ଲାଇଫ୍ ଷ୍ଟାଇଲ ସ୍ପେଶାଲ ରିପୋର୍ଟ ସ୍ୱାସ୍ଥ୍ୟ

ଦୈନନ୍ଦିନ ଜୀବନର ଏହି ସରଳ କାମଟି ଭଲ କରିପାରେ ଅନେକ ରୋଗ, ଆସନ୍ତୁ ଖୋଲା ମନରେ ହସିବା

ହସିଲେ ରୋଗ ମୁକ୍ତ ହେବା କଥାଟି ଆମେ ସମସ୍ତେ ପ୍ରାୟ ଶୁଣିଛନ୍ତିି। ହେଲେ ଏହାକୁ କେତେ ମାତ୍ରାରେ କାମରେ ଲଗାଉଛେ ତାହା ହେଉଛି ଗୁରୁତ୍ବପୂର୍ଣ୍ଣ କଥା। ହସ ଏକ ଏପରି ମହୋଷଧୀ ଯାହା ଦ୍ବାରା କଠିନରୁ କଠିନତମ ରୋଗକୁ ଦୂରେଇ ଦିଆ ଯାଇପାରେ। ଅଧିକାଂଶ ପରିବାରରେ ବଡ଼ ପାଟି କରି ହସିବା ଉପରେ କଟକଣା ରହିଥାଏ। ମାତ୍ର ଅପଣ ଏପରି ଆଦୌ ବି କରନ୍ତୁ ନାହିଁ। ଯଦି ଆପଣଙ୍କ ଘରେ କେହି ଖୋଲା ହୃଦୟରେ ଶବ୍ଦ କରି ହସୁଛନ୍ତି ତେବେ ତାଙ୍କୁ ହସିବାକୁ ଦିଅନ୍ତୁ ଓ ନିଜେ ତାହାକୁ ଉପଭୋଗ କରନ୍ତୁ। ଜାଣିରଖନ୍ତୁ ଯେ, ଅନ୍ୟ ଜଣଙ୍କ ହସ ବି ଆପଣଙ୍କ ପାଇଁ ଉତ୍ତମ ସାବ୍ୟସ୍ତ ହୋଇଥାଏ। ପରିବାରରେ ହସଖୁସିର ମାହଲ ରହିଲେ ରୋଗ ପାଖ ପଶିପାରେ ନାହିଁ। ତେବେ, ଚାଲନ୍ତୁ ଜାଣିବା ହସିବା ଦ୍ବାରା ଆମକୁ କେଉଁ କେଉଁ ଫାଇଦା ସବୁ ମିଳିଥାଏ।

ହସ କେବଳ ମସ୍ତିଷ୍କ ପାଇଁ ନୁହେଁ, ଶରୀର ପାଇଁ ମଧ୍ୟ ଖୁବ୍ ଭଲ। ଉପଯୁକ୍ତ ପରିମାଣରେ ହସିଲେ ଶାରୀରିକ ଯନ୍ତ୍ରଣା କମ୍‌ ହୋଇଥାଏ ବୋଲି ବିଶେଷଜ୍ଞମାନେ ମତ ରଖି କହିଛନ୍ତି।

ହସ ଏକ ଏମିତି ଜିନିଷ ଯାହା ସହଜରେ ନିଜ ସହ ଅନ୍ୟର ପୀଡ଼ା ବି ଦୂର କରିପାରେ। କିଛି ଭଲ କାମ କରିସାରିବା ପରେ ମନରେ ଯେଉଁଭଳି ସନ୍ତୁଷ୍ଟି ଆସିଥାଏ ହସି ସାରିବା ପରେ ବି ସେପରି ଭବନା ଆସିଥାଏ।

ହସିବା ଦ୍ବାରା ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ିଥାଏ। ସହଜରେ କୌଣସି ବଡ଼ ଧରଣର ରୋଗ ପାଖ ପଶିପାରେ ନାହିଁ।

ଫୁସ୍‌ଫୁସ୍‌ ପାଇଁ ହସ ଖୁବ୍‌ ଭଲ। ହସିବା ଦ୍ବାରା ଫୁସ୍‌ଫୁସ୍‌ଜନୀତ ରୋଗ ବିଶେଷ ହୋଇନଥାଏ।

ହୃଦ୍‌ରୋଗୀମାନଙ୍କ ପାଇଁ ହସ ଔଷଧ ପରି କାମ କରେ। ହସିବା ଦ୍ବାରା ହୃଦୟ ମଧ୍ୟ ସୁସ୍ଥ ରହିଥାଏ।

ମୋଟାମୋଟୀ ଭାବେ ହସ ଶରୀରକୁ ହାଲୁକା ରଖେ। ବିଶେଷ ରୋଗ ସୃଷ୍ଟି କରାଇ ଦିଏନାହିଁ।

NewsLaxmi7

About Author

You may also like

ଲାଇଫ୍ ଷ୍ଟାଇଲ

ଭାତ ଖାଇ ଓଜନ ହ୍ରାସ କରନ୍ତୁ

ଆଜିକାଲି ଓଜନ ବଢିବା ଏକ ମୁଖ୍ୟ ସମସ୍ୟା ଭାବେ ଦେଖାଯାଉଛି । କେବଳ ବୟସ୍କ ବ୍ୟକ୍ତି ନୁହଁନ୍ତି ଅନେକ୍ କମ୍ ବୟସର ପିଲାଙ୍କ କ୍ଷେତ୍ରରେ ମଧ୍ୟ ଏହି
ରାଜନୀତି ଲାଇଫ୍ ଷ୍ଟାଇଲ

ଭାରତରେ ୧୩.୮ କୋଟି ଲୋକଙ୍କର ସମୀପ ଦୃଷ୍ଟି ସମସ୍ୟା

ନୂଆଦିଲ୍ଲୀ: ଭାରତରେ ସାଧାରଣତଃ ଲୋକଙ୍କର ହାରାହାରି ଆୟୁ ବଢ଼ିବା ସହ ମଧୁମେହ ପୀଡ଼ିତଙ୍କ ସଂଖ୍ୟାରେ ଅସମ୍ଭବ ବୃଦ୍ଧି ଯୋଗୁଁ ତଦନୁସାରେ ଦୃଷ୍ଟିଶକ୍ତି ସମସ୍ୟା ମଧ୍ୟ ବଢ଼ିଚାଲିଛି। ଦୀର୍ଘ