ଅପରାଧ ରାଜ୍ୟ

ଧରାପଡିଗଲା ସ୍ତ୍ରୀର ୨ୟ ବାହାଘର, ସ୍ୱାମୀ ଦେଖେଇଲା ମ୍ୟାରେଜ ସାର୍ଟିଫିକେଟ, ଆଉ କହିଲା….

ଭୁବନେଶ୍ୱର ୧୫/୦୭: ସ୍ତ୍ରୀ’ ଭାଙ୍ଗିଦିଏ ସ୍ୱାମୀ ବାହାଘର ବୋଲି ଶୁଣାଯାଉଥିଲା । ହେଲେ ସ୍ୱାମୀ ଭାଙ୍ଗି ଦେଇଛି ସ୍ତ୍ରୀ’ର ବାହାଘର । ଏଭଳି ଘଟଣା ଘଟିଛି ରାଜଧାନୀରେ । ସ୍ତ୍ରୀ’ର ନିର୍ବନ୍ଧ ଭାଙ୍ଗିବା ସହ ବିବାହ କରିବାକୁ ବସିଥିବା ବରକୁ କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍‌ ସହ ଫଟୋ ଦେଖାଇ ବାହାଘର ଭାଙ୍ଗି ଦେଇଛନ୍ତି । ନ୍ୟାୟ ପାଇଁ ଏବେ ସ୍ୱାମୀ ପୁଲିସ ଓ କୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଏହି ଘଟଣା ରାଜଧାନୀରେ ବେଶ୍‌ ଚର୍ଚ୍ଚାର ବିଷୟ ପାଲଟିଛି ।

ସୂଚନା ଅନୁଯାୟୀ, ଭଦ୍ରକର ସତ୍ୟବାନ ବାରିକ ଭୁବନେଶ୍ୱର ଲକ୍ଷ୍ମୀସାଗରରେ ଭଡ଼ାରେ ରହୁଛନ୍ତି । ୨୦୧୦ ମସିହାରେ ତାଙ୍କର ମଞ୍ଚେଶ୍ୱର ଶିଳ୍ପାଞ୍ଚଳ ଅଞ୍ଚଳରେ ଏକ କଲୋନୀରେ ରହୁଥିବା ସ୍ୱପ୍ନା(ଛଦ୍ମନାମ)ଙ୍କ ସହ ପ୍ରେମ ସଂପର୍କ ଗଢ଼ି ଉଠିଥିଲା । ଉଭୟ ଭୁବନେଶ୍ୱରରେ ଅଲଗା ଅଲଗା ଘରୋଇ ସଂସ୍ଥାରେ କାମ କରୁଥିଲେ । ୨୦୧୬ ମାର୍ଚ୍ଚ ୧୬ରେ ସତ୍ୟବାନ ସ୍ୱପ୍ନାଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ଏବେ ସ୍ୱପ୍ନାଙ୍କ ଘର ଲୋକେ କୋର୍ଟ ମ୍ୟାରେଜ ବିଷୟରେ ଜାଣିବା ପରେ ଏହାକୁ ବିରୋଧ କରିଥିଲେ ।

କୋର୍ଟ ମ୍ୟାରେଜକୁ ସେମାନେ ଗ୍ରହଣ କରି ନଥିଲେ । ତେଣୁ ପରିବାର ଲୋକେ ସ୍ୱପ୍ନାଙ୍କ ଅନିଚ୍ଛା ସତ୍ତେ୍ୱ ତାଙ୍କୁ ଅନ୍ୟଜଣେ ଯୁବକଙ୍କ ସହ ବିବାହ ଦେବାକୁ ସ୍ଥିର କରିଥିଲେ । ଗତମାସ ୨୬ରେ ସ୍ୱପ୍ନାଙ୍କ ପରିବାର ପୁଅ ପକ୍ଷ ଲୋକଙ୍କୁ ଡକାଇ ଶ୍ରୀଲିଙ୍ଗରାଜ ଥାନା ଅନ୍ତର୍ଗତ ଦକ୍ଷିଣଚଣ୍ଡୀ ମନ୍ଦିରରେ ନିର୍ବନ୍ଧ କରୁଥିଲେ । ୨୭ରେ ସ୍ୱପ୍ନାଙ୍କର ବାହାଘର ଥିଲା ।

ଖବରପାଇ ସତ୍ୟବାନ ସାଙ୍ଗସାଥୀମାନଙ୍କୁ ନେଇ ସେଠାରେ ପହଞ୍ଚି ନିର୍ବନ୍ଧ ଭାଙ୍ଗି ଦେଇଥିଲେ । ତେବେ ଶ୍ରୀଲିଙ୍ଗରାଜ ଥାନା ପୁଲିସ ପହଞ୍ଚି ସତ୍ୟବାନଙ୍କୁ ଧରି ଥାନାକୁ ନେଇ ଆସିଥିଲା । ଥାନାରେ ସତ୍ୟବାନ ସ୍ୱପ୍ନାଙ୍କୁ ପୂର୍ବରୁ ବିବାହ କରିଥିବା କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍‌ ଦେଖାଇବା ପରେ ପୁଲିସ ତାଙ୍କୁ ଛାଡ଼ି ଦେଇଥିଲା ।

ସତ୍ୟବାନ ସ୍ୱପ୍ନାଙ୍କ ସହ ବିବାହ ଠିକ୍‌ ହୋଇଥିବା ଯୁବକଙ୍କୁ କୋର୍ଟ ମ୍ୟାରେଜ ସାର୍ଟିିଫିକେଟ୍‌ ସହ ସ୍ୱପ୍ନାଙ୍କ ସହ ଉଠାଇଥିବା କେତେକ ଫଟୋ ଦେଖାଇଥିଲେ । ଏହା ଦେଖି ଯୁବକଜଣଙ୍କ ଆଉ ସ୍ୱପ୍ନାଙ୍କୁ ବିବାହ କରିବେନି ବୋଲି କହି ସେଠାରୁ ପଳାଇଥିଲେ । ସେପଟେ ସତ୍ୟବାନ ଏନେଇ କୋର୍ଟଙ୍କ ଦ୍ୱାରସ୍ଥ ହୋଇ ନ୍ୟାୟଭିକ୍ଷା କରିଛନ୍ତି । ଏପଟେ ଗତମାସ ୨୮ ତାରିଖରେ ସ୍ୱପ୍ନାଙ୍କ ବାପା ମଞ୍ଚେଶ୍ୱର ଥାନାରେ ପହଞ୍ଚି ତାଙ୍କ ଝିଅକୁ ସତ୍ୟବାନ ନିର୍ଯାତନା ଦେଉଥିବା ଅଭିଯୋଗ କରିଥିଲେ ।

ପୁଲିସ ସତ୍ୟବାନଙ୍କୁ ଡ଼କାଇ ତାଗିଦ କରିଛି । ସ୍ୱପ୍ନା ସହ ସଂପର୍କ ରଖିଲେ ବାନ୍ଧି ଜେଲ୍‌ ପଠାଇଦେବୁ ବୋଲି ପୁଲିସ ଧମକ ଦେଇଥିବା ସତ୍ୟବାନ ଅଭିଯୋଗ କରିଛନ୍ତି । ସ୍ୱପ୍ନାଙ୍କୁ ପାଇବା ପାଇଁ ଆଜି ସତ୍ୟବାନ ଭୁବନେଶ୍ୱର ଡିସିପିଙ୍କୁ ଭେଟି ଅଭିଯୋଗ କରିଛନ୍ତି । ଗଣମାଧ୍ୟମକୁ ସତ୍ୟବାନ କହିଛନ୍ତି, ମୋତେ ନ୍ୟାୟ ନ ମିଳିଲେ ମୁଁ ଆତ୍ମାହୂତି ଦେବି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।