କଳା ଓ ସଂସ୍କୃତି ଧର୍ମ

ଧନତେରସ୍ ଦିନ କିଣନ୍ତୁ ଝାଡୁ: ମିଳିବ ମା’ ଲକ୍ଷ୍ମୀ ଓ କୁବେରଙ୍କ କୃପା, ହେବନାହିଁ ଧନର ଅଭାବ

ଭୁବନେଶ୍ୱର ୦୫/୧୧ : ଚଳିତ ବର୍ଷ ଧନତେରସ ନଭେମ୍ୱର ୧୩ ତାରିଖରେ ପଡିବ। ଧନତେରସରୁ ଦୀପାବଳି ଆରମ୍ଭ ହୋଇଥାଏ। ଧନତେରସରେ ଧାତୁ କିଣିବା ବିଶ୍ୱାସ ରହିଛି। ଅଲଗା ଅଲଗା ରାଶିର ବ୍ୟକ୍ତି ବିଶେଷଙ୍କ ପାଇଁ ଭିନ୍ନ ଭିନ୍ନ ଧାତୁ କିଣିବା ବିଶ୍ୱାସ ରହିଛି। ଏହାଦ୍ୱାରା ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି କୁହାଯାଏ। ଏହି ଦିନ ଭଗବାନ ଧନ୍ଵନ୍ତରୀ ଏବଂ ଧନର ଦେବତା କୁବେରଙ୍କ ପୂଜା ମଧ୍ୟ କରାଯାଇଥାଏ। ଛୋଟ ଦୀପାବଳିର ଦିନେ ପୂର୍ବରୁ ପଡିଥାଏ ଧନତେରସ। ଏହି ଦିନ ଭଗବାନ ଧନ୍ଵନ୍ତରୀ ସମୁଦ୍ର ମନ୍ଥନ ସମୟରେ ଅମୃତ କଳସ ସହ ପ୍ରକଟ ହୋଇଥିଲେ ବୋଲି ବିଶ୍ୱାସ ରହିଛି।


ଧନତେରସ ଦିନ ଝାଡୁ କିଣିବା ପ୍ରଥା ରହିଛି। ଏହି ଦିନ ଝାଡୁ କିଣିଲେ ଗରିବୀ ବା ଅଭାବ ଦୂର ହୋଇଥାଏ ବୋଲି କୁହାଯାଏ। ଧନତେରସ ଦିନ ଝାଡୁ କିଣିଲେ ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ଏବଂ ଆର୍ଥିକ ସମସ୍ୟା ଦୂର ହୋଇଥାଏ ବୋଲି ବିଶ୍ୱାସ ରହିଛି। ଝାଡୁରେ ଧଳା ସୁତା ବାନ୍ଧି ଘରକୁ ଆଣିବା ଉଚିତ ଯାହାଦ୍ୱାରା ମାତା ଲକ୍ଷ୍ମୀ ଘରେ ବାସ କରିବେ ଏବଂ ସୁଖ ସମୃଦ୍ଧି ପ୍ରାପ୍ତ ହେବ।

ଧନତେରସ ଦିନ ଯୁଗ୍ମ ସଂଖ୍ୟାରେ ଝାଡୁ କିଣିବା ଉଚିତ ନୁହେଁ ବରଂ ଅଯୁଗ୍ମ ସଂଖ୍ୟାରେ କିଣିବା ଉଚିତ। ଅର୍ଥାତ ଦୁଇଟିନ କିଣି ୩ଟି ଝାଡୁ କିଣିବା ଉଚିତ। ଏହା ଶୁଭ ବୋଲି କୁହାଯାଏ। ଧନତେରସ ଦିନ କିଣିଥିବା ଝାଡୁ ଦୀପାବଳି ଦିନ ମନ୍ଦିରରେ ଦେବା ମଧ୍ୟ ଶୁଭ ବୋଲି କୁହାଯାଏ। ରବିବାର ଓ ମଙ୍ଗଳବାର ଦିନ ଝାଡୁ କିଣିବା ଉଚିତ ନୁହେଁ। ଝାଡୁରେ ଗୋଡ ମଧ୍ୟ ମାରିବା କଥା ନୁହେଁ। ଏହା ଅଶୁଭ ବୋଲି କୁହାଯାଏ।

ଚଳିତ ବର୍ଷ ନଭେମ୍ବର ୧୩ ତାରିଖରେ ଧନତେରସ ପଡିବ। ପୂଜାର ଶୁଭ ମୁହୂର୍ତ୍ତ ସନ୍ଧ୍ୟା ୫ଟା ୨୮ ମିନିଟରୁ ୫ଟା ୫୯ ମିନିଟ ଯାଏଁ ରହିଛି। ଏହି ଅଧା ଘଣ୍ଟା ମଧ୍ୟରେ ପୂଜା କରିବା ପାଇଁ ସର୍ବଶ୍ରେଷ୍ଠ ସମୟ। ଏହିଦିନ ଭଗବାନ ଧନ୍ଵନ୍ତରୀ, ମାତା ଲକ୍ଷ୍ମୀ ଓ କୁବେରଙ୍କ ପୂଜା କରାଯାଏ।

Diyas lluminated. coins stacked and flowers arranged for festival celebration

(ବି: ଦ୍ର: ଦିଆଯାଇଥିବା ସୂଚନା ସାମାନ୍ୟ ତଥ୍ୟ ଉପରେ ଆଧାରିତ, କୌଣସି ପଦକ୍ଷେପ ନେବା ପୂର୍ବରୁ ବିଶେଷଜ୍ଞଙ୍କୁ ପରାମର୍ଶ କରନ୍ତୁ)

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ