କଳା ଓ ସଂସ୍କୃତି ଧର୍ମ

ଧନତେରାସରେ ଘରେ ନିଶ୍ଚୟ କରନ୍ତୁ ଏସବୁ ଉପାୟ : ଦୂର ହେବ ସମସ୍ତ ଦୁଃଖ କଷ୍ଟ

ଧନତେରାସ ପର୍ବ ପ୍ରତି ବର୍ଷ ଦିପାବଳୀର ପୂର୍ବ ଦିନ ପାଳନ କରାଯାଇଥାଏ। ଏହି ଦିନ ଭଗବାନ ଧନ୍ବନ୍ତରୀଙ୍କ ପୂଜା କରିବା ଦ୍ବାରା ଘରେ ସକରାତ୍ମକ ଉର୍ଜାର ସଞ୍ଚାର ହୋଇଥାଏ। ଏହା ସହିତ କିଛି ବିଶେଷ ଉପାୟ କରି ଧନର ଦେବୀ ଲକ୍ଷ୍ମୀ ଏବଂ କୁବେର ଦେବତାଙ୍କ କୃପା ମିଳିଥାଏ। ଜୀବନର ସମସ୍ତ ସମସ୍ୟା ଦୂର ହୋଇ ମନୋବାଞ୍ଛିତ ଫଳ ମିଳିଥାଏ। ଆସନ୍ତୁ ଜାଣିବା ଏହି ଖାସ୍ ବିଷୟରେ

ସକାଳେ କରନ୍ତୁ ଏହି କାମ : ଧନତେରାସ ସକାଳେ ଉଠି ପ୍ରଥମେ ନିଜ ହାତକୁ ଯୋଡ଼ି ରେଖାକୁ ମିଶାନ୍ତୁ। ଏହା ପରେ କିଛି ସମୟ ଦେଖି ହାତକୁ ଚୁମ୍ବନ କରି ୩ଥର ମୁହଁରେ ମାଲିସ୍ କରନ୍ତୁ। ଏହା ଦ୍ବାରା ମନରେ ସକରାତ୍ମକ ଶକ୍ତିର ସଞ୍ଚାର ହେବା ସହ ଦିନସାରା ଭଲ ଅନୁଭବ ହେବ।

ଆର୍ଥିକ ସମସ୍ୟା ଦୂର କରିବ ଏହି ଉପାୟ : ଅଧିକାଂଶ ଲୋକଙ୍କର ପଇସା​‌ ରହିନଥାଏ। ଏଥିପାଇଁ ଦିପାବଳୀ ଦିନ ମା’ ଲକ୍ଷ୍ମୀଙ୍କ ପୂଜା ସମୟରେ ତାଙ୍କୁ ୨ଟି ଲବଙ୍ଗ ଚଢ଼ାନ୍ତୁ।

ସଫଳତା ଦେବ ଏହି ଉପାୟ : ଧନତେରାସ ପାଇଁ କୌଣସି ମନ୍ଦିରରେ କଦଳୀ ଗଛ ଲଗାନ୍ତୁ। କୁହାଯାଏ ଯେ ଗଛ ଯେତେ ବଡ଼ ହେବ ଜୀବନରେ ସଫଳତାର ରାସ୍ତା ଖୋଲିବ। କାରବାର ଏବଂ ବ୍ୟବସାୟରେ ପ୍ରତିଷ୍ଠା ମିଳିବା ସହ ଆୟର ନୂଆ ସ୍ରୋତ ମିଳିବ।

କରନ୍ତୁ ନାହିଁ ଏହି କାମ : ଧନତେରାସର ଶୁଭ ଦିନରେ ନିଶ୍ଚିତ କିଣାକିଣି କରନ୍ତୁ। କିନ୍ତୁ ଏକଥା ପ୍ରତି ଧ୍ୟାନ ଦିଅନ୍ତୁ ଯେ ଗିଫ୍ଟ କିମ୍ବା ଜିନିଷ କେବଳ ଘରର ସଦସ୍ୟ ପାଇଁ କିଣନ୍ତୁ। ବନ୍ଧୁ ଏବଂ ସମ୍ପର୍କୀୟଙ୍କ ପାଇଁ ଏହି ଦିନ ଉପହାର କିଣନ୍ତୁ ଏବଂ ତାଙ୍କୁ ଦେବା ଦ୍ବାରା ମା ଲକ୍ଷ୍ମୀ ଅନ୍ୟଙ୍କ ଘରକୁ ଯିବେ।

ଦୀପ ଜଳାନ୍ତୁ : ଧନତେରାସ ଦିନ ଘରକୁ ଦୀପରେ ସଜାନ୍ତୁ। ଦୀପ ଜଳାଇବା ପାଇଁ ସଂଖ୍ୟାର ବିଶେଷ ଧ୍ୟାନ ରଖନ୍ତୁ। ଏଥିପାଇଁ ୧୩-୧୩ଟି ଘରର ଭିତରେ ଏବଂ ବାହାରେ ମୋଟ ୨୬ଟି ଦୀପ ଜଳାନ୍ତୁ। ବିଶ୍ବାସ ରହିଛି ଯେ ଏହା ଦ୍ବାରା ଅନ୍ଧାର ଦୂର ହୋଇଥାଏ। ଏହା ସହିତ ଧନର ଦେବତା କୁବେର ଏବଂ ମା ଲକ୍ଷ୍ମୀଙ୍କୁ ଘରେ ବାସ କରିବାର ଆମନ୍ତ୍ରଣ ମିଳିଥାଏ। ଏପରି କଲେ ଆର୍ଥିକ ସମସ୍ୟା ଦୂର ହୋଇଥାଏ।

ଏହି ଜିନିଷ କିଣନ୍ତୁ : ଏହି ଦିନ ସୁନା-ଚାନ୍ଦି ବାସନ ଏବଂ ଆଭୂଷଣ ବ୍ୟତୀତ ଗୋଟିଏ ଝାଡ଼ୁ କିଣନ୍ତୁ। ଏହା ଦ୍ବାରା ଲକ୍ଷ୍ମୀଙ୍କ କୃପା ହେବା ସହ ଘରେ ସୁଖ-ସମୃଦ୍ଧି ଏବଂ ଶାନ୍ତିର ବାସ ହୋଇଥାଏ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ