ଖେଳ ଦେଶ ବିଦେଶ

ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତାଙ୍କ ଦେହାନ୍ତ, ଅଷ୍ଟ୍ରେଲିଆ ଗସ୍ତରେ ଥିବାରୁ କରିପାରିଲେନି ଶେଷ ଦର୍ଶନ, କୋହଭରା କଣ୍ଠରେ କହିଲେ- ‘ବାପା ମୁଁ ତୁମ ସ୍ୱପ୍ନ ପୂରଣ କରିଛି’

ସିଡନୀ, ୨୧/୧୧: ଭାରତୀୟ ଦଳର ଦ୍ରୁତ ବୋଲର ମହମ୍ମଦ ସିରାଜଙ୍କ ପିତୃ ବିୟୋଗ । ଅଷ୍ଟ୍ରେଲିଆ ଗସ୍ତରେ ଥିବା ବେଳେ ମହମ୍ମଦ ସିରାଜଙ୍କ ବାପା ମହମ୍ମଦ ଘୋଷଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ୫୩ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଫୁସଫୁସ ଜନିତ ରୋଗରେ ପୀଡ଼ିତ ଥିଲେ ।

ତେବେ ପିତାଙ୍କ ଦେହାନ୍ତ ଖବର ପାଇବା ପରେ ସିରାଜ ଭାଙ୍ଗି ପଡ଼ିଛନ୍ତି । ଏବେ ସେ ଦଳସହ କ୍ୱାରେଣ୍ଟାଇନରେ ଥିବାରୁ ଅନ୍ତେଷ୍ଟି କ୍ରିୟାରେ ଯୋଗଦେଇ ନାହାଁନ୍ତି ।

୨୬ ବର୍ଷିୟ ସିରାଜ ଗୁରୁବାର ଭାରତୀୟ ଦଳ ସହ ଅଭ୍ୟାସ୍‌ କରି ଫେରିବା ପରେ ପିତାଙ୍କ ଦେହାନ୍ତ ଖବର ପାଇଥିଲେ। ପିତାଙ୍କ ଦେହାନ୍ତକୁ ନେଇ ସେ କହିଛନ୍ତି ଯେ, ଖବର ତାଙ୍କୁ ଚକିତ କରି ଦେଇଛି । ଏହା ଜୀବନର ସବୁଠୁ ବଡ଼କ୍ଷତି । ବାପାଙ୍କ ସ୍ୱପ୍ନ ଥିଲା ସେ ଭାରତ ପାଇଁ ଖେଳିବେ, ଦେଶକୁ ଗର୍ବିତ କରିବେ । ବାପାଙ୍କ ସ୍ୱପ୍ନ ପୂରଣ ହୋଇଛି । କ୍ୟାରିୟର ପାଇଁ ପିତା ଅଟୋ ଚଲାଇବାକୁ ପଛାଇନଥିଲେ ବୋଲି ସିରାଜ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ