ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ : ପ୍ରଥମ ଇନିଂସରେ ଭାରତ ୩୨୯ରେ ଅଲଆଉଟ୍

ଚେନ୍ନାଇ, ୧୪।୦୨: ଭାରତ-ଇଂଲଣ୍ଡ ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ବିରାଟ ସେନା ୩୨୯ରେ ଅଲଆଉଟ୍ ହୋଇଛି । ଓପନର ରୋହିତ ଶର୍ମାଙ୍କ ଦମଦାର ଶତକ ସହ ଆଜିଙ୍କ୍ୟ ରାହାଣେ ଓ ଋଷଭ ପନ୍ତଙ୍କ ଅର୍ଧଶତକ ବଳରେ ଭାରତ ୩୨୯ ରନ୍ କରିପାରିଥିଲା ।

ଦ୍ୱିତୀୟ ଟେଷ୍ଟରେ ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନରେ ଦଳର ଓପନର ଶୁଭମନ ଗିଲ୍ କୌଣସି ରନ୍ ନକରି ପ୍ୟାଭିଲିୟନ ଫେରିଥିଲେ । ଯାହା ଦଳକୁ ଏକ ଶକ୍ତ ଝଟକା ଦେଇଥିଲା । ଗିଲଙ୍କ ପରେ ଚେତେଶ୍ୱର ପୂଜାରା ଭଲ ଆରମ୍ଭ କରିଥିଲେ ସୁଦ୍ଧା ନିରାଶ କରିଥିଲେ । ପୂଜାରା ୨୧ ରନ୍ କରି ଆଉଟ୍ ହୋଇଥିଲେ । ସେହିପରି ଅଧିନାୟକ ବିରାଟ କୋହଲି ମଧ୍ୟ ଖାତା ଖୋଲିବା ପୂର୍ବରୁ କ୍ଲିନ୍‌ ବୋଲ୍ଡ ହୋଇଥି​‌ଲେ । ଏକଦା ଭାରତ ୮୬ ରନ୍‌ରେ ୩ଟି ଓ୍ବିକେଟ୍‌ ହରାଇ ସଙ୍କଟରେ ଥିଲା । ପରେ ରୋହିତ-ରାହାଣେ ଯୋଡି ପଡିଆ ମଧ୍ୟରେ ଦମଦାର ବ୍ୟାଟିଂ ଜାରି ରଖିଥିଲେ । ରୋହିତ ଏବଂ ରାହାଣେ ଆଉଟ ହେବା ପରେ ରବିଚନ୍ଦ୍ରନ ଅଶ୍ବିନ ନିରାଶ କରିଥିଲେ । ଅଶ୍ବିନ ୧୩ ରନ କରି ଆଉଟ ହୋଇଛନ୍ତି ।

ଖେଳର ଦ୍ୱିତୀୟ ଦିନରେ ଋଷଭ ପନ୍ତ ଅର୍ଧଶତକ ହାସଲ କରିଥିଲେ । ସେ ୫୮ ରନ୍ କରି ଅପରାଜେୟ ରହିଛନ୍ତି । ତେବେ ତାଙ୍କୁ ତଳକ୍ରମରେ କାହାରି ସାଥ୍ ମିଳିନଥିଲା । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷର ପଟେଲ, ୫, ଇଶାନ୍ତ ଶର୍ମା ଓ କୁଳଦୀପ ଯାଦବ ୦ ଏବଂ ମହମ୍ମଦ ସିରାଜ ୪ ରନ୍ କରି ଆଉଟ୍ ହୋଇଥିଲେ । ଫଳରେ ଭାରତ ୩୨୯ ରନ୍ କରିବାକୁ ସକ୍ଷମ ହୋଇଥିଲା ।

ଇଂଲଣ୍ଡ ପକ୍ଷରୁ ମୋଇନ୍ ଅଲ୍ଲୀ ୪ଟି ଓ୍ୱିକେଟ୍ ନେଇଥିବା ବେଳେ ଓଲି ଷ୍ଟୋନ୍ ୩ଟି ଜ୍ୟାକ୍ ଲେଚ୍ ୨ ଟି ଓ ବେନ୍ ଷ୍ଟୋକସ୍ ଗୋଟିଏ ଓ୍ୱିକେଟ୍ ନେଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ