ଦେଶ ବିଦେଶ ରାଜ୍ୟ ସ୍ୱାସ୍ଥ୍ୟ

ଦୈନିକ ଆକ୍ରାନ୍ତ ତୂଳନାରେ ଆଜି କମିଲା ସୁସ୍ଥ ସଂଖ୍ୟା, ୨୪ ଘଣ୍ଟାରେ କରୋନାରୁ ଆରୋଗ୍ୟ ହେଲେ ୭୨୮

ଭୁବନେଶ୍ଵର ୨୫।୧୧: ରାଜ୍ୟରେ କରୋନା ସଂକ୍ରମର ପ୍ରଭାବ କମିବାରେ ଲାଗିଛି। ଏହାକୁ ନେଇ ଲୋକଙ୍କ ଭିତରେ ଟିକିଏ ଆଶ୍ଵସ୍ତିର ମାହୋଲ ଥିଲେ ମଧ୍ୟ ମୃତ୍ୟୁ ସଂଖ୍ୟାରେ କୌଣସି ପରିବର୍ତ୍ତନ ଆସୁନାହିଁ। ତେଣୁ ଲୋକଙ୍କ ମଧ୍ୟରେ କରୋନା ଭୟ ଦୂର ହେଉନାହିଁ। ସଂପ୍ରତି ନୂତନ ସଂକ୍ରମିତଙ୍କ ତୂଳନାରେ ଦୈନିକ ସୁସ୍ଥ ସଂଖ୍ୟା ଅଧିକ ରହୁଥିଲେ ମଧ୍ୟ ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି। ଆଜି ନୂତନ ଆକ୍ରାନ୍ତଙ୍କ ସଂଖ୍ୟା ସୁସ୍ଥ ସଂଖ୍ୟାଠୁ ଅଧିକ ରହିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୭୨୮ ରୋଗୀ ଆରୋଗ୍ୟ ହୋଇ ଘରକୁ ଫେରିଛନ୍ତି। ଏହାକୁ ମିଶାଇ ମୋଟ୍ ସୁସ୍ଥ ସଂଖ୍ୟା ୩,୦୮,୧୦୨ରେ ପହଞ୍ଚିଛି। ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଟ୍ଵିଟ୍ ଯୋଗେ ବୁଧବାର ଏହାର ସୂଚନା ଦିଆଯାଇଛି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୦୩ ଜଣ ଆରୋଗ୍ୟ ଲାଭ କରିଥିବା ବେଳେ ମୟୂରଭଞ୍ଜ ଜିଲ୍ଲାରୁ ୭୩, ସୁନ୍ଦରଗଡରୁ ୬୭, ନୂଆପଡାରୁ ୪୪, କଟକରୁ ୪୨, ବାଲେଶ୍ଵରରୁ ୩୭, ବଲାଙ୍ଗୀରରୁ ୩୨, ଜଗତସିଂହପୁରରୁ ୩୦, କେନ୍ଦ୍ରାପଡାରୁ ୩୦, ସମ୍ବଲପୁରରୁ ୨୮, କେନ୍ଦୁଝରରୁ ୨୫, ଅନୁଗୁଳରୁ ୨୪, ବରଗଡରୁ ୨୧ ଜଣ କରୋନା ମୁକ୍ତ ହୋଇଛନ୍ତି।

ସେହି ପରି ଝାରସୁଗୁଡାରୁ ୧୭, ଯାଜପୁରରୁ ୧୪, କଳାହାଣ୍ଡିରୁ ୧୪, ଢେଙ୍କାନାଳରୁ ୧୩, ପୁରୀରୁ ୧୩, ଭଦ୍ରକରୁ ୧୧, ଦେବଗଡରୁ ୧୦, ମାଲକାନଗିରିରୁ ୧୦, ନବରଙ୍ଗପୁରରୁ ୧୦, ଗଞ୍ଜାମରୁ ୯, ନୟାଗଡରୁ ୭, ସୋନପୁରରୁ ୭, କନ୍ଧମାଳରୁ ୫, ରାୟଗଡାରୁ ୩, କୋରାପୁଟରୁ ୨ ଓ ବୌଦ୍ଧରୁ ଜଣେ ସୁସ୍ଥ ଲାଭ କରିଥିଲେ।

ସୂଚନାଯୋଗ୍ୟ, ଗତ ୨୪ ଘଣ୍ଟାରେ ରାଜ୍ୟରେ ୭୩୦ ନୂତନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩୧୬୦୦୧କୁ ବୃଦ୍ଧି ଘଟିଛି। ଅନ୍ୟପଟେ କରୋନା ଆଉ ୧୬ ଜଣଙ୍କ ମୁଣ୍ଡ ନେଇଛି। ଏହାକୁ ମିଶାଇ ରାଜ୍ୟରେ କରୋନଜନିତ ମୃତ୍ୟୁ ସଂଖ୍ୟା ୧୬୮୭ରେ ପହଞ୍ଚିଛି।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ