ଦେଶ ବିଦେଶ ମନୋରଞ୍ଜନ

‘ଦ କପିଲ ଶର୍ମା ସୋ’କୁ ଫେରିଲେ ଭାରତୀ ସିଂହ

କମେଡି କ୍ବିନ୍‌ ଭାରତୀ ସିଂହ ‘ଦ କପିଲ ଶର୍ମା ସୋ’କୁ ଫେରିଛନ୍ତି। ସୋ’ର ସୁଟିଂ ଭାରତୀ ଆରମ୍ଭ କରି ଦେଇଥିବା‌ ବେଳେ ସୁଟିଂ ସେଟ୍‌ରୁ ସେ ଗୁଡ଼ାଏ ଫଟୋ ସେୟାର କରିଛନ୍ତି। କିଛି ଦିନ ତଳେ ଏନ୍‌ସିବି ଭାରତୀଙ୍କ ମୁମ୍ବାଇସ୍ଥିତ ବାସଭବନରେ ଚଢ଼ଉ କରି ୮୨ ଗ୍ରାମ୍‌ର ଗଞ୍ଜେଇ ଜବତ କରିଥିଲା। ଏନ୍‌ସିବିର ପ୍ରଶ୍ନୋତ୍ତର ସମୟରେ ଭାରତୀ ଡ୍ରଗ୍‌ସ୍‌ ସେବନ କରୁଥିବା ସ୍ବୀକାର କରିଥିଲେ। ଏହାପରେ ଭାରତୀ ଓ ତାଙ୍କ ସ୍ବାମୀ ହର୍ଷ ଲିମ୍ବାଚିୟାଙ୍କୁ ଏନ୍‌ସିବି ଗିରଫ କରିଥିଲା। ଜାମିନ୍‌ରେ ଆସିବା ପରେ ଭାରତୀଙ୍କୁ ‘ଦ କପିଲ ଶର୍ମା ସୋ’ରୁ ବାହାର କରିବାକୁ ଟ୍ବିଟର୍‌ରେ ଟ୍ରେଣ୍ଡ ଆରମ୍ଭ ହୋଇଯାଇଥିଲା। ଅନ୍ୟପଟେ ଭାରତୀଙ୍କ କୋଟି କୋଟି ପ୍ରଶଂସକଙ୍କ ସମେତ କପିଲ ଓ କ୍ରିଷ୍ଣା ଅଭିଷେକ ଭାରତୀଙ୍କୁ ସମର୍ଥନ କରିଥିଲେ। ଏବେ ଭାରତୀ ସୋ’କୁ ଫେରିବା ଖବର ନେଇ ସମସ୍ତେ ଖୁସି ବ୍ୟକ୍ତ କରିଛନ୍ତି।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ