ଅପରାଧ ରାଜ୍ୟ ସ୍ପେଶାଲ ରିପୋର୍ଟ

ଦୋଳାରେ ବୁହା ହେଲା ଗର୍ଭବତୀ, ରାସ୍ତା ନାହିଁ

କନ୍ଧମାଳ- କନ୍ଧମାଳ ଜିଲ୍ଲା କ ନୂଆଗାଁ ବ୍ଲକ ସାରଙ୍ଗଡ଼ ପଞ୍ଚାୟତ ର ଟେଟେରା ଗାଁ ମୁଖ୍ୟ ରାସ୍ତା ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ରହି ଏଭଳି ଅନେକ ଗ୍ରାମ କୁ ରାସ୍ତା ନ ଥିବାରୁ ଆମ୍ବୁଲାନ୍ସ ପହଞ୍ଚି ପାରୁନାହିଁ । ସରକାରଙ୍କ ମାଳ ମାଳ ଯୋଜନା ଥିଲେ ମଧ୍ୟ କନ୍ଧମାଳ ଜିଲ୍ଲା ର ଅନେକ ଗ୍ରାମ ଅପହଞ୍ଚ ହୋଇରହିଛି । କୈଣସି ଜରୁରୀ କାମ ପାଇଁ ଗ୍ରାମ ବାସୀ ବାହାରକୁ ଯାତାୟତ କରିବାରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ସେହି ଗାଁ ବାଟରେ ରହିଛି କାଲିପେନୁ ନଦୀ ଉପରେ ପୋଲ ନ ଥିବାରୁ ଗାଁ ପଯ୍ୟନ୍ତ ଗାଡ଼ି ପହଞ୍ଚି ପାରୁନାହିଁ । ସେହି ଗ୍ରାମର ଅରୁଣ ପ୍ରଧାନଙ୍କ ସ୍ତ୍ରୀ ଆରତୀ ଙ୍କ ଗର୍ଭ ଯନ୍ତ୍ରଣା ହୋଇଥିଲା । ଏ ନେଇ ଆମ୍ବୁଲାନ୍ସ କୁ ଖବର ଦିଆଯାଇଥିଲା କିନ୍ତୁ ରାସ୍ତା ନଥିବାରୁ ଜନନୀ ଏକ୍ସପ୍ରେସ ଗାଁ ଠାରୁ ପ୍ରାୟ ଦୁଇ କିଲୋମିଟର ଦୂରରେ ଅଟକି ରହିଥିଲା । ଆଶାକର୍ମୀ ମହେଶ୍ୱତା ପ୍ରଧାନ ଙ୍କ ସହଯୋଗରେ ଗ୍ରାମ ବାସୀ ଏକ ଦୋଳା କରି ଆସନ୍ନ ପ୍ରସବା ଆରତୀ ଙ୍କୁ ଆମ୍ବୁଲାନ୍ସ ପଯ୍ୟନ୍ତ ଦୋଳରେ ଆଣିଥିଲେ । ସେଠାରୁ ତାଙ୍କୁ ନେଇ ୯ କିମି ଦୂରରେ ସାରଙ୍ଗଡ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରାଯାଇଥିଲା । ଜିଲ୍ଲା ରେ ଏଭଳି ଘଟଣା ଚିନ୍ତା ର ବିଷୟ ହୋଇଛି । କନ୍ଧମାଳ ଜିଲ୍ଲା ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।