ଅପରାଧ ଖେଳ ଦେଶ ବିଦେଶ

ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଟିମକୁ ଧକ୍କା : ବାଦ୍ ପଡିଲେ ଷ୍ଟାର୍ ଅଲରାଉଣ୍ଡର୍

ନୂଆଦିଲ୍ଲୀ, ୦୭/୦୬: ନ୍ୟୁଜିଲାଣ୍ଡ କ୍ରିକେଟ୍ ଟିମକୁ ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଟେଷ୍ଟ୍ ପୂର୍ବରୁ ବଡ ଝଟକା ଲାଗିଛି । କିଓ୍ୱି ଟିମର ଅଲରାଉଣ୍ଡର କୋଲିନ୍ ଡି ଗ୍ରାଣ୍ଡହୋମ୍ ଆହତ ହୋଇ ସିରିଜକୁ ବାଦ୍ ପଡିଛନ୍ତି । ଏନେଇ ନ୍ୟୁଜିଲାଣ୍ଡ କ୍ରିକେଟ୍ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ୩୫ ବର୍ଷୀୟ ଗ୍ରାଣ୍ଡହୋମ୍ ସିରିଜର ପ୍ରଥମ ଟେଷ୍ଟର ଦ୍ୱିତୀୟ ପାଳିରେ ସେ ମାତ୍ର ୩.୫ ଓଭର ବୋଲିଂ କରିପାରିଥିଲେ । ମ୍ୟାଚ ପରେ ତାଙ୍କର ଗୋଇଠିକୁ ସ୍କାନ୍ କରାଯାଇଥିଲା ।

କୋଲିନ୍ ଟେଷ୍ଟର ପ୍ରଥମ ପାଳିରେ ୫୦ ବଲରୁ ଅପରାଜିତ ୪୨ ରନ୍ କରିଥିଲେ । ସେ ଏହି ପାଳି ସେତେବଳେ ଖେଳିଥିଲେ ଯେତେବେଳେ ଦଳ ସଙ୍କଟରେ ଥିଲା । ଦଳ ଏକଦା ୩୬ ରନରେ ୬ ଓ୍ୱିକେଟ୍ ହରାଇଥିଲା । ଏହାପରେ ଗ୍ରାଣ୍ଡହୋମ୍ ଦଳକୁ ସଙ୍କଟରୁ ଉଦ୍ଧାର କରିଥିଲେ । ଫଳରେ ଟିମ୍ ୧୩୨ ରନ୍ କରିପାରିଥିଲା । କେବଳ ଏତିକି ନୁହେଁ ବୋଲିଂ ବେଳେ ଗ୍ରାଣ୍ଡହୋମ୍ ଜୋ ରୁଟଙ୍କ ଓ୍ୱିକେଟ୍ ନେଇଥିଲେ । ତେବେ ଦ୍ୱିତୀୟ ଇନିଂସରେ ସେ ଆହତ ହୋଇଥିଲେ ।

ଦ୍ୱିତୀୟ ପାଳିରେ ରନଆଉଟ୍

ଗ୍ରାଣ୍ଡହୋମ୍ ଦ୍ୱିତୀୟ ପାଳିରେ ରନଆଉଟ୍ ହୋଇ ପ୍ୟାଭିଲିୟନ ଫେରିଥିଲେ । ସେ ପ୍ରଥମ ବଲରେ ହିଁ ବିନା କୌଣସି ରନରେ ଆଉଟ୍ ହୋଇଥିଲେ । ଲର୍ଡସର ଐତିହାସିକ ଷ୍ଟାଡିୟମରେ ଏହା ପ୍ରଥମ ଥର ପାଇଁ ହୋଇଥିଲା ଯେତେବେଳେ କୌଣସି ବ୍ୟାଟର ଗୋଲ୍ଡେନ୍ ଡକରେ ରନଆଉଟ୍ ହୋଇଥିଲେ । ଏହାପୂର୍ବରୁ ୧୯୭୯ରେ ଖେଳାଯାଇଥିବା ଏକ ମ୍ୟାଚର ଭାରତର କେ ଭେଙ୍କଟରାଘବନ ପ୍ରଥମ ବଲରେ ରନଆଉଟ୍ ହୋଇଥିଲେ ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ