ଦେଶ ବିଦେଶ ମନୋରଞ୍ଜନ ସ୍ୱାସ୍ଥ୍ୟ

ଦ୍ବିତୀୟ ଥର କୋଭିଡ୍‌ ପଜିଟିଭ୍‌ ହେଲେ ଅଭିନେତା ଅକ୍ଷୟ କୁମାର; ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେବେନି

ମୁମ୍ବାଇ: କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିବାରୁ ଚଳିତ ବର୍ଷ ‘କାନ୍‌ସ୍ ଫିଲ୍ମ ଫେଷ୍ଟିଭାଲ୍‌’ରେ ଯୋଗ ଦେଇପାରିବେ ନାହିଁ ବୋଲି ଶନିବାର ଦିନ ବଲିଉଡ୍‌ ଅଭିନେତା ଅକ୍ଷୟ କୁମାର କହିଛନ୍ତି।

ଏ ସଂକ୍ରାନ୍ତରେ ସୂଚନା ଟୁଇଟ୍‌ କରି ଅକ୍ଷୟ ଲେଖିଛନ୍ତି: କାନ୍‌ସ୍ ‘ଇଣ୍ଡିଆନ୍‌ ପାଭିଲିୟନ୍‌’ରେ ଆମ ଚଳଚ୍ଚିତ୍ର ପ୍ରଦର୍ଶନ କରାଇବାକୁ ଇଚ୍ଛାଥିଲା। କିନ୍ତୁ, ଦୁଃଖର ବିଷୟ କୋଭିଡ୍‌ ପଜିଟିଭ୍‌ ହୋଇଛି । ତେଣୁ, ବିଶ୍ରାମ ନେବାକୁ ପଡ଼ିବ। ଆପଣଙ୍କୁ ଓ ଆପଣଙ୍କ ଟିମ୍‌କୁ ଅଜସ୍ର ଶୁଭେଚ୍ଛା ଅନୁରାଗ ଠାକୁର। ସତରେ ସେଠାକୁ ନ ଯାଇ ପାରିବାରୁ ଦୁଃଖ ଅନୁଭବ କରିବି।

୭୫ତମ ଉଦ୍‌ଘାଟନୀ ଉତ୍ସବରେ ‘କାନ୍‌ସ୍ ୨୦୨୨ ରେଡ୍‌ କାର୍ପେଟ୍‌’ରେ ସଙ୍ଗୀତକାର ଏ.ଆର୍‌. ରହମନ୍, ଆର୍‌. ମାଧବନ୍, ନୱାଜୁଦ୍ଦିନ୍‌ ସିଦ୍ଦିକି, ନୟନତାରା, ତମନ୍ନା ଭାଟିଆ, ଶେଖର କପୁର, ‘ସିବିଏଫ୍‌ସି’ ମୁଖ୍ୟ ପ୍ରସୂନ ଯୋଶୀ, ରିକି କେଜ୍‌, ପୂଜା ହେଗ୍‌ଡ଼େ, ଶେଖର କପୁର ଏବଂ କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ଅନୁରାଗ ଠାକୁରଙ୍କ ସହିତ ଅକ୍ଷୟ କୁମାର ଚାଲିବେ ବୋଲି ଏ ସପ୍ତାହର ପ୍ରାରମ୍ଭରେ ରିପୋର୍ଟ ପ୍ରକାଶ ପାଇଥିଲା।

ସ୍ମରଣଯୋଗ୍ୟ, ଗତବର୍ଷ ଏପ୍ରିଲ୍‌ ମାସରେ ଅକ୍ଷୟ କୁମାର କୋଭିଡ୍‌-୧୯ ପଜିଟିଭ୍‌ ହୋଇଥିଲେ। ସେତେବେଳେ ସେ ‘ରାମ ସେତୁ’ ଚଳଚ୍ଚିତ୍ର ସୁଟିଙ୍ଗ୍‌ରେ ଥିଲେ। ତାଙ୍କ ସମେତ ସୁଟିଙ୍ଗ୍ କ୍ରୁ’ର ଅନେକ ସଦସ୍ୟ କୋଭିଡ୍‌-୧୯ ପଜିଟିଭ୍‌ ବାହାରିବାରୁ ସୁଟିଙ୍ଗ୍‌ ସମ୍ପୂର୍ଣ୍ଣ ବନ୍ଦ ହୋଇଥିଲା।

NewsLaxmi7

About Author

You may also like

ମନୋରଞ୍ଜନ

ଦିଲୱାଲେ ଦୁହ୍ଲନିଆଁକୁ ପୂରିଲା ୨୫ ବର୍ଷ

ନୂଆଦିଲ୍ଲୀ : ଶାହରୁଖ୍ ଖାନ୍ ଓ କାଜଲଙ୍କ ଅଭିନୀତ ଫିଲ୍ମ ଦିଲ୍‌ୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ଆଜି ପୂରିଛି ୨୫ ବର୍ଷ । ୧୯୯୫ରେ ମୁକ୍ତିଲାଭ କରିଥିବା
ମନୋରଞ୍ଜନ

ରୋମାଟିଂକ୍ ଅନ୍ଦାଜ୍‌ରେ ବିରୁଷ୍କା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟ୍ ଟିମ୍‌ର କ୍ୟାପଟେନ୍ ବିରାଟ କୋହଲି ଆଜିକାଲି ଆଇପିଏଲ୍ ପାଇଁ ଦୁବାଇରେ ରହୁଛନ୍ତି । ସେଠାରେ ତାଙ୍କ ପତ୍ନୀ ତଥା, ବଲିଉଡ ଅଭିନେତ୍ରୀ