ଦେଶ ବିଦେଶ ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ

ଧନତେରାସ-ଦୀପାବଳିରେ ମାତ୍ର ୨୦୦୦ଟଙ୍କାରେ କିଣନ୍ତୁ ଡାଇମଣ୍ଡ ଜୁଏଲାରୀ

ନୂଆଦିଲ୍ଲୀ ୧୩/୧୧: ଜେମ୍ ଆଣ୍ଡ ଜୁଏଲାରୀ ଏକ୍ସପୋର୍ଟ କାଉନସିଲର ଚେୟାରମ୍ୟାନ୍ କହିଛନ୍ତି ଯେ ମହାମାରୀ ଏବଂ ଆର୍ଥିକ ଅନିଶ୍ଚିତତା ସତ୍ବେ ଧନତେରାସ ସମୟରେ ଡାଇମଣ୍ଡ ଜୁଏଲାରୀ ର ଚାହିଦା ବଢ଼ିବାର ସମ୍ଭାବନା ରହିଛି। ସେ କହିଛନ୍ତି ଯେ ଏଥର ୧୦ହଜାର ଟଙ୍କାରୁ ୨୦ହଜାର ଟଙ୍କାର ରେଞ୍ଜରେ ଲୋ ପ୍ରାଇସ୍ ଡାଇମଣ୍ଡ ଜୁଏଲାରୀ ପ୍ରବଳ ମାତ୍ରାରେ ବିକ୍ରି ହେବାର ଆଶା ରହିଛି।

କରୋନା ମହାମାରୀ ଯୋଗୁଁ ଲୋକଙ୍କ ଖର୍ଚ୍ଚରେ ହ୍ରାସ ଆସିଛି। ଯାହା ଫଳରେ ଲୋକେ ସୁନା ଏବଂ ହୀରାରେ ନିବେଶ କରିବାକୁ ପସନ୍ଦ କରୁଛନ୍ତି। ସେହିପରି ଦୁର୍ଗାପୂଜା ଏବଂ ନବରାତ୍ରିରେ ବଜାରରେ ହୋଇଥିବା ବିକ୍ରିରୁ ପୁଣି ଥରେ ବଜାର ଉତ୍ସବମୁଖର ହୋଇଛି। ଏପରି କ୍ଷେତ୍ରରେ ଧନତେରାସ-ଦୀପାବଳିରେ ଖାସ୍ ବିକ୍ରି ହେବାର ଆଶା କରାଯାଉଛି।

ସେହିପରି ସେନକୋ ଗୋଲ୍ଡ ଆଣ୍ଡ ଡାଇମଣ୍ଡସ୍ ପୂର୍ବରୁ ହିଁ ଇଣ୍ଟେରେଷ୍ଟ-ଫ୍ରି ଇଏମଆଇ ଅପ୍ସନ୍ ଆରମ୍ଭ କରି ଦେଇଛି। ଏହା ୧୯୯୯ଟଙ୍କାରୁ ଆରମ୍ଭ ହୋଇଥାଏ। କମ୍ପାନୀ ଡାଇମଣ୍ଡ ଜୁଏଲାରୀ କିଣାରେ ଫ୍ରି ଇନସ୍ୟୁରାନ୍ସ ମଧ୍ୟ ଦେଉଛି।ଗ୍ରାହକଙ୍କଠୁ ଜିରୋ ଇଣ୍ଟେରେଷ୍ଟ୍ ଏବଂ ଜିରୋ ପ୍ରୋସେସିଂ ଫିସ୍ ଚାର୍ଜ କରାଯିବ। ରିଜର୍ଭ ବ୍ୟାଙ୍କର ନିୟମକୁ ଧ୍ୟାନରେ ରଖି ଇଏମଆଇର ବିକଳ୍ପ ଦିଆଯିବ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ