ଦେଶ ବିଦେଶ ମନୋରଞ୍ଜନ

‘ଦ ଫେମ୍‌ ଗେମ୍‌’ରେ ନଜର ଆସିବେ ମାଧୁରୀ ଦୀକ୍ଷିତ୍‌, ନେଟ୍‌ଫ୍ଲିକ୍ସରେ ହେବ ଷ୍ଟ୍ରିମିଂ

ନୂଆଦିଲ୍ଲୀ ୧୧।୦୨ : ବଲିଉଡର ସୁନ୍ଦରୀ ଅଭିନେତ୍ରୀ ତଥା ଧକ୍‌ଧକ୍‌ ଗାର୍ଲ ମାଧୁରୀ ଦୀକ୍ଷିତ ଏବେ ଓଟିଟିରେ ଡେବ୍ୟୁ ପାଇଁ ପ୍ରସ୍ତୁତ ହୋଇ ସାରିଲେଣି । ନେଟଫ୍ଲିକ୍ସର ୱେବ୍ ସିରିଜ୍ ‘ଦ ଫେମ୍ ଗେମ୍’ରେ ମାଧୁରୀ ଦୀକ୍ଷିତଙ୍କୁ ଦେଖିବାକୁ ମିଳିବ ।ନେଟଫ୍ଲିକ୍ସରେ ପ୍ରସାରିତ ହେବାକୁ ଥିବା ତାଙ୍କର ଆଗାମୀ ୱେବ୍ ସିରିଜ୍ ‘ଫେମ୍ ଗେମ୍’ରେ ସେ ଏକ ଫିଲ୍ମ ଷ୍ଟାର ଭୂମିକାରେ ଅଭିନୟ କରୁଛନ୍ତି। ଯାହାର ଚରିତ୍ର ତାଙ୍କ ଜୀବନଠାରୁ ସମ୍ପୂର୍ଣ୍ଣ ଭିନ୍ନ ।

ଏହି ସିରିଜ୍‌ରେ ମାଧୁରୀ ବଲିଉଡ ଅଭିନେତ୍ରୀ ଅନାମିକା ଆନନ୍ଦଙ୍କ ଭୂମିକାରେ ନଜର ଆସିବେ । ଯିଏ ଦିନେ ନିଖୋଜ ହୋଇଯାଆନ୍ତି ଏବଂ ତା’ପରେ ତାଙ୍କ ଜୀବନ ସମ୍ପୂର୍ଣ୍ଣ ରୁପେ ବଦଳିଯାଏ । ଶୋ’ର ଟ୍ରେଲରର ଡିଜିଟାଲ୍ ମାଧ୍ୟମରେ ଲଞ୍ଚ କରାଯିବ। ତେବେ ଏହି ସ୍କ୍ରିଫ୍ଟକୁ ପଢିବା ମାତ୍ରେ ଏହି ସିରିଜ କରିବା ପାଇଁ ନିଷ୍ପତ୍ତି ନେଇଥିଲେ ମାଧୁରୀ।

ଏନେଇ ମାଧୁରୀ କହିଛନ୍ତି, ‘ମୁଁ ସ୍କ୍ରିପ୍ଟକୁ ପସନ୍ଦ କଲି, ତାଙ୍କର ଚରିତ୍ର ମୋତେ ଖୁବ୍‌ ଭଲ ଲାଗିଲା। ଏହି କାହାଣୀଟି ଏପରି ଜଣେ ମହିଳାଙ୍କ ବିଷୟରେ, ଯାହାର ଜୀବନ ସ୍ୱାଭାବିକ ଭାବରେ ଚାଲିଛି କିନ୍ତୁ ଦିନେ ସେ ହଠାତ୍‌ କୁଆଡେ ହଜି ଯାଆନ୍ତି । ପରେ ତା ଜୀବନଶୈଳୀ ସହ ଜୀବନ ପୁରାପୂରି ବଦଳି ଯାଏ । ସେଥିପାଇଁ ଏହାର ନାମ ‘ଫେମ୍ ଗେମ୍’ ରଖାଯାଇଛି, କାରଣ ଏହା ଏକ ପ୍ରତାରଣାର ପଥ ।ଏହା ଫେବୃଆରୀ ୨୫ରୁ ନେଟଫ୍ଲିକ୍ସରେ ଷ୍ଟ୍ରିମ୍ କରାଯିବ

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ