ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ସାଧାରଣ ନିର୍ବାଚନରେ ଏଠାରୁ ପ୍ରାର୍ଥୀ ହେଉଥିବା ନେଇ ପାଖାପାଖି ବର୍ଷେ ହେଲା ଆଲୋଚନା ଚାଲିଛି। ନିଜେ ଧର୍ମେନ୍ଦ୍ର ପ୍ରତି ମାସରେ ଅନୁଗୁଳ-ଢେଙ୍କାନାଳ ଆସି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେଉଛନ୍ତି। ଦଳୀୟ ନେତା ଓ କର୍ମୀଙ୍କୁ ଭେଟି ଆଲୋଚନା କରୁଛନ୍ତି। ଏପଟେ ତାଙ୍କ ପତ୍ନୀ ମୃଦଳା ଠାକୁର ପ୍ରଧାନ ତାଳଚେରରେ ରହି ସଂଗଠନ କାମରେ ଲାଗିଛନ୍ତି। ଅନୁଗୁଳକୁ ନିୟମିତ ବ୍ୟବଧାନରେ କେନ୍ଦ୍ରମନ୍ତ୍ରୀମାନେ ଆସି ମୋଦୀ ସରକାରଙ୍କ ଗୁଣଗାନ କରୁଛନ୍ତି। ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଚାଲିଥିବା କେନ୍ଦ୍ର ସରକାରଙ୍କ ବିଭିନ୍ନ ପ୍ରକଳ୍ପଗୁଡ଼ିକ ସାରିବା ଉପରେ ଧର୍ମେନ୍ଦ୍ର ଗୁରୁତ୍ବ ଦେଉଛନ୍ତି। ତେଣୁ ଧର୍ମେନ୍ଦ୍ର ଢେଙ୍କାନାରୁ ଲଢ଼ୁଥିବା ନେଇ ବିଜେପିର ଆଭ୍ୟନ୍ତରୀଣ ମହଲରୁ ଶୁଣିବାକୁ ମିଳୁଛି।

ଦୁଇ ପ୍ରମୁଖ ଦଳ ବିଜେଡି ଅନୁଗୁଳ ଓ ଢେଙ୍କାନାଳକୁ ଗୁରୁତ୍ବ ଦେଉଥିବାରୁ ଏହା ଏବେ ରାଜ୍ୟ ରାଜନୀତିର ଫୋକସରେ ରହିଛି। ଏବେ ବବି ଦାସ ପର୍ଯ୍ୟବେକ୍ଷକ ହେବା ପରେ ଆଗକୁ ଧର୍ମେନ୍ଦ୍ର ଓ ବବିଙ୍କ ଭିତରେ ସିଧାସଳଖ ଲଢ଼େଇ ହେବ ବୋଲି ଅନୁମାନ କରାଯାଉଛି। ଏହା ପୂର୍ବରୁ ବିଭିନ୍ନ ପ୍ରସଙ୍ଗରେ ଧର୍ମେନ୍ଦ୍ର ଓ ବବି ଦାସ ସାମାଜିକ ଗଣମାଧ୍ୟମରେ ମୁହାଁମୁହିଁ ହେବାର ନଜିର ରହିଛି। ଏବେ ନିର୍ବାଚନରେ ଉଭୟ ପରସ୍ପରକୁ ସାମ୍‌ନା କରିବେ। ଧର୍ମେନ୍ଦ୍ରଙ୍କୁ ନେଇ ବିଜେପି ଉତ୍ସ‌ାହିତ ରହିଥିଲାବେଳେ ତାଙ୍କୁ ମାତ୍‌ ଦେବାକୁ ବବି କେମିତି ରଣନୀତି କରୁଛନ୍ତି ତାକୁ ଏବେ ଅପେକ୍ଷା।

ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।