ରାଜ୍ୟ ସ୍ୱାସ୍ଥ୍ୟ

ଦ୍ରୁତ ଗତିରେ ବ୍ୟାପୁଛି ଓମିକ୍ରନ୍‌, ପରିସ୍ଥିତି ଦେଖି ଲାଗିବ କଟକଣା

ଭୁବନେଶ୍ୱର ୧୯।୧୨: ଓମିକ୍ରନ୍‌ ଚାରିଆଡ଼େ ବ୍ୟାପିବା ଚିନ୍ତାଜନକ । ଆମ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ୭ଜଣ ବିଦେଶ ଫେରନ୍ତା କୋଭିଡ଼ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେ ମଧ୍ୟରୁ ୪ଜଣଙ୍କ ଜିମନ୍‌ ସିକ୍ୟୁଏନସିଂ କରାଯାଇଥିଲା । ବର୍ତ୍ତମାନ ସେମାନେ ଓମିକ୍ରନ୍‌ରେ ପୀଡିତ ନଥିବା ବେଳେ ଅନ୍ୟ ୩ଜଣଙ୍କ ନମୁନା ସିକ୍ୟୁନ୍‌ସି ପାଇଁ ଯାଇଛି ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

ସେ ଆହୁରୀ ମଧ୍ୟ କହିଛନ୍ତି ଯେ, ବିଭିନ୍ନ ମଡେଲ ଦେଖାଉଥିବା ଭବିଷ୍ୟବାଣୀ ଗୋଟେ ଷ୍ଟାଟିକାଲ୍‌ ଜିନିଷ ଉପରେ ଆଧାରିତ । IIT ମଡେଲ ଅନୁସାରେ ଯଦି ରୋଗ ପ୍ରତିରୋଧକ ଶକ୍ତି ପର୍ଯ୍ୟାପ୍ତ ପରିମାଣର ନଥାଏ । ତେବେ ଦିନକୁ ଦେଢ଼ ଲକ୍ଷ ପର୍ଯ୍ୟନ୍ତ ସଂକ୍ରମିତ ବାହାରିପାରନ୍ତି । ଆମକୁ ଦେଖିବାକୁ ପଡିବ ସଂକ୍ରମଣ କେତେ ବଢୁଛି । ସର୍ଭେଲାନ୍ସ କରିବା ସବୁଠାରୁ ଭଲ ଉପାୟ ।

ସେହିପରି ସିଡିସି କହିଛନ୍ତି ଯେ, ଓମିକ୍ରନ୍‌ ପ୍ରଜାତି ଅଧିକ ସଂକ୍ରାମକ । କିନ୍ତୁ ଆକ୍ରାନ୍ତ ଅଧିକ ଗୁରୁତର ହେଉନାହାନ୍ତି । ଏଥିରେ ଅକ୍ସିଜେନ ବ୍ୟବହାର ଓ ହସ୍ପିଟାଲରେ ଭର୍ତ୍ତି ହେବା ସଂଖ୍ୟା ବଢୁନି । କିନ୍ତୁ ତାକୁ ଭାବିକି ପ୍ରସ୍ତୁତ ନରହିବା ଠିକ ନୁହେଁ । ସମାଜର ବି ଭୂମିକା ଅଛି । ଯଦି ଲକ୍ଷଣ ଅଛି, ତେବେ ଟେଷ୍ଟ କରାନ୍ତୁ । ସଂଖ୍ୟା ଆମେ ପୁରା ଶୁନ କରିପାରିବା ନାହିଁ । କିନ୍ତୁ ତୁରନ୍ତ ଚିହ୍ନଟ କରି ପ୍ରତିକାର କଲେ ଆକ୍ରାନ୍ତଙ୍କ ସଂଖ୍ୟା କମେଇପାରିବା । ନିର୍ବାଚନ ହେଉ କିମ୍ବା ସ୍କୁଲ ଖୋଲିବା ହେଉ, ସଂକ୍ରମିତଙ୍କ ସଂଖ୍ୟା ଓ ପଜିଟିଭିଟି ହାର ଦେଖି କେନ୍ଦ୍ର ସରକାରଙ୍କ ନିୟମ ମୁତାବକ ପ୍ରତିବନ୍ଧକ ଲଗାଯିବ ବୋଲି କହିଛନ୍ତି ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ