ଦେଶ ବିଦେଶ ସ୍ୱାସ୍ଥ୍ୟ

ଦେଶରେ ୩,୦୦୦ ନିକଟବର୍ତ୍ତୀ ହେଲା ସକ୍ରିୟ କୋଭିଡ୍‌ ସଂକ୍ରମଣ ସଂଖ୍ୟା; ବିହାରରୁ ବାହାରିଲେ ୨ଜଣ ‘ପଜିଟିଭ୍‌’

ନୂଆଦିଲ୍ଲୀ: କ‌ୋଭିଡ୍‌-୧୯ର ଉପପ୍ରଜାତି ‘ଜେଏନ୍‌.୧’ ଭୂତାଣୁ ଯୋଗୁଁ ସଂକ୍ରମଣ ଦ୍ରୁତ ବେଗରେ ବୃଦ୍ଧି ପାଉଥିବା ବ‌େଳେ ଆଜି ସୁଦ୍ଧା ଭାରତରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୩୦୦୦ ନିକଟବର୍ତ୍ତୀ ହୋଇଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ଡାଟା’ରୁ ଜଣାପଡ଼ିଛି।

ସ୍ବାସ୍ଥ୍ୟ ମନ୍ତ୍ରାଳୟ ‘ୱେବ୍‌ସାଇଟ୍‌’ରେ ସୂଚନାରେ ଉଲ୍ଲେଖ ଅଛି, ଗତକାଲି ୨,୬୬୯ରେ ଥିବା ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୨,୯୯୭କୁ ବୃଦ୍ଧି ପାଇଛି। କେରଳରେ ଜଣେ ଆକ୍ରାନ୍ତଙ୍କର ମୃତ୍ୟୁ ଘଟିବାରୁ ଦେଶରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା୫,୩୩,୩୨୮ରେ ପହଞ୍ଚିଛି। ଦେଶରେ ଏଥିଜନିତ ମୃତ୍ୟୁହାର ୧.୧୮% ବୋଲି ରେକର୍ଡ କରାଯାଇଛି।

Image Courtesy of NDTV

ଦେଶର ୧୦ଟି ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଛି। ସେ ରାଜ୍ୟ ସବୁ ହେଲା, ଆନ୍ଧ୍ରପ୍ରଦେଶ, ବିହାର, ଛତିଶଗଡ଼, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ରାଜସ୍ଥାନ, ତାମିଲ୍‌ନାଡୁ, ତେଲେଙ୍ଗାନା, ଉତ୍ତର ପ୍ରଦେଶ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ୍ଡୁଚେରୀ ବୋଲି ସ୍ବାସ୍ଥ୍ୟ ମନ୍ତ୍ରାଳୟ ଡାଟାରେ ଉଲ୍ଲେଖ କରାଯାଇଛି। ବିହାର ରାଜ୍ୟରେ ଆଉ ୨ଜଣ ସକ୍ରିୟ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି।

ସେଥିରେ ଆହୁରି ମଧ୍ୟ ଉଲ୍ଲେଖ ଅଛି ଯେ, ପ୍ରାୟ ୪,୪୪,୭୦,୮୮୭ ଜଣ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥତା ହାର ୯୮.୮୧%ରେ ରହିଛି।

ସେହିପରି, ଏପର୍ଯ୍ୟନ୍ତ ୨୨୦.୬୭ କୋଟି (୨୨୦,୬୭,୭୯,୦୮୧) ଡୋଜ୍‌ କୋଭିଡ୍‌-ନିରୋଧୀ ଟିକା ଦିଆସରିଛି।

‘ଜେଏନ୍‌.୧’ ଚିହ୍ନଟ ହୋଇଥିବା ପ୍ରଥମ ରାଜ୍ୟ କେରଳରେ ଗତ ୨୪ ଘଣ୍ଟା ମଧ୍ୟରେ ଆଉ ୨୬୫ ସକ୍ରିୟ ଆକ୍ରାନ୍ତ ଚିହ୍ନଟ କରାଯିବା ପରେ ସେଠାକାର ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୨,୬୦୬ରେ ପହଞ୍ଚିଛି।

NewsLaxmi7

About Author

Leave a comment

Your email address will not be published. Required fields are marked *

You may also like

କଳା ଓ ସଂସ୍କୃତି ଦେଶ ବିଦେଶ ରାଜ୍ୟ

ଦିନକ ପରେ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା, ଚଳିତ ବର୍ଷ ପ୍ରଥମ ଥର ବିନା ଭକ୍ତରେ ବିଜେ କରିବେ ମା’

କଳାହାଣ୍ଡି ୨୩।୧୦: ଆସନ୍ତାକାଲି କଳାହାଣ୍ଡିର ଆରାଧ୍ୟ ଦେବୀ ମା’ ମାଣିକେଶ୍ବରୀଙ୍କ ପ୍ରସିଦ୍ଧ ଛତର ଯାତ୍ରା । କୋଭିଡ୍ କଟକଣା ମଧ୍ୟରେ ବିନା ଭକ୍ତରେ ମା’ ମାଣିକେଶ୍ବରୀଙ୍କ ଛତର
ଖେଳ ଦେଶ ବିଦେଶ ସ୍ୱାସ୍ଥ୍ୟ

କପିଲ ଦେବ ହୃଦଘାତରେ ଆକ୍ରାନ୍ତ, ଦିଲ୍ଲୀ ହସପିଟାଲରେ ଆଞ୍ଜିୟୋପ୍ଲାଷ୍ଟ ପରେ ଚିକିତ୍ସାଧୀନ

ନୂଆଦିଲ୍ଲୀ ୨୩/୧୦: ଭାରତର କିମ୍ବଦନ୍ତୀ କ୍ରିକେଟର କପିଲ ଦେବ ହୃଦଘାତରେ ଆକ୍ରାନ୍ତ ହେବାରୁ ଦିଲ୍ଲୀ ହସପିଟାଲରେ ତାଙ୍କୁ ଭର୍ତି କରାଯାଇଛି। ତାଙ୍କର ଆଞ୍ଜିୟୋପ୍ଲାଷ୍ଟି କରାଯାଇଛି। ତେବେ ଏବେ