ମୁମ୍ୱାଇ ୧୮/୦୧: ସାଉଥ ସୁପରଷ୍ଟାର ଧନୁଷ ତାଙ୍କ ପତ୍ନୀ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କଠାରୁ ଅଲଗା ହେବା ନିଷ୍ପତ୍ତି ଏବେ ସବୁଠି ଚର୍ଚ୍ଚା । ଖାସ କରି ପ୍ରଶଂସକମାନେ ଏହାକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି । ପରସ୍ପରକୁ ଏତେ ଭଲ ପାଉଥିବା ଧନୁଷ ଏବଂ ଐଶ୍ୱର୍ଯ୍ୟାଙ୍କ ଛାଡପତ୍ର ଖବର ସମସ୍ତେ ଚକିତ ହୋଇଯାଇଛନ୍ତି । ସୋସିଆଲ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଐଶ୍ୱର୍ଯ୍ୟାଙ୍କ ସହିତ ୧୮ ବର୍ଷର ବିବାହ ପରେ ଧନୁଷ ଛାଡପତ୍ର ଘୋଷଣା କରିଛନ୍ତି । ଆଜି ଯଦିଓ ଧନୁଷ ଏବଂ ଐଶ୍ୱର୍ଯ୍ୟା ଭିନ୍ନ ଅଟନ୍ତି ।
କିନ୍ତୁ ଏକ ସମୟ ଥିଲା ଯେତେବେଳେ ସେମାନଙ୍କର ପ୍ରେମ ସମ୍ପର୍କର ଖବର ଅନେକ ଗୁଜବ ସୃଷ୍ଟି କରୁଥିଲା । ପ୍ରସିଦ୍ଧ ନିର୍ଦ୍ଦେଶକ ତଥା ନିର୍ମାତା କସ୍ତୁରୀ ରାଜଙ୍କ ପୁଅ ଧନୁଷ ଏବଂ ସୁପରଷ୍ଟାର ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟାଙ୍କ ପ୍ରଥମ ଦେଖା ବହୁତ ଫିଲ୍ମି ଥିଲା । ଧନୁଷଙ୍କ ଫିଲ୍ମ କାଢଲ କାଣ୍ଡେ ରିଲିଜ ସମୟରେ ଦୁହେଁ ପ୍ରଥମ ଥର ପାଇଁ ସାକ୍ଷାତ ହୋଇଥିଲେ ।
ଧନୁଷ ତାଙ୍କ ପରିବାର ସହିତ ସିନେମା ହଲକୁ ଯାଇଥିଲେ, ଯେଉଁଠାରେ ରଜନୀକାନ୍ତଙ୍କ ଝିଅମାନେ ମଧ୍ୟ ଉପସ୍ଥିତ ଥିଲେ । ସିନେମା ମାଲିକ ପ୍ରଥମେ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କୁ ଧନୁଷଙ୍କ ସହ ପରିଚିତ କରାଇଥିଲେ । ପରେ ଐଶ୍ୱର୍ଯ୍ୟା ଧନୁଷଙ୍କୁ ଫିଲ୍ମରେ ଅଭିନୟ ପାଇଁ ଅଭିନନ୍ଦନ ଜଣାଇଥିଲେ । ଐଶ୍ୱର୍ଯ୍ୟାଙ୍କ ଏହି ମଧୁର ଅଙ୍ଗଭଙ୍ଗୀକୁ ଧନୁଷ ବହୁତ ପସନ୍ଦ କରିଥିଲେ । କିନ୍ତୁ ସେତେବେଳେ ସେମାନଙ୍କ ମଧ୍ୟରେ ପ୍ରେମ ଭଳି କିଛି ନଥିଲା । କିଛି ସମୟ ପରେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷଙ୍କ ସମ୍ପର୍କର ଖବର ହେଡଲାଇନରେ ଆସିଥିଲା ।
ଏଭଳି ପରିସ୍ଥିତିରେ ତାଙ୍କ ପରିବାର ସଦସ୍ୟ ଅନୁଭବ କରିଥିଲେ ଯେ ଦୁହେଁ ପରସ୍ପର ପାଇଁ ଭଲ ଜୀବନସାଥୀ ହୋଇପାରିବେ । ଏହା ପରେ ଉଭୟଙ୍କ ପରିବାର ସେମାନଙ୍କୁ ପ୍ରେମ ସମ୍ପର୍କକୁ ଦେଇଥିଲେ ସ୍ୱିକୃତୀ । ଐଶ୍ୱର୍ଯ୍ୟା ରଜନୀକାନ୍ତ ଏବଂ ଧନୁଷ ବିବାହ ପୂର୍ବରୁ ଦୀର୍ଘ ସମୟ ଧରି ପରସ୍ପରକୁ ଡେଟ କରିଥିଲେ । ପରେ ୨୦୧୪ମସିହାରେ, ଦୁହେଁ ବିବାହ କରିଥିଲେ । ଖବର ଅନୁଯାୟୀ, ଯେତେବେଳେ ଧନୁଷ ଏବଂ ଐଶ୍ୱର୍ଯ୍ୟା ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ ।
ସେତେବେଳେ କିଛି ଲୋକ ଭାବିଥିଲେ ଯେ ସେମାନଙ୍କ ଯୋଡି ଏକ ମେଳ ଖାଉ ନାହିଁ । କାରଣ ଐଶ୍ୱର୍ଯ୍ୟା ଧନୁଷଙ୍କଠାରୁ ଥିଲେ ୨ବର୍ଷ ବଡ । କିନ୍ତୁ ଉଭୟଙ୍କ ସମ୍ପର୍କ ମଧ୍ୟରେ କେବେ ବୟସ ବ୍ୟବଧାନ ସାମ୍ନାକୁ ଆସିନଥିଲେ । JFW କୁ ଦେଇଥିବା ଏକ ସାକ୍ଷାତକାରରେ ଐଶ୍ୱର୍ଯ୍ୟା ରଜନୀକାନ୍ତ ଧନୁଷଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ କହିଥିଲେ- ଆମ ସମ୍ପର୍କର ସବୁଠାରୁ ସୁନ୍ଦର କଥା ହେଉଛି ଯେ ଆମେ ଦୁହେଁ ପରସ୍ପରକୁ ସ୍ପେସ୍ ଦେଉ ।
ଆମେ ଏକାଠି ହେବା ପାଇଁ ପରସ୍ପରକୁ ପରିବର୍ତ୍ତନ କରିବାକୁ ଚେଷ୍ଟା କରିନାହୁଁ । ଏଥିରେ କୈଣସି ସନ୍ଦେହ ନାହିଁ ଯେ ଦୁହେଁ ସର୍ବଦା ପରସ୍ପରକୁ ବହୁତ ଭଲ ପାଉ । ଉଭୟଙ୍କର ମଧ୍ୟ ଦୁଇଟି ପୁଅ ଅଛନ୍ତି । କିନ୍ତୁ ବର୍ତ୍ତମାନ ବିବାହର ୧୮ ବର୍ଷ ପରେ ଉଭୟଙ୍କ ସୁନ୍ଦର ପ୍ରେମ କାହାଣୀ ଶେଷ ହୋଇଯାଇଛି । ଧନୁଷ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ସହ ଏକ ପୋଷ୍ଟ ସେୟାର ଏନେଇ ସ୍ପଷ୍ଟ କରିଛନ୍ତି ।