ଦେଶ ବିଦେଶ ମନୋରଞ୍ଜନ

ଦ୍ବିତୀୟ ଥର ବର ସାଜିବେ ନାଗା ଚୈତନ୍ୟ, ଜାଣନ୍ତୁ କାହାକୁ କରିବେ ବିବାହ

ନୂଆଦିଲ୍ଲୀ ୧୯।୦୪ : ସାଉଥର ଚର୍ଚ୍ଚିତ ଯୋଡି ସାମନ୍ଥା ଏବଂ ନାଗା ଚୈତନ୍ୟ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ଥିଲେ ।ବର୍ତ୍ତମାନ ଦୁହେଁ ପରସ୍ପରଠାରୁ ଅଲଗା ହୋଇଯାଇଛନ୍ତି। ହଠାତ୍‌ ସେମାନଙ୍କର ଅଲଗା ହେବାର ଖବର ତାଙ୍କର ଫ୍ୟାନ୍ସମାନଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ହେଲେ ବର୍ତ୍ତମାନ ଦୁହିଁଙ୍କ ଅଲଗା ହେବା ଦୀର୍ଘ ଦିନ ହେଲାଣି। ହେଲେ ବର୍ତ୍ତମାନ ଏକ ଖବର ସାମ୍ନାକୁ ଆସିଛି। ତାହାକୁ ଶୁଣି ପ୍ରଶଂସକଙ୍କ ସହ ସାମନ୍ଥାଙ୍କୁ ମଧ୍ୟ ଶକ୍ତ ଝଟକା ଲାଗିପାରେ।

ମିଡିଆ ରିପୋର୍ଟ ଅନୁଯାୟୀ କୁହାଯାଉଛି କି ନାଗା, ସାମନ୍ଥା ଠାରୁ ଅଲଗା ହେବା ପରେ ବର୍ତ୍ତମାନ ଦ୍ୱିତୀୟ ଥର ବିବାହ କରିବାକୁ ଯାଉଛନ୍ତି । ଏହା ସହ ଦ୍ୱିତୀୟ ବିବାହ ନେଇ ବହୁତ କିଛି ଯୋଜନା ମଧ୍ୟ କରୁଛନ୍ତି। ତେବେ ଏହି ବିଷୟରେ ଅଭିନେତାଙ୍କ ଠାରୁ କୌଣସି ପ୍ରକାରର ସୁଚନା ମିଳି ନାହିଁ । କୁହାଯାଉଛି ଯେ ସାମନ୍ଥାଙ୍କଠାରୁ ଅଲଗା ହେବା ପରେ ନାଗା ବହୁତ ଭାଙ୍ଗି ପଡିଛନ୍ତି। ସେ ନିଜକୁ ଏକାକୀ ଅନୁଭବ କରୁଛନ୍ତି। ଏହି କାରଣରୁ ନାଗ ବର୍ତ୍ତମାନ ପୂନର୍ବାର ବିବାହ କରିବାକୁ ଯୋଜନା କରୁଛନ୍ତି। କିନ୍ତୁ ସବୁଠାରୁ ବଡ କଥା ହେଲା ନାଗା ବର୍ତ୍ତମାନ କୌଣସି ଅଭିନେତ୍ରୀଙ୍କୁ ବିବାହ କରିବେ ନାହିଁ ବୋଲି ସ୍ଥିର କରିଛନ୍ତି। ଦ୍ୱିତୀୟ ବିବାହ ପାଇଁ ସେ ନିଜକୁ ମାନସିକ ଭାବେ ନିଜକୁ ପ୍ରସ୍ତୁତ କରୁଛନ୍ତି ।

କହିବାକୁ ଗଲେ ସାମନ୍ଥା ଏବଂ ନାଗା ଅନେକ ଚଳଚ୍ଚିତ୍ରରେ ଏକାଠି କାମ କରିବା ପରେ ଉଭୟ ପରସ୍ପରକୁ ଦୀର୍ଘ ସମୟ ଧରି ଏକାଠି ଡେଟ୍‌ କରିଥିଲେ। ତା ପରେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ। କିନ୍ତୁ ହଠାତ୍ ଉଭୟଙ୍କ ମଧ୍ୟରେ ମତଭେଦର ଖବର ଆସିବାକୁ ଲାଗିଲା ଏବଂ ଗତ ବର୍ଷ ଦୁହେଁ ଅଲଗା ହେବା ବିଷୟରେ ଘୋଷଣା କରିଥିଲେ ।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ