ନୂଆଦିଲ୍ଲୀ, ୧୦|୦୩: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ବେଙ୍ଗାଲୁରୁରେ ଦ୍ୱିତୀୟ ଟେଷ୍ଟ୍ ମୁକାବିଲା ଖେଳାଯିବ । ଏହି ମିଶନ ପାଇଁ ପୁରା ପ୍ରସ୍ତୁତ ଅଛି ଟିମ୍ ଇଣ୍ଡିଆ । ଏହି ଡେନାଇଟ୍ ମୁକାବିଲାରେ ସମସ୍ତଙ୍କ ନଜର ବିରାଟ କୋହଲିଙ୍କ ଉପରେ ରହିବ । ଏହା ତାଙ୍କର ୧୦୧ ତମ ଟେଷ୍ଟ ହେବ । ଏହାସହ ବେଙ୍ଗାଲୁରୁ ତାଙ୍କର ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ୍ ଅଟେ ।
ବିରାଟ ଅନ୍ତର୍ଜାତୀୟ କ୍ୟାରିଅରରେ ଏବେସୁଦ୍ଧା ୭୦ଟି ଶତକ ଲଗାଇଛନ୍ତି । ସେ ଦୀର୍ଘ ଅଢେଇ ବର୍ଷ ହେଲା ଶତକ ଅପେକ୍ଷାରେ ରହିଛନ୍ତି । ତେବେ ଏହି ମୁକାବିଲାରେ ସେ ଶତକ ଲଗାଇ ପାରନ୍ତି । କାରଣ ତାଙ୍କର ଶେଷ ଶତକ ଦିବାରାତ୍ର ମୁକାବିଲାରେ ବ୍ୟାଟରକୁ ବାହାରିଥିଲା ।
ବାଂଲାଦେଶ ବିପକ୍ଷ ମୁକାବିଲାରେ ୨୦୧୯ରେ ବିରାଟ ଶେଷଥର ପାଇଁ ଶତକ ଲଗାଇଥିଲେ । ବାଂଲାଦେଶ ବିପକ୍ଷ ଏହି ମ୍ୟାଚରେ ସେ ୧୩୬ ରନର ପାଳି ଖେଳିଥିଲେ । ସେବେଠାରୁ ସେ ଆଉ ଏକ ଶତକ ପାଇଁ ସଙ୍ଘର୍ଷ କରୁଛନ୍ତି ।
ପ୍ରଶଂସକ ଆଶା କରୁଛନ୍ତି ଯେ, କୋହଲି ବେଙ୍ଗାଲୁରୁରେ ୭୧ତମ ଶତକ ଲଗାଇବେ । ବେଙ୍ଗାଲୁରୁ କୋହଲିଙ୍କ ଦ୍ୱିତୀୟ ହୋମ୍ ଗ୍ରାଉଣ୍ଡ ହୋଇଥିବା ବେଳେ ସେ ଦଶ ବର୍ଷ ହେଲା ରୟାଲ ଚ୍ୟାଲେଞ଼୍ଜର୍ସ ବେଙ୍ଗାଲୁରୁର ଅଧିନାୟକ ରହିଥିଲେ ।