ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ : ଟସ୍ ଜିତି ଭାରତର ବ୍ୟାଟିଂ ନିଷ୍ପତ୍ତି, ୩ଟି ପରିବର୍ତ୍ତନ ସହ ଖେଳୁଛି ବିରାଟ ସେନା

ଚେନ୍ନାଇ,୧୩/୦୨: ଭାରତ-ଇଂଲଣ୍ଡ ମଧ୍ୟରେ ଶନିବାରଠୁ ଆରମ୍ଭ ହୋଇଛି ଦ୍ୱିତୀୟ ଟେଷ୍ଟ । ଚେନ୍ନାଇରେ ଏହି ମ୍ୟାଚ୍ ଖେଳାଯାଉଛି । ତେବେ ମ୍ୟାଚ୍ ପୂର୍ବରୁ ଟସ୍ ଜିତିଛି ଭାରତ । ଦଳର ଅଧିନାୟକ ବିରାଟ କୋହଲି ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଛି ।

ଦଳରେ ଦ୍ୱିତୀୟ ଟେଷ୍ଟ ପାଇଁ ତିନୋଟି ପରିବର୍ତ୍ତନ କରାଯାଇଛି । ଓ୍ୱାଶିଂଟନ ସୁନ୍ଦର, ଜସପ୍ରିତ ବୁମରାହ ଓ ଶାହବାଜ ନଦୀମଙ୍କ ସ୍ଥାନରେ କୁଳଦୀପ ଯାଦବ, ଅକ୍ଷର ପଟେଲ ଓ ମହମ୍ମଦ ସିରାଜଙ୍କୁ ସୁଯୋଗ ମିଳିଛି ।

ଘରୋଇ ମାଟିରେ ଉଭୟ ବ୍ୟାଟିଂ ଓ ବୋଲିଂ ବିଫଳତା ଯୋଗୁ ଭାରତ ପ୍ରଥମ ଟେଷ୍ଟରେ ଅତି ଶୋଚନୀୟ ଭାବେ ପରାଜିତ ହୋଇଥିଲା । ଗାବାରେ ଐତିହାସିକ ବିଜୟ ପରେ ଚେନ୍ନାଇ ପରାଜୟକୁ ସହଜରେ ହଜମ କରିପାରିନଥିଲେ ପ୍ରଶଂସକ । ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱକୁ ନେଇ ସେମାନେ ପ୍ରଶ୍ନ ଉଠାଇଥିଲେ । ତେଣୁ ଦ୍ୱିତୀୟ ଟେଷ୍ଟ ବିରାଟଙ୍କ ସାମ୍ନାରେ ବହୁ ବଡ଼ ଚ୍ୟାଲେଞ୍ଜ ହୋଇ ଉଭା ହୋଇଛି ।

ଯେଉଁ ପିଚରେ ଇଂଲଣ୍ଡ ଅଧିନାୟକ ଜୋ ରୁଟ୍‌ ଦ୍ୱିଶତକ ହାସଲ କଲେ ଏବଂ ଭ୍ରମଣକାରୀ ବୋଲର ଘାତକ ସାଜିଲେ ସେହି ପିଚରେ ଭାରତ ଉଭୟ ବିଭାଗରେ ବିଫଳ ହୋଇଥିଲା । ତେଣୁ ଦ୍ୱିତୀୟ ଟେଷ୍ଟରେ କୋହଲିସେନା ଜୋରଦାର ପ୍ରତ୍ୟାବର୍ତ୍ତନ କରିବା ଲକ୍ଷ୍ୟରେ ରହିଛି । ଦଳର ଖେଳାଳିମାନେ ପୂର୍ବ ତ୍ରୁଟି ସୁଧାରିବା ସହ ଦୀର୍ଘ ସମୟ ଧରି ଅଭ୍ୟାସ୍‌ କରିଛନ୍ତି ।

ପ୍ରଥମ ଟେଷ୍ଟ ଜିତି ଭ୍ରମଣକାରୀ ଦଳ ଇଂଲଣ୍ଡର ମନୋବଳ ଦ୍ୱିଗୁଣିତ ରହିଛି । ଦଳ ପୂର୍ବ ପ୍ରଦର୍ଶନ ବଜାୟ ରଖିବା ଲକ୍ଷ୍ୟରେ ଅଛି ।ଯଦି ଭାରତ ଏହି ଟେଷ୍ଟରେ ବିଜୟୀ ହୁଏ ତେବେ ଅଧିନାୟକ ଭାବେ କୋହଲି ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ରେକର୍ଡର ସମକକ୍ଷ ହୋଇପାରିବେ । ଘରୋଇ ମାଟିରେ ଧୋନିଙ୍କ ନେତୃତ୍ୱରେ ଭାରତ ୨୧ଟି ମ୍ୟାଚ୍‌ ଜିତିଛି । ଏହି ମ୍ୟାଚରେ ବିଜୟୀ ହେଲେ କୋହଲି ମଧ୍ୟ ସମାନ ରେକର୍ଡର ଅଧିକାରୀ ହେବେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ