ଖେଳ ଦେଶ ବିଦେଶ

ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି

ମେଲ୍‌ବର୍ଣ୍ଣ: ଆସନ୍ତା ଫେବ୍ରୁଆରି ୮ ତାରିଖରୁ ଏଠାରେ ଆରମ୍ଭ ହେବ ଚଳିତ ଋତୁର ପ୍ରଥମ ଗ୍ରାଣ୍ଡ୍‌ ସ୍ଲାମ୍‌ ଅଷ୍ଟ୍ରେଲିଆନ୍‌ ଓପନ୍‌ ଟେନିସ୍‌ ପ୍ରତିଯୋଗିତା। କରୋନା ମହାମାରୀ ଯୋଗୁଁ ଗତବର୍ଷ ଟେନିସ୍‌ ପ୍ରତିଯୋଗିତା ପ୍ରଭାବିତ ହୋଇଥିଲା। ଚଳିତ ବର୍ଷ ଆୟୋଜିତ ହେବାକୁ ଥିଲେ ମଧ୍ୟ କରୋନା କଟକଣା ଯୋଗୁଁ ଷ୍ଟାଡିୟମ୍‌ର କ୍ଷମତା ଅନୁଯାୟୀ ଅଧା ଦର୍ଶକଙ୍କୁ ଅନୁମତି ମିଳିବ ବୋଲି ଜଣାପଡ଼ିଛି। ସେହି ଦୃଷ୍ଟିରୁ ଅଷ୍ଟ୍ରେଲିଆନ୍‌ ଓପନ୍‌ ବେଳେ ଦୈନିକ ୩୦,୦୦୦ ଦର୍ଶକଙ୍କୁ ଅନୁମତି ଦିଆଯିବ ବୋଲି ଭିକ୍ଟୋରିଆ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ମାର୍ଟିନ୍‌ ପାକୁଲା ରବିବାର ସୂଚନା ଦେଇଛନ୍ତି। ପୁଣି ପ୍ରତିଯୋଗିତାର ଶେଷ ୫ ଦିନ ବେଳକୁ ‌ମ୍ୟାଚ୍‌ ସଂଖ୍ୟା କମ୍‌ ରହୁଥିବାରୁ ଦର୍ଶକଙ୍କ ସଂଖ୍ୟା ୨୫,୦୦୦କୁ ହ୍ରାସ କରାଯିବ ବୋଲି ସେ କହିଛନ୍ତି। ପାକୁଲାଙ୍କ ଏହି ଘୋଷଣା ଫଳରେ କରୋନା ମହାମାରୀ ପରଠାରୁ କୌଣସି କ୍ରୀଡ଼ା ପ୍ରତିଯୋଗିତାରେ ସର୍ବାଧିକ ଦର୍ଶକ ‌ଷ୍ଟାଡିୟମ୍‌ରେ ଖେଳ ଦେଖିବା ନିଶ୍ଚିତ ହୋଇଯାଇଛି। ତେଣୁ ମେଲ୍‌ବର୍ଣ୍ଣ ପାର୍କରେ ୧୪ ଦିନ ଧରି ଚାଲିବାକୁ ଥିବା ଅଷ୍ଟ୍ରେଲିଆନ୍‌ ଓପନ୍‌ରେ ମୋଟ ୩,୯୦,୦୦୦ ଦର୍ଶକ ଉପସ୍ଥିତ ରହିବେ। ଯାହାକି ଗତ ତିନି ବର୍ଷ ତୁଳନାରେ ହାରାହାରି ୫୦ ପ୍ରତିଶତ ରହିବ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ