ଦେଶ ବିଦେଶ ଧର୍ମ ସ୍ପେଶାଲ ରିପୋର୍ଟ

ଧର୍ମରୁ ଉର୍ଦ୍ଧ୍ୱରେ ଜ୍ଞାନ, ରାମାୟଣ କ୍ୱିଜ୍‌ ପ୍ରତିଯୋଗିତାରେ ବିଜୟୀ ହୋଇ ଏକଥା ପ୍ରମାଣ କରିଦେଖାଇଲେ କେରଳର ଦୁଇ ମୁସ୍ଲିମ ଛାତ୍ର

ମଲପ୍ପୁରମ: ଧର୍ମ ନାଁରେ କୌଣସି ବର୍ଗରେ ସୀମିତ ରହିଲେ ଜ୍ଞାନ ଆହରଣ କରି ହୁଏନା। ଜ୍ଞାନ ଧର୍ମ ଠାରୁ ବହୁ ଉର୍ଦ୍ଧ୍ୱରେ। ଏକଥା ପ୍ରମାଣ କରିଦେଖାଇଛନ୍ତି କେରଳର ମଲପ୍ପୁରମର ଦୁଇ ମୁସ୍ଲିମ ଛାତ୍ର। ରାମାୟଣରେ ହୋଇଥିବା କ୍ୱିଜ୍ ପ୍ରତିଯୋଗିତାରେ ଏହି ଦୁଇ ଛାତ୍ର ବିଜୟୀ ହୋଇଛନ୍ତି। ପ୍ରତିଯୋଗିତାରେ ବିଜୟୀ ହେବା ପରେ ଦୁଇ ଛାତ୍ର ଯେଉଁ ମେସେଜ୍ ଦେଇଛନ୍ତି ତାହା ଆଜିର ଚରମପନ୍ଥୀମାନେ ଜାଣିବା ନିହାତି ଦରକାର।

ରାମାୟଣ କ୍ୱିଜ୍ ପ୍ରିତଯୋଗିତା ଜିତିଥିବା ଦୁଇ ମୁସ୍ଲିମ ଛାତ୍ର ହେଲେ ବସିତ ଓ ଜବୀର। ଏହି ଦୁଇ ଜଣ ଉତ୍ତର କେରଳ ଜିଲ୍ଲା ବଲାଞ୍ଚେରୀର କେକେଏସ୍ଏମ୍ ଇସ୍ଲାମିକ ଆଣ୍ଡ ଆଟର୍ସ କଲେଜ୍ର ଛାତ୍ର। ପ୍ରତିଷ୍ଠିତ ପ୍ରକାଶକ କମ୍ପାନୀ ଡିସି ବୁକ୍ସ ପକ୍ଷରୁ ଅନଲାଇନରେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲା। ଆଉ ଏହି ଦୁଇ ମୁସଲମାନ ଯୁବକ ଏହାର ବିଜେତା ହୋଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି।

ବିଜୟୀ ହେବା ପରେ ଦୁଇ ଯୁବକ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ ସେମାନେ ରାମାୟଣ ମହାକାବ୍ୟ ବିଷୟରେ ଜାଣିଥିଲେ। ଜ୍ଞାନ ଆହାରଣ ପାଇଁ ସେମାନଙ୍କୁ ସବୁ ଧର୍ମର ପୁସ୍ତକ ବିଷୟରେ ଗଭୀର ଅଧ୍ୟୟନ କରିବାକୁ ପଡ଼ିଥିଲା। ସମସ୍ତଙ୍କୁ ରାମାୟଣ ଓ ମହାଭାରତ ଭଳି ମହାକାବ୍ୟ ପଢ଼ିବା ଦରକାର ସେ ସେଥିରୁ ଜ୍ଞାନ ଆହରଣ କରିବା ଦରକାର ବୋଲି ଦୁଇ ଯୁବକ କହିଛନ୍ତି। କାରଣ ଏଗୁଡ଼ିକ ଆମ ଦେଶର ଇତିହାସ ସଂସ୍କୃତି ଓ ପରମ୍ପରାର ଅଂଶ। ତେଣୁ ଗ୍ରନ୍ଥକୁ ଶିଖିବା ଓ ବୁଝିବା ଆମର କର୍ତ୍ତବ୍ୟ ବୋଲି ଦୁଇ ଯୁବକ କହିଛନ୍ତି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ