ଚୌଦ୍ୱାର ୨୫/୦୭: ବିଳମ୍ୱିତ ରାତିରେ ମାତିଲେ ଲୁଟେରା । ଚୌଦ୍ୱାର ଶଙ୍କରପୁର ରେଳ ଫାଟକ ନିକଟରେ ଥିବା ଦେଶୀ ମଦ ଦୋକାନ ଉପରକୁ ହୋଇଛି ବୋମାମାଡ଼ । ବୋମାମାଡ଼ କରି ଘଟଣା ସ୍ଥଳରୁ ଫେରାର ହେଲେ ଦୁର୍ବୃତ୍ତ । ତେବେ ଏହି ବୋମାମାଡର କାରଣ କଣ ତାହା ଅସ୍ପଷ୍ଟ ରହିଛି ।
ଖବର ପାଇ ଘଟଣା ସ୍ଥଳରେ ଚୌଦ୍ୱାର ପୋଲିସ ଛାନଭିନ ଜାରି ରଖିଛି । ବୋମା ମାଡ଼ କରିଥିବା ଯୁବକ ଜଣଙ୍କ ହେଉଛନ୍ତି ଦୀପକ ରାଉତ । ସେ ଚୌଦ୍ଵାର ହାଉସିଂ ବୋର୍ଡ଼ କଲୋନୀ ଯୁବକ ବୋଲି ଜଣାପଡ଼ିଛି ।