ଅପରାଧ ରାଜ୍ୟ

ଦୋଳି ଖେଳ ହେଲା କାଳ : ଭଉଣୀ ମୃତ, ଭାଇ ଗୁରୁତର

ଚଣ୍ଡିଖୋଲ ୨୨।୦୫ : ଦୋଳି ଖେଳୁଥିବା ସମୟରେ ଅଘଟଣ। ୫ ବର୍ଷର ଭଉଣୀ ମୃତ, ୮ବର୍ଷର ଭାଇ ଗୁରୁତର। ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅଭୟପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଅଭୟପୁର ଗାଁର ସହଦେବ ରାଉତଙ୍କ ଝିଅ ବେବିନା (୫) ଏବଂ ପୁଅ ଓମ ପ୍ରକାଶ (୮) ସନ୍ଧ୍ୟା ସମୟରେ ଘର ନିକଟରେ ଥିବା ଏକ ପୁରୁଣା ମାଟି ପଥର କାନ୍ଥରେ ଦୋଳି ଲଗାଇ ଖେଳୁଥିଲେ । ହଠାତ୍‌ ଏହି ସମୟରେ ପଥର ଖୁଣ୍ଟ ପଡିଯାଇଥିଲା। ଫଳରେ ପଥର ତଳେ ଚାପି ହୋଇ ବେବିନର ମୃତ୍ୟୁ ଘଟିଥିବା ବେଳେ ଓମ୍‌ ଗୁରୁତର ହୋଇଥିଲେ। ସଙ୍ଗେ ସଙ୍ଗେ ତାଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରିଥିଲେ । କିନ୍ତୁ ଅବସ୍ଥା ଗୁରୁତର ଥିବାରୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏଭଳି ଅଘଟଣ ଖବର ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ସେପଟେ ଖବର ପାଇ ଧର୍ମଶାଳା ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।