ରାଜ୍ୟ

ଧରାପଡ଼ିଲେ ନକଲି ଆର୍‌ଟିଓ ଓ ଏମ୍‌ଭିଆଇ: ଓଡ଼ିଶା ସୀମାନ୍ତରେ ଖୋଲିଥିଲେ ଜାଲି ଅଫିସ

ବାଲେଶ୍ୱର: ନକଲି ଆରଟିଓ ଓ ମୋଟର ଯାନ ନିରୀକ୍ଷକ (ଏମ୍‌ଭିଆଇ) ସାଜି ଜାତୀୟ ରାଜପଥରେ ଗାଡ଼ି ଯାଞ୍ଚ ଆଳରେ ଟଙ୍କା ଆଦାୟ କରୁଥିବା ୨ ଜଣ ଧୂର୍ତ୍ତ ଯୁବକଙ୍କୁ ଆଜି ବାଲେଶ୍ୱର ପୁଲିସ ବାନ୍ଧିଛି। ୨ ଅଭିଯୁକ୍ତଙ୍କ ମଧ୍ୟରୁ ଆରଟିଓ ସାଜିଥିବା ଯୁବକ ଜଣକ ଜଳେଶ୍ବର ଥାନା ଅଞ୍ଚଳର ତୁଷାର ରଞ୍ଜନ ପରିଡ଼ା (୩୪) ଓ ନିଜକୁ ଏମ୍‌ଭିଆଇ ପରିଚୟ ଦେଉଥିବା ଶମ୍ଭୁ ସାହୁ (୨୭)ଙ୍କ ଘର ଝାଡ଼ଖଣ୍ଡ ସିଂହଭୂମି ଜିଲ୍ଲା ବରସୋଲ ଥାନା ଅଞ୍ଚଳରେ ବୋଲି ଜଣାପଡ଼ିଛି। ଏ ନେଇ କେସ୍ ନଂ ୧୫୪/୨୪, ଆଇପିସି ୪୭୦, ୪୯୦, ୪୨୦, ୩୮୪ ଓ ୩୪ରେ ମାମଲା ରୁଜୁ କରାଯାଇ ଉଭୟଙ୍କୁ ଗିରଫ କରାଯାଇଥିବା ବାଲେଶ୍ବର ଏସ୍‌ପି ସାଗରିକା ନାଥ ସୂଚନା ଦେଇଛନ୍ତି।

ଆଜି ଭୋର୍‌ ସମୟରେ ଏହି ଦୁଇ ଯୁବକ ନକଲି ଆରଟିଓ ଓ ଏମ୍‌ଭିଆଇ ସାଜି ୧୬ ନମ୍ବର ଜାତୀୟ ରାଜପଥର ଲକ୍ଷ୍ମଣନାଥ ଚେକ୍‌ଗେଟ୍‌ ନିକଟରେ ଏକ ଅଫିସ ଖୋଲି ସେଠାରେ ଗାଡ଼ିଗୁଡ଼ିକୁ ଅଟକାଇ ଯାଞ୍ଚ କରୁଥିଲେ। ଉଭୟଙ୍କ କାର୍ଯ୍ୟକଳାପ ଉପରେ ସ୍ଥାନୀୟ ଲୋକେ ସନ୍ଦେହ ପ୍ରକାଶ କରି ଜଳେଶ୍ବର ଥାନାକୁ ଖବର ଦେଇଥିଲେ। ପୁଲିସ ସେଠାରେ ପହଞ୍ଚି ଦୁହିଁଙ୍କର ପରିଚୟ ମାଗିଥିଲା। ଉଭୟ ଦେଖାଇଥିବା କାଗଜପତ୍ର ଓ ପରିଚୟପତ୍ରକୁ ଯାଞ୍ଚ କରିବା ପରେ ସେଗୁଡ଼ିକ ଜାଲ୍‌ ବୋଲି ଜାଣିବାକୁ ପାଇଥିଲା ପୁଲିସ। ଧରପଗଡ଼ ବେଳେ ଉଭୟଙ୍କଠାରୁ ଏକ ଲାପ୍‌ଟପ୍‌, ପ୍ରିଣ୍ଟର, ଅନେକ ଗାଡ଼ିର କାଗଜପତ୍ର ସହ ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ ଓ ପଶ୍ଚିମବଙ୍ଗ ସରକାର ଲେଖାଥିବା ଷ୍ଟାମ୍ପ୍‌ ଜବତ ହୋଇଛି। ରାଜ୍ୟ ଓ ରାଜ୍ୟ ବାହାରେ ଜାତୀୟ ରାଜପଥ ସହ ରାଜ୍ୟ ରାଜପଥଗୁଡ଼ିକରେ ଏମାନେ ଏମିତି ବେଆଇନ କାରବାର ଚଳାଇଥିଲେ ବୋଲି ପୁଲିସ ନିକଟରେ ସ୍ୱୀକାର କରିଛନ୍ତି। ଏଥିରେ ଆହୁରି ଅଧିକ ବ୍ୟକ୍ତି ସମ୍ପୃକ୍ତ ଥିବାରୁ ପୁଲିସ ତଦନ୍ତ ଜାରି ରଖିଥିବା ଏସ୍‌ପି ଶ୍ରୀମତୀ ନାଥ ସୂଚନା ଦେଇଛନ୍ତି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।