ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ.
ନୂଆଦିଲ୍ଳୀ, ୨/୧୨: ପଞ୍ଜାବୀ ଗାୟକ ଏବଂ ରାଜନେତା ସିଦ୍ଧୁ ମୂସେଓ୍ବାଲା ହତ୍ୟା ମାଷ୍ଟରମାଇଣ୍ଡ ଗୋଲ୍ଡି ବରାଡ଼କୁ କାଲିଫର୍ଣ୍ଣିଆରେ ଗିରଫ କରାଯାଇଛି। ଏକ ରିପୋର୍ଟ ଅନୁଯାୟୀ ଗୁଇନ୍ଦା ସୂତ୍ରରୁ ଏହି ସୂଚନା ମିଳିଛି। ସୂତ୍ର ଅନୁଯାୟୀ, ଗୋଲ୍ଡି ବରାଡ଼କୁ କାଲିଫର୍ଣ୍ଣିଆରୁ ୨୦ ନଭେମ୍ବର କିମ୍ବା ଏହା ପୂର୍ବରୁ ଧରାଯାଇଛି। ଅବଶ୍ୟ ଏପର୍ଯ୍ୟନ୍ତ କାଲିଫର୍ଣ୍ଣଆ ତରଫରୁ ଏହାକୁ ନେଇ କୌଣସି ଅଫିସିଆଲ ବୟାନ ଭାରତ ସରକାରଙ୍କୁ ମିଳିନାହିଁ।
ଗୁଇନ୍ଦା ବିଭାଗ ‘ର’, ଆଇବି, ଦିଲ୍ଲୀ ପୋଲିସ ସ୍ପେଶାଲ ସେଲ୍ ଏବଂ ପଞ୍ଜାବ ଇଣ୍ଟେଲିଜେନ୍ସକୁ ଏଭଳି ଇନପୁଟ୍ ମିଳିଛି ଯେ ଗୋଲ୍ଡି ବରାଡ଼ ସେହିଠାରେ ଅଛି, ଏବଂ ତାଙ୍କୁ ହେପାଜତକୁ ନିଆଯାଇଛି। ଗୋଲ୍ଡି ବରାଡ଼ର ପ୍ରକୃତ ନାମ ସତିନ୍ଦରଜିତ୍ ସିଂହ ଅଟେ। ୨୮ ବର୍ଷୀୟ ଏହି ଯୁବକ ପଞ୍ଜାବର ଶ୍ରୀ ମୁକ୍ତସର ସାହିବରେ ଜନ୍ମ ହୋଇଥିଲା ଏବଂ ସେ ଭାରତୀୟ ନାଗରିକ। ୨୦୧୭ ରେ ସେ ଛାତ୍ର ଭାବରେ କାନାଡା ପହଞ୍ଚିଥିଲା। ଗୋଲ୍ଡି ବିରୋଧରେ ଭାରତରେ ହତ୍ୟା ଉଦ୍ୟମ କରିବା, ହତ୍ୟା, ଅପରାଧିକ ଷଡ଼ଯନ୍ତ୍ର, ଅବୈଧ ଗୋଳାବାରୁଦ ଯୋଗାଇବା ଭଳି ଗୁରୁତର ଅଭିଯୋଗ ରହିଛି। ବରାଡ଼କୁ ମୂସେଓ୍ବାଲା ହତ୍ୟାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି
ମୂସେଓ୍ବାଲା ହତ୍ୟାକାଣ୍ଡର ରହସ୍ୟ ଏପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବରେ ଉନ୍ମୋଚନ ହୋଇପାରିନଥିଲାବେଳେ ଘଟଣାକୁ ନେଇ ଅନେକ ନୂଆ ସୂଚନା ସମ୍ନାକୁ ଆସିଛି। କୁହାଯାଉଛି ଯେ କାନାଡାରୁ ଥାଇ ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼ ମୁଖ୍ୟ ମୂସେଓ୍ବାଲାକୁ ମାରିଥିବା ସୁଟର ସଂପର୍କରେ ରହିଥିଲା ଏବଂ ଫୋନରେ ଲଗାତାର ନିର୍ଦ୍ଧେଶ ଦେଉଥିଲା। ଫୋନ କଲ୍ ଜରିଆରେ ଉଭୟଙ୍କ ମଧ୍ୟରେ ହୋଇଥିବା କଥାବର୍ତ୍ତାର ରେକର୍ଡିଂ ସାମ୍ନାକୁ ଆସିଥିଲା।
ଗୁଇନ୍ଦା ସୂତ୍ର ଅନୁଯାୟ, ଗ୍ୟାଙ୍ଗଷ୍ଟର ଗୋଲ୍ଡି ବରାଡ଼ କାଲିଫୋର୍ଣ୍ଣିଆରେ SACRAMENTO ସହରରେ ଆଇନ ସହାୟତା ଜରିଆରେ ରାଜନୀତିକ ଆଶ୍ରୟ ନେବାକୁ ଚେଷ୍ଟା କରୁଛି। ଏମିତି କରିବା ଫଳରେ ସେ ଧରାପଡ଼ିବା ପରେ ଭାରତ ନ ଆସିପାରେ।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l