ନୂଆଦିଲ୍ଲୀ ୧୩/୦୧ : ସାକ୍ଷରତା ସହିତ ଅନେକ କ୍ଷେତ୍ରରେ କେରଳ ଦେଶରେ ଆଗୁଆ ରହିଛି। ତେବେ ରାଜ୍ୟର ଏର୍ଣ୍ଣାକୁଲମ ଜିଲ୍ଲାରେ ଏବେ ନୂଆ ପ୍ରକଳ୍ପ ଆରମ୍ଭ ହୋଇଛି । ଜିଲ୍ଲାର କୁମ୍ବଲାଙ୍ଗୀ ଗାଁ ଦେଶର ପ୍ରଥମ ସାନିଟାରି ନ୍ୟାପକିନ ମୁକ୍ତ ଗାଁ ହେବାକୁ ଯାଉଛି।
ଏହି ଗାଁରେ ୧୮ ବର୍ଷରୁ ଅଧିକ ମହିଳାମାନଙ୍କୁ ୫ ହଜାର ମେନଷ୍ଟୁରାଲ କପ(ମାସିକ ଋତୁସ୍ରାବ ସମୟରେ ବ୍ୟବହୃତ ସାମଗ୍ରୀ) ବଣ୍ଟାଯାଉଛି। ଏହାକୁ ମାସିକ ଋତୁସ୍ରାବ ସମୟରେ ବ୍ୟବହାର କରାଯାଇପାରିବ। କେରଳର ରାଜ୍ୟପାଳ ଆରିଫ ମହମ୍ମଦ ଖାନ ଗୁରୁବାର ଏହି ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅଭିଯାନରେ ୧୮ ବର୍ଷ ଓ ତାଠୁ ଅଧିକ ବୟସର ମହିଳାମାନଙ୍କୁ ୫ ହଜାରଟି ମାସିକ ଋତୁସ୍ରାବ କପ ବିତରଣ କରାଯିବ।
ସାଂସଦ ହିଭି ଇଡେନ କହିଛନ୍ତି ଏହି ପ୍ରକଳ୍ପକୁ ଏର୍ଣ୍ଣାକୁଲମ ସଂସଦୀୟ କ୍ଷେତ୍ରରେ କାର୍ଯ୍ୟକାରୀ କରାଯାଉଛି। ଏହା ସହ ରାଜ୍ୟପାଳ ଏହି ଗାଁକୁ ଆଦର୍ଶ ଗ୍ରାମ ଭାବେ ଘୋଷଣା କରିଛନ୍ତି । ଆଦର୍ଶ ଗ୍ରାମ ପ୍ରକଳ୍ପକୁ ପ୍ରଧାନମନ୍ତ୍ରୀ ସଂସଦୀୟ କ୍ଷେତ୍ର ଆଦର୍ଶ ଗ୍ରାମ ଯୋଜନା ଅନ୍ତର୍ଗତରେ କାର୍ଯ୍ୟକାରୀ କରାଯାଆଉଛି।