ଅପରାଧ ରାଜ୍ୟ

ଦୋକାନରୁ ଟଙ୍କା ଚୋରି କରୁଥିଲା, ଧରାପଡି ଛେଚା ଖାଇଲା ଚୋର

ନୀଳଗିରି ୧୨।୦୬ : ଟଙ୍କା ଚୋରି କରୁଥିଲା । ଧରାପଡ଼ି ଛେଚା ଖାଇଲା ଚୋର । ବାଲେଶ୍ୱର ଜିଲ୍ଲା ନୀଳଗିରି ଥାନା ସନ୍ତରାଗଡ଼ିଆ ବଜାରରେ ଏପରି ଘଟଣା ଦେଖିବାକୁ ମିଳିଛି ।

ଖବର ଅନୁଯାୟୀ, ଡ୍ରେସ୍‌ ଦୋକାନ ଭିତରେ ଟଙ୍କା ଚୋରି ଖସି ଯାଉଥିବା ବେଳେ ଜଣେ ଯୁବକଙ୍କୁ ଧରି ନିର୍ଦ୍ଦୁମ ଛେଚିଛନ୍ତି ଗ୍ରାମବାସୀ । ପରେ ଚୋରକୁ ଧରି ପୋଲିସ ଜିମା ଦେଇଛନ୍ତି ଗ୍ରାମବାସୀ । ଅଟକ ଥିବା ଚୋର ଜଣଙ୍କ ସୋର ଥାନା ଦହିସଡ଼ା ଅଞ୍ଚଳର ବୋଲି ଅନୁମାନ କରାଯାଉଛି ।

ସେହିପରି ଇଶ୍ୱରପୁର ଫାଣ୍ଡି ବଉଳଗଡ଼ିଆ ବଜାରରେ କିଛି ଦିନ ପୂର୍ବରୁ ଏକ ଗ୍ଲାମର ବାଇକ ଚୋରି ହୋଇଥିବା ବେଳେ ହୋଟେଲରୁ ଏକ ମୋବାଇଲ୍‌ ମଧ୍ୟ ଚୋରି ହୋଇଥିଲା । ଏପିରିକି ଅଞ୍ଚଳରେ ଡ୍ରଗ୍ସ ଓ ନିଶା କାରବାର ବୃଦ୍ଧି ପାଉଥିବା ବେଳେ ଚୋରଙ୍କର ପ୍ରାଦୁର୍ଭାବ ବଢିବାର ଲାଗିଛି। ପୋଲିସ ପାଟ୍ରୋଲିଂ କଡାକଡି କରିବା ପାଇଁ ସାଧାରଣରେ ଦାବି ହୋଇଛି

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ରାଜ୍ୟ ସ୍ୱାସ୍ଥ୍ୟ

କରୋନା ଯୁଦ୍ଧରେ ହାରିଗଲେ ଆଉ ଜଣେ ଯୋଦ୍ଧା , ଡାକ୍ତର ରୁକ୍ମଣୀ ଦେବୀଙ୍କ ପରଲୋକ

ସାଲେପୁର ୨୪।୧୦: କରୋନା ଲଢେଇରେ ଆଖିବୁଜିଲେ ଡାକ୍ତର । ଦୀର୍ଘ ୧୫ଦିନ ହେବ କରୋନା ସହ ଲଢେଇ କରି ଶେଷରେ ଆଖିବୁଜିଛନ୍ତି ଆଉ ଜଣେ ଯୋଦ୍ଧା ।