କଳା ଓ ସଂସ୍କୃତି ଧର୍ମ

ଦେଶର ଏକମାତ୍ର ତୀର୍ଥ ସ୍ଥଳ ଯେଉଁଠାରେ କେବଳ ମାତାଙ୍କୁ ଦିଆଯାଏ ଶ୍ରାଦ୍ଧ

ଭୁବନେଶ୍ୱର : ହିନ୍ଦୁ ଧର୍ମରେ ମାନବ ଜୀବନ ପାଇଁ ମୋଟ ୧୬ ସଂସ୍କାର ତିଆରି ହୋଇଛି | ଏହି ୧୬ ସଂସ୍କାର ସାହାରାରେ ମଣିଷ ନିଜର ଜୀବନ ଅତିବାହିତ କରିଥାଏ | ଏହି ୧୬ ସଂସ୍କାର ଗର୍ଭଧାରଣରୁ ଆରମ୍ଭ ହୋଇଥାଏ ଏବଂ ମନୁଷ୍ୟର ମୃତ୍ୟୁ ପରେ ଅନ୍ତିମ ସଂସ୍କାରରେ ଶେଷ ହୋଇଥାଏ | ମୃତ୍ୟୁ ପରେ ମଧ୍ୟ ପୂର୍ବଜଙ୍କ ଆଶୀର୍ବାଦ ପ୍ରାପ୍ତି ପାଇଁ ଓ ପୂର୍ବଜଙ୍କ ପ୍ରତି ଆଦର ଭାବ ବଜାୟ ରଖିବାକୁ ହିନ୍ଦୁ ଧର୍ମ ଶାସ୍ତ୍ରରେ ପିତୃ କର୍ମ ବ୍ୟବସ୍ଥା ରହିଛି | ପିତୃ କର୍ମରେ ଶ୍ରାଦ୍ଧ, ତର୍ପଣ ଆଦି କର୍ମ କରାଯାଇଥାଏ |

ପୂର୍ବଜଙ୍କ ପ୍ରତି କରାଯାଉଥିବା ଏହି ପିତୃ କର୍ମ କରିବାକୁ ଦେଶର ବିଭିନ୍ନ ସ୍ଥାନରେ ପିତୃ ତୀର୍ଥ ତିଆରି କରାଯାଇଛି | ଏହି ପିତୃ ତୀର୍ଥରେ ପୂର୍ବଜଙ୍କ ଆତ୍ମା ଶାନ୍ତି ପାଇଁ ସମ୍ପୂର୍ଣ ବିଧି ବିଧାନ ସହ ଶ୍ରାଦ୍ଧ କରିବାର ବିଧାନ ରହିଛି | ଏହି ପିତୃ ତୀର୍ଥରେ ଏମିତି ଏକ ତୀର୍ଥ ଅଛି ଯେଉଁଠାରେ କେବଳ ମାତାଙ୍କ ଶ୍ରାଦ୍ଧ ହୋଇଥାଏ | ଗୁଜରାଟ ସିଦ୍ଧପୁର ନାମକ ସ୍ଥାନରେ ବିନ୍ଦୁ ସରୋବର ତଟରେ କେବଳ ମାତାଙ୍କ ଶ୍ରାଦ୍ଧ ପାଇଁ ଶ୍ରାଦ୍ଧ ତୀର୍ଥ ତିଆରି କରାଯାଇଛି |

ଋକବେଦ ଋଚାରେ ମଧ୍ୟ ଗୁଜରାଟ ସିଦ୍ଧପୁରର ବର୍ଣ୍ଣନା ରହିଛି | ଏହି ବିନ୍ଦୁ ସରୋବର ଅହମଦାବାଦ ଠାରୁ ୧୩୦ କିଲୋମିଟର ଦୂର ଉତ୍ତର ଦିଗରେ ରହିଛି | ଏହି ସରୋବରର ବର୍ଣ୍ଣନା ରାମାୟଣ ଓ ମହାଭାରତରେ ମଧ୍ୟ ରହିଛି |

କଥାରେ ଅଛି, ସାଂଖ୍ୟ ଦର୍ଶନର ପ୍ରଣେତା ଏବଂ ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଜଣାଶୁଣା କପିଳ ମୁନିଙ୍କ ଆଶ୍ରମ ସରସ୍ବତୀ ନଦୀ ତଟରେ ବିନ୍ଦୁ ସରୋବରରେ ଥିଲା | ଏହି ବିନ୍ଦୁ ସରୋବର ତଟରେ କପିଳ ମୁନି ନିଜ ମାତାଙ୍କ ମୋକ୍ଷ ପ୍ରାପ୍ତି ପାଇଁ କାର୍ତିକ ମାସରେ ଅନୁଷ୍ଠାନ କରିଥିଲେ |
ପର୍ଶୁରାମ ମଧ୍ୟ ବିନ୍ଦୁ ସରୋବର ତଟରେ ନିଜ ମାତାଙ୍କ ଶ୍ରାଦ୍ଧ କରିଥିଲେ ବୋଲି କୁହାଯାଏ | ସେଥିପାଇଁ ଏହି ବିନ୍ଦୁ ସରୋବରକୁ ମାତୃ ମୋକ୍ଷ ସ୍ଥଳ ମଧ୍ୟ କୁହାଯାଏ |

NewsLaxmi7

About Author

You may also like

କଳା ଓ ସଂସ୍କୃତି ଧର୍ମ

ଖୁବ ଶୀଘ୍ର ନିର୍ମାଣ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ

ରୀକ୍ଷେତ୍ରକୁ ବିଶ୍ୱସ୍ତରୀୟ ଐତିହ୍ୟର ସହର ଭାବେ ଗଢିବା ପାଇଁ ଖୁବ ଶୀଘ୍ର ଆରମ୍ଭ ହେବ ରାଜ୍ୟର ପ୍ରଥମ ଟ୍ରମ୍ପେଟ ବ୍ରିଜ ବା ଶ୍ରୀସେତୁ। ଏଥିପାଇଁ ଆଜି ପ୍ରକଳ୍ପ
ଧର୍ମ

ଆଜିଠୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର

ନୂଆଦିଲ୍ଲୀ : ଆଜିଠାରୁ ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିବ ପ୍ରସିଦ୍ଧ ସ୍ୱାମୀ ନାରାୟଣ ବା ଅକ୍ଷରଧାମ ମନ୍ଦିର। ମହାମାରୀ କରୋନା ପାଇଁ ପ୍ରାୟ ୭ ମାସରୁ ଅଧିକ ଦିନ