ଅପରାଧ ରାଜ୍ୟ

ଧକ୍କା ଦେଲା ବାଇକ୍, ଭାଙ୍ଗିଗଲା ଲୁହାଟିଣ ବେପାରୀଙ୍କ ଗୋଡ

ଭୁବନ, ୧୧|୦୯: ଧକ୍କା ଦେଲା ଅଜଣା ବାଇକ୍ । ଗୁରୁତର ହେଲେ ଲୁହାଟିଣ ବେପାରୀ । ଏପରି ଅଭାବନୀୟ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ଅଞ୍ଚଳ ଚନ୍ଦାରରେ ।

ପ୍ରତିଦିନ ପରି ରବିବାର ମଧ୍ୟ ରୋଜଗାର ଆଶା ନେଇ ଏକ ସାଇକେଲ ଯୋଗେ ଲୁହାଟିଣ ବେପାରୀଜଣଙ୍କ ଘରୁ ବାହାରି ଥିଲେ । ହେଲେ କିଏ ଜାଣିଥିଲା ଯେ ଏକ ଅଜଣା ବାଇକ ତାଙ୍କୁ ଧକା ଦେଇ ଚାଲିଯିବ । ରାସ୍ତାରେ ଏକ ଅଜଣା ବାଇକ ଧକ୍କାରେ ବୃଦ୍ଧ ଲୁହାଟିଣ ବେପାରୀଙ୍କ ବାମ ଗୋଡ ଭାଙ୍ଗି ଯାଇଛି ।

ଗୁରୁତର ବେପାରୀ ହେଲେ ପାଣ୍ଡବ ପୃଷ୍ଟୀ । ସେ ସକାଳେ ଏକ ସାଇକେଲ ଯୋଗେ ଲୁହାଟିଣ ସଂଗ୍ରହରେ ଯାଉଥିଲେ । କିନ୍ତୁ ଚନ୍ଦାର ଗ୍ରାମ ନିକଟରେ ତାଙ୍କୁ ପଛପଟୁ ଏକ ମୋଟରସାଇକେଲ ଧକ୍କା ଦେଇ ଚାଲିଯାଇଥିଲା। କିଛି ସମୟ ପରେ ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଭୁବନ ମେଡିକାଲରେ ଭର୍ତ୍ତି କରିଥିଲେ। ପାଣ୍ଡବଙ୍କ ବାମ ଗୋଡଟି ଭାଙ୍ଗି ଯାଇଥିବାରୁ ଡାକ୍ତର ତାଙ୍କୁ ଢେଙ୍କାନାଳ ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିବା ଜଣାପଡିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।