କଳା ଓ ସଂସ୍କୃତି ଧର୍ମ ରାଜ୍ୟ

ଦେଶର ୫ ଲକ୍ଷ ଗାଁର ୧୦ କୋଟି ଲୋକଙ୍କୁ ସାହାଯ୍ୟ ମାଗିବ ଆରଏସଏସ : ଶ୍ରୀରାମଙ୍କ ମନ୍ଦିର ହେବ ସ୍ବାଭିମାନର ପ୍ରତୀକ

ଲକ୍ଷ୍ନୌ ୦୭/୦୧ : ଅଯୋଧ୍ୟାରେ ହେବାକୁ ଥିବା ରାମ ମନ୍ଦିର ଭାରତର ସମ୍ବିଧାନ ଏବଂ ଗୌରବର ପ୍ରତୀକ ହେବ । ଏହାର ଭୂମି ପୂଜନ ସମାରୋହ ଦେଶର ଇତିହାସରେ ଏକ ମହତ୍ତ୍ବପୁର୍ଣ୍ଣ ମୋଡ ହେବ ବୋଲି କହିଛି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (RSS) । ଏହା ସହ ସଂଘ କହିଛି ଏହି ମନ୍ଦିର ନିର୍ମାଣ ପାଇଁ ଆବଶ୍ୟକ ଚାନ୍ଦା ଯୋଗାଡ ପାଇଁ ଦେଶବ୍ୟାପୀ ଜନସମ୍ପର୍କ କାର୍ଯ୍ୟକ୍ରମ କରାଯିବ ।

ସଂଘ ପରିବାରର ଜଣେ ସଦସ୍ୟ କହିଛନ୍ତି ଯେ, ମନ୍ଦିର ନିର୍ମାଣ ପାଇଁ ଆରଏସଏସ ଦେଶର ୫ ଲକ୍ଷ ଗାଁ ବୁଲିବା ସହିତ ପ୍ରାୟ ୧୦ କୋଟି ପରିବାରରୁ ଚାନ୍ଦା ଆଦାୟ କରିବ । ଏଥି ମଧ୍ୟରେ ହିନ୍ଦୁ ପରିବାରର ମୂଲ୍ୟବୋଧକୁ ପ୍ରୋତ୍ସାହିତ କରିବା ଏବଂ ପରିବେଶର ସୁରକ୍ଷା ସହ ଭାଷା ଏବଂ ଜାତି ମଧ୍ୟରେ ଜନ୍ମ ନେଇଥିବା ମତପାର୍ଥକ୍ୟ ହଟାଇ ହିନ୍ଦୁ ସମାଜରେ ସାମାଜିକ ସୌହାର୍ଦ୍ଧ୍ୟ ହାସଲ କରିବାକୁ ଲକ୍ଷ୍ୟ ରଖାଯାଇଛି । ଏଥି ପାଇଁ ତିନି ଦିନିଆ ବୈଠକ ଜାନୁୟାରୀ ୫ ତାରିଖରୁ ଆରମ୍ଭ ହୋଇଥିଲା । ଏହି ବୈଠକରେ ମୋହନ ଭାଗବତ ଏବଂ ଭାୟାଜୀ ଯୋଶୀଙ୍କ ପରି ବରିଷ୍ଠ ନେତାଙ୍କ ସମେତ ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ଏବଂ ଆରଏସଏସ ସହ ଜଡିତ ପ୍ରାୟ ୩୪ ଟି ସଂଗଠନର ମୁଖ୍ୟ ମଧ୍ୟ ଯୋଗ ଦେଇଥିଲେ ।

ଏହି ବୈଠକ ପରେ ଆରଏସଏସ ସଦସ୍ୟ କୃଷ୍ଣ ଗୋପାଳ କହିଛନ୍ତି ଯେ ରାମ ମନ୍ଦିର ଦେଶର ସ୍ବାଭିମାନ ଏବଂ ଗୌରବର ପ୍ରତୀକ ହେବ । ମନ୍ଦିର ନିର୍ମାଣ ପ୍ରସଙ୍ଗରେ ବିସ୍ତୃତ ଭାବେ ଆଲୋଚନା ହୋଇଥିବା ସେ କହିଛନ୍ତି । କୃଷ୍ଣ ଗୋପାଳ ଆହୁରି ମଧ୍ୟ କହିଛନ୍ତି ଯେ, ଜନସାଧରଣ କେତେ ଚାନ୍ଦା ଦେବେ ତାହା ସେମାନଙ୍କ ଉପରେ ନିର୍ଭର କରେ କିନ୍ତୁ ଏଥିପାଇଁ ପ୍ରତି ପରିବାରରୁ ଅତିକମରେ ୧୦ ଟଙ୍କାରୁ ୧୦୦ ଟଙ୍କା ମଧ୍ୟରେ ଚାନ୍ଦା ଆଣିବାକୁ ଲକ୍ଷ୍ୟ ରଖିଛୁ ଏବଂ ଧନୀକ ଶ୍ରେଣୀର ଲୋକମାନେ ସେମାନଙ୍କ ଇଚ୍ଛା ମୁତାବକ ଚାନ୍ଦା ଦେଇପାରି​‌ବେ ।

ଏହା ସହ କରୋନା ମହାମାରୀ ଯୋଗୁଁ ଦେଶରେ ଦେଖା ଦେଇଥିବା ସ୍ଥିତିକୁ ନେଇ ମଧ୍ୟ ଏହି ବୈଠକରେ ଚର୍ଚ୍ଚା ହୋଇଥିଲା । ମହାମାରୀ ସମୟରେ ସାରା ଦେଶରେ ସଂଘ ପରିବାର ପକ୍ଷରୁ ଲୋକମାନଙ୍କୁ ସାହାଯ୍ୟ ସହଯୋଗ କରାଯିବା ସହିତ ମହାମାରୀ ବିରୁଦ୍ଧରେ ଲଢିବା ପାଇଁ ଲୋକମାନଙ୍କୁ ସଚେତନ କରାଯାଇଥିଲା ବୋଲି କୃଷ୍ଣ ଗୋପାଳ କହିଛନ୍ତି ।

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ