ଖେଳ ଦେଶ ବିଦେଶ

ଦେଶର ୬ଟି ସହରରେ ଖେଳାଯିବ ‘ଆଇପିଏଲ୍‌-୨୦୨୧’

ମୁମ୍ବାଇ: ଏପ୍ରିଲ୍‌ ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବାକୁ ଥିବା ‘ଆଇପିଏଲ୍‌-୨୦୨୧’ ମ୍ୟାଚ୍‌ ଦେଶର ୬ଟି ସହର ଆୟୋଜନ କରିବ ବୋଲି ‘ବିସିସିଆଇ’ ନିଷ୍ପତ୍ତି ନେଇଛି। କିନ୍ତୁ, ଏହି ମ୍ୟାଚ୍‌ ମୁମ୍ବାଇ ଏବଂ ପୁଣେରେ ଖେଳାଯିବା ସହ ଅହମଦାବାଦରେ ଫାଇନାଲ୍‌ ମ୍ୟାଚ୍‌ ହେବ ବୋଲି ପୂର୍ବରୁ ‘ବିସିସିଆଇ’ ଯୋଜନା କରିଥିଲା।

ମୁମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍‌କାତା, ଅହମଦାବାଦ ଏବଂ ଦିଲ୍ଲୀ ସହର ‘ଆଇପିଏଲ୍‌-୨୦୨୧’ ଆୟୋଜନ କରିବେ ବୋଲି ‘ବିସିସିଆଇ’ର ସଂକ୍ଷିପ୍ତ ତାଲିକାରୁ ଜଣାପଡ଼ିଛି। ହାଇଦ୍ରାବାଦର ସ୍ଥାନୀୟ କ୍ରିକେଟ୍‌ ଆସୋସିଏସନ୍‌ରେ ବିଭ୍ରାଟ କାରଣରୁ ହାଇଦ୍ରାବାଦ ପରିବର୍ତ୍ତେ ଦିଲ୍ଲୀକୁ ସଂକ୍ଷିପ୍ତ ତାଲିକାଭୁକ୍ତ କରାଯାଇଛି।

ଏପ୍ରିଲ୍‌ ୧୧ ତାରିଖରୁ ଆରମ୍ଭ ହୋଇ ଜୁନ୍‌ ପ୍ରଥମ ସପ୍ତାହ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ମ୍ୟାଚ୍‌ରେ କେତେକ ଷ୍ଟାଡିୟମ୍‌କୁ ଦର୍ଶକମାନଙ୍କୁ ଛଡ଼ାଯାଇ ନ ପାରେ। ଅନ୍ୟ କେତେକ ଷ୍ଟାଡିୟମ୍‌କୁ ମାତ୍ର ୫୦% ଦର୍ଶକଙ୍କୁ ପ୍ରବେଶ ଅନୁମତି ମିଳିପାରେ।

ଖେଳ ସଂକ୍ରାନ୍ତରେ ‘ବିସିସିଆଇ’ ଆଲୋଚନା କରିଥିଲେ ସୁଦ୍ଧା ‘ଆଇପିଏଲ୍‌ ଫ୍ରାଞ୍ଚାଇଜି’ମାନଙ୍କ ବିଷୟରେ ଏ ପର୍ଯ୍ୟନ୍ତ କୌଣସି କଥା କହିନାହିଁ। ‘ଫ୍ରାଞ୍ଚାଇଜ୍‌’ ପାଇବେ ବୋଲି ଯେଉଁମାନେ ଅନୌପଚାରିକ ଭାବେ ସୂଚନା ପାଇଛନ୍ତି ସେମାନେ କିନ୍ତୁ, ସ୍ଥିର ନିଶ୍ଚିତ ହୋଇ ପାରୁନାହାନ୍ତି। ୬ଟି ସହରରେ ‘ବିସିସିଆଇ’ କିଭଳି ମ୍ୟାଚ୍‌ ଆୟୋଜନ କରିବ ତାହା ଜାଣିବାକୁ କେତେକ ‘ଫ୍ରାଞ୍ଚାଇଜି’ ଅପେକ୍ଷା କରିଥିବା ବେଳେ ଅନ୍ୟ କେତେକ ଅସନ୍ତୁଷ୍ଟ ଥିବା କୁହାଯାଉଛି।

ଜଣେ ‘ଫ୍ରାଞ୍ଚାଇଜି’ ପ୍ରତିନିଧିଙ୍କ କହିବା ଅନୁସାରେ, ଏଥିରେ ଆଶଙ୍କା ଉପୁଜିବା ସ୍ୱାଭାବିକ କଥା। ଗୋଟିଏ କିମ୍ବା ଦୁଇଟି ସହରରେ ମ୍ୟାଚ୍‌ ଆୟୋଜନ ପାଇଁ ପୂର୍ବରୁ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଠିକ୍‌ ଥିଲା। ତିନୋଟି ସ୍ଥାନରେ ଆୟୋଜିତ ହୋଇଥିବାରୁ ‘ଆଇପିଏଲ୍‌-୨୦୨୦’ ସଂସ୍କରଣ ସୁରୁଖୁରୁରେ ଶେଷ ହୋଇପାରିଥିଲା।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ