ଦେଶ ବିଦେଶ ରାଜ୍ୟ ଶିକ୍ଷା ଓ ନିଯୁକ୍ତି

ଧର୍ମଗଡ଼ : ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ!

ଧର୍ମଗଡ଼ : କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ଥାନା ଅଞ୍ଚଳରେ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟାରେ ଶୌଚ ପାଇଁ ଯାଇଥିବା ବେଳେ ଜଣେ ଯୁବକ ତାଙ୍କୁ ଅପହରଣ କରି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ଜଣାପଡ଼ିଛି। ପୁଲିସ ସୂଚନା ଅନୁଯାୟୀ ଜଣେ ଦଶମ ଶ୍ରେଣୀ ଛାତ୍ରୀ ସନ୍ଧ୍ୟାରେ ଶୌଚ ପାଇଁ ନିକଟସ୍ଥ କେନାଲକୁ ଯାଇଥିଲା। ସେହ ସମୟରେ ଧର୍ମଗଡ଼ ଥାନା ଅଞ୍ଚଳର ମୁରଲୀଧର ନିଆଲ ନିଜର ୨ ସହଯୋଗୀଙ୍କ ସହିତ ଛାତ୍ରୀଙ୍କୁ ଅପହରଣ କରିଥିଲା। ପରେ ଜୁନାଗଡ଼ ଥାନା ଅନ୍ତର୍ଗତ ଦୁନ୍ଦେଲମାଲ ଗ୍ରାମର ନିଜ ସମ୍ପର୍କୀୟଙ୍କ ଘରେ ଛାଡ଼ି ଆସିଥିଲେ। ଏନେଇ ନାବାଳିକାଙ୍କ ପରିବାର ଧର୍ମଗଡ଼ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଥାନା ଅଧିକାରୀ ବିପିନ କୁମାର କୁଳଦୀପ କେସ ନଂ ୧୭/୨୦୨୧ରେ ଏକ ମାମଲା ରୁଜୁ କରିଥିଲେ। ପରେ ଏହି ମାମଲାର ତଦନ୍ତ କରି ଅଭିଯୁକ୍ତ ମୁରଲୀ ନିଆଲଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି। ଅନ୍ୟ ପକ୍ଷରେ ମୁରଲୀଙ୍କ ୨ ସହଯୋଗୀଙ୍କୁ ପୁଲିସ ଖୋଜୁଥିବା ଶ୍ରୀ କୁଳଦୀପ କହିଛନ୍ତି।

NewsLaxmi7

About Author

You may also like

ଶିକ୍ଷା ଓ ନିଯୁକ୍ତି

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା, ରାଜ୍ୟ ସରକାରଙ୍କୁ ଜବାବ ତଲବ କଲେ ହାଇକୋର୍ଟ

ଘରୋଇ ସ୍କୁଲ ଫି ବୃଦ୍ଧି ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଶୁଣାଣି ହୋଇଛି । ଗଣଶିକ୍ଷା ବିଭାଗର ସ୍ପଷ୍ଟ ମତ ଲୋଡିଛନ୍ତି ହାଇକୋର୍ଟ । କେତେ ପ୍ରତିଶତ ଫି’କମାଯାଇପାରିବ
ଶିକ୍ଷା ଓ ନିଯୁକ୍ତି

ଷ୍ଟାର୍ସ ପ୍ରୋଜେକ୍ଟକୁ କେନ୍ଦ୍ରର ମଞ୍ଜୁରି, ଖର୍ଚ୍ଚ ହେବ 5718 କୋଟି ଟଙ୍କା

ଆରମ୍ଭ ହେବ ଷ୍ଟାର୍ସ ପ୍ରୋଜେକ୍ଟ। ଶିକ୍ଷା ମନ୍ତ୍ରାଳୟର ସ୍କୁଲ ଶିକ୍ଷା ଏବଂ ସାକ୍ଷରତା ବିଭାଗ ଅଧିନରେ କେନ୍ଦ୍ର ପ୍ରାୟୋଜିତ ନୂତନ ଯୋଜନାରେ ଏହାକୁ ଆରମ୍ଭ କରାଯିବ। 6ଟି