ଅପରାଧ ରାଜ୍ୟ

ଧରାପଡିଲା ଚୋର, ଖୁଣ୍ଟରେ ବାନ୍ଧି ଛେଚିଲେ ଗାଁଲୋକେ

ଯାଜପୁର ୦୫।୧୦ : ଧରାପଡିଲା ଚୋର । ଖୁଣ୍ଟରେ ବାନ୍ଧି ମାଡମାରିଲେ ସ୍ଥାନୀୟଲୋକେ । ଯାହାର ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାର ଲାଗିଛି ।

ଖବର ଅନୁଯାଯୀ, ଯାଜପୁର ମଙ୍ଗଳପୁର ଥାନା ଜୟନ୍ତୀରା ପଞ୍ଚାୟତରେ କିଛି ଦିନ ତଳେ ୫ଟି ମନ୍ଦିରରୁ ଚୋରି ହୋଇଥିଲା । ଏନେଇ ଥାନାରେ ଅଭିଯୋଗ ମଧ୍ୟ ହୋଇଥିଲା । କିନ୍ତୁ ବହୁ ଖୋଜାଖୋଜି ପରେ ବି କୌଣସି ଲୁଟେରାକୁ କରିବାରେ ସଫଳ ହୋଇନଥିଲା ପୋଲିସ । ଶେଷରେ ମଙ୍ଗଳବାର ରାତିରେ ସ୍ଥାନୀୟଲୋକ ଚୋରଙ୍କୁ ଧରିବାରେ ସକ୍ଷମ ହୋଇଥିଲା । ତେବେ ଚୋରକୁ କାବୁ କରିବାପରେ ଖୁଣ୍ଟରେ ବାନ୍ଧି ମାଡ଼ ମାରୁଥିବାର ଭିଡିଓ ଖୁବ୍‌ ଭାଇରାଲ ହୋଇଛି । ଶେଷରେ ମଙ୍ଗଳପୁର ପୋଲିସ ଘଟଣାସ୍ଥଳରେ ପହଞ୍ଚି ଚୋରକୁ ଗିରଫ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।