କିଛି କିଛି ଖାସ ଖବର ନେଇ ଆସିବୁ ତେବେ ଚାଲନ୍ତୁ ଆଲୋଚନା କରିବା ଆଜି ର ବିଷୟ ବସ୍ତୁ ଉପରେ. ବନ୍ଧୁ ଆପଣଙ୍କୁ ଆମ ନ୍ୟୁଜ ପୋର୍ଟାଲକୁ ସ୍ଵାଗତ ଆପଣଙ୍କ ପାଇଁ ଆମେ ସବୁବେଳେ
ପାଣିକୋଇଲି : ମୂଳାପାଳ ପଞ୍ଚାୟତ ବୈତରଣୀ ନଦୀର ଧନତ୍ରୀ ବାଲିଘାଟରୁ ଲିଙ୍ଗେଶ୍ବର କମିଟିର ବ୍ୟକ୍ତିଗତ ରାସ୍ତାରେ ବାଲି ପରିବହନକୁ ନେଇ ଆଜି ଦୁଇ ଗୋଷ୍ଠୀ ମୁହାଁମୁହିଁ ହୋଇଛନ୍ତି। ଠିକ୍ ସମୟରେ ପାଣିକୋଇଲି ପୁଲିସ ସେଠାରେ ପହଞ୍ଚିଯିବାରୁ ଏକ ବଡ଼ଧରଣର ଗଣ୍ତଗୋଳକୁ ଏଡ଼ାଯାଇ ପାରିଛି। ତହସିଲଦାର ଧନତ୍ରୀ ଘାଟ ଲିଜଧାରୀଙ୍କୁ ବାଲି ଉଠାଇବାକୁ ନିର୍ଦେଶ ଦେବାରୁ ଦୁଇ ଗୋଷ୍ଠୀ ମଧ୍ୟରେ ଅସନ୍ତୋଷ ଲାଗିରହିଛି। ଲିଜ୍ଧାରୀ ମହିଳାମାନଙ୍କୁ ଢାଲ କରି ଜୋରଜବରଦସ୍ତ କମିଟି ରାସ୍ତାରେ ବାଲି ଗାଡ଼ି ଚଳାଚଳ କରୁଛନ୍ତି। ଏହାକୁ ବିରୋଧ କରିଛି ଲିଙ୍ଗେଶ୍ବର ଉନ୍ନୟନ କମିଟି। ବହୁଦିନ ଧରି ବିବାଦ ଲାଗି ରହିବାରୁ ଧନତ୍ରୀ ବାଲିଘାଟ ଓ ବରପଦା ବାଲିଘାଟ ବନ୍ଦ ରହିଥିଲା। ରାସ୍ତାରେ ବାଲି ଗାଡ଼ି ଚଳାଚଳକୁ ନେଇ ବିବାଦ ହାଇକୋର୍ଟ ପର୍ଯ୍ୟନ୍ତ ଯାଇଥିଲା। ହାଇକୋର୍ଟ ଏନେଇ ଡବ୍ଲୁପି (ସି) ୫୪/୨୦୨୨ ଅନୁଯାୟୀ ଯାଜପୁର ଜିଲ୍ଲାପାଳ ଗତ ୨୦୨୨ ଅଗଷ୍ଟ ୮ ତାରିଖରେ ଧନତ୍ରୀ ବାଲିଘାଟ ବନ୍ଦ କରିବାକୁ ବ୍ୟାସନଗର ତହସିଲଦାରଙ୍କୁ ନିର୍ଦେଶ ଦେଇଥିଲେ।
ଏହାସତ୍ତ୍ବେ ଆଜି ଘାଟରୁ ବାଲିଗାଡ଼ି ଲିଙ୍ଗେଶ୍ବର ଉନ୍ନୟନ କମିଟି ତିଆରି କରିଥିବା ରାସ୍ତାରେ ଆସିବାକରୁ ବିରୋଧ ହୋଇଥିଲା। ଲିଜଧାରୀଙ୍କ ପକ୍ଷରୁ ଶତାଧିକ ମହିଳା ଓ ପୁରୁଷ ବାଲି ବୋଝେଇ ଗାଡ଼ି ନେଇ ଜବରଦସ୍ତ ସେହି ରାସ୍ତାରେ ମାଡ଼ିଆସିଥିଲେ। ଫଳରେ ସେଠାରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା। ହାଇକୋର୍ଟ ଓ ଜିଲ୍ଲାପାଳଙ୍କ ନିର୍ଦେଶକୁ ତହସିଲ ପ୍ରଶାସନ ଅବମାନନା କରି ବାଲି ଉଠାଇବାକୁ ଅନୁମତି ଦେଇଥିବାରୁ ଲିଙ୍ଗେଶ୍ବର କମିଟି କ୍ଷୋଭ ପ୍ରକାଶ କରିଥିଲା। କମିଟି ଜମିରେ ବାଲି ଗାଡ଼ି ଚଳାଇ ନଦେବାକୁ ଲିଙ୍ଗେଶ୍ବର କମିଟି ଜିଦ୍ ଧରିଥିଲା। ବ୍ୟାସନଗର ତହସିଲଦାର ଆସି ଜମି ଚିହ୍ନଟ କରିବାକୁ କମିଟି କର୍ମକର୍ତ୍ତା ଅଡ଼ିବସିଥିଲେ। ଅନ୍ୟପଟେ ଗାଡ଼ି ଚଳାଇବାକୁ ଲିଜଧାରୀଙ୍କ ସମର୍ଥକମାନେ ଅଡ଼ି ବସିଥିଲେ। ସକାଳ ୯ଟାରୁ ୧ଟା ପର୍ଯ୍ୟନ୍ତ ଉତ୍ତେଜନା ଲାଗି ରହିଥିଲା। ପାଣିକୋଇଲି ଥାନାଧିକାରୀ ଚିନ୍ମୟୀ ବେହେରା ଉଭୟ ପକ୍ଷଙ୍କୁ ଡାକି ବୁଝାସୁଝା କରିଥିଲେ। ତହସିଲଦାରଙ୍କ ନିର୍ଦେଶ ମୁତାବକ ବାଲିଘାଟ ବନ୍ଦ କରିବା ସହ ଆସନ୍ତା ଗୁରୁବାର ଅପରାହ୍ଣରେ ତହସିଲ କାର୍ଯ୍ୟାଳୟରେ ଉଭୟ ଗୋଷ୍ଠୀ ପହଞ୍ଚି ସେମାନଙ୍କ ପକ୍ଷ ରଖିବେ। ଉଭୟ ପକ୍ଷର ଲୋକଙ୍କୁ ସେଠାରୁ ବିଦା କରିବା ସହିତ ଘାଟରୁ ଲୋଡ୍ ହୋଇ ଅସିଥିବା ବାଲି ଗାଡ଼ି ଫେରାଇନେବାକୁ ଲିଜଧାରୀଙ୍କୁ ପୁଲିସ ନିର୍ଦେଶ ଦେଇଥିଲା। ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।
ଆପଣଙ୍କୁ ଆମେ ଏମିତି ସ୍ଵାସ୍ଥ୍ୟ ,ବାସ୍ତୁ,ସ୍ପେଶାଲଖବର,ଭାଈରଲ ଖବର, ଓଲିଉଡ,ବଲିଉଡ,ଦୈନନ୍ଦିନ ରାଶିଫଳ, ସାପ୍ତାହିକ,ମାସିକ,ରାଶିଫଳ ସମ୍ଵନ୍ଧୀୟ ଖବର ଆପଣଙ୍କ ପାଇଁ ନେଇ ଆସିବୁ l ଆମ ସହ ଯୋଡ଼ି ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।ଆମ ତଥ୍ୟ ଭଲ ଲାଗିଲେ ସେୟାର କରନ୍ତୁ ସାଙ୍ଗ ମାନଙ୍କ ସହ ଏବଂ ମତାମତ ଦେବାକୁ ଅନୁରୋଧ,ଜଗନ୍ନାଥଙ୍କ ପାଖରେ ଏତିକି ପାର୍ଥନା ଆପଣଙ୍କୁ ଭଲରେ ରଖନ୍ତୁ ଜୟ ଜଗନ୍ନାଥ ଖବରକୁ ପୁରା ପଢିଥିବାରୁ ଧନ୍ୟବାଦ ଭଲ ଲାଗିଲେ ନିଶ୍ଚୟ ତଳେ ଲାଇକ କରିବେ l