ରାଜ୍ୟ ସ୍ପେଶାଲ ରିପୋର୍ଟ

ଧରମ ଝିଅକୁ ଦୁଷ୍କର୍ମ ଅଭିଯୋଗ: ଅଭିଯୁକ୍ତ ଗିରଫ

ଜଳେଶ୍ଵର: ଜଳେଶ୍ଵର ପୁଲିସ ଗତକାଲି ରାତିରେ ଧରମ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ଜଣେ ବ୍ୟକ୍ତିକୁ ଗିରଫ କରିଛି। ଗିରଫ ବ୍ୟକ୍ତି ଜଣକ କମର୍ଦ୍ଦା ଥାନା ଉଲୁଡା ଗ୍ରାମର ଅନନ୍ତ ପ୍ରଧାନ (୫୨) ବୋଲି ପୁଲିସ ସୂତ୍ରରୁ ସୂଚନା ମିଳିଛି।
ବିବରଣୀରୁ ପ୍ରକାଶ ଯେ, ଭାରତୀ (ଛଦ୍ମନାମ)ବୟସ-୨୫ କମର୍ଦ୍ଦା ଥାନା ଅଞ୍ଚଳରେ ଜଣେ ବ୍ୟକ୍ତିଙ୍କ ଘରେ ରହି ମାସିକ ଦରମାରେ ରୋଷେଇବାସ କରୁଥିଲେ। ସେହି ଘରର ଜଗୁଆଳି ଭାବେ ମଧ୍ୟ ଅନନ୍ତ ନିୟୋଜିତ ଥିଲେ। ଅନନ୍ତ ଓ ଭାରତୀ ଗୋଟିଏ ଘର ଭିତରେ ରହୁଥିବାରୁ ଉଭୟଙ୍କ ମଧ୍ୟରେ ଧରମ ବାପ-ଝିଅ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଏହି ପବିତ୍ର ସମ୍ପର୍କ ଆଡେଇ ଅନନ୍ତ ନିଜ ଯୌନଲାଳସା ଚରିତାର୍ଥ କରିବା ପାଇଁ ଭାରତୀଙ୍କ ଉପରେ ପକାଇଥିଲେ ଲୋଲୁପ ଦୃଷ୍ଟି। ଆଉ ତାଙ୍କ ଇଚ୍ଛା ବିରୋଧରେ ଅନନ୍ତ ଭାରତୀଙ୍କୁ ବାରମ୍ବାର ଦୁଷ୍କର୍ମ କରୁଥିଲେ। ଅନନ୍ତଙ୍କ ଏପରି ଆଚରଣରେ ଅତିଷ୍ଠ ହୋଇ ଭାରତୀ ଜଳେଶ୍ଵର ଥାନା ନାମ୍ପୋ ଫାଣ୍ଡି ଇଲାକାରେ ଥିବା ନିଜ ଘରକୁ ଚାଲି ଆସିଥିଲେ। ଆଉ ଗତକାଲି ନିଜ ବାପାଙ୍କ ସହ ଜଳେଶ୍ଵର ଥାନାକୁ ଯାଇ ଲିଖିତ ଅଭିଯୋଗ କରିଥିଲେ।

ଅଭିଯୋଗ ଆଧାରରେ ଜଳେଶ୍ଵର ପୁଲିସ ୬୧୫/୨୦୨୨୩ ନମ୍ବରର ଏକ ମାମଲା ରୁଜୁ କରିବା ସହ ଗତକାଲି ରାତିରେ କମର୍ଦ୍ଦା ଥାନା ଇଲାକାରେ ଅଭିଯୁକ୍ତ ଅନନ୍ତଙ୍କୁ ଗିରଫ କରିଛି। ଭାରତୀଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି। ଘଟଣାଟି କମର୍ଦ୍ଦା ଓ ଜଳେଶ୍ଵର ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।